ମନୋରଞ୍ଜନ

ନୂଆ ରୂପରେ ପୁପିନ୍ଦର – Kalinga News

[ad_1]

ପୁପିନ୍ଦର ଓଡ଼ିଆ ସିନେମା, ଆଲ୍‌ବମ୍ ଓ ଆଙ୍କରିଂ ଦୁନିଆର ଏକ ଚର୍ଚ୍ଚିତ ନାମ। କେବେ ସେ ବଡ଼ ପରଦାରେ ‘ଜଗୁ ଅଟୋବାଲା’ ସାଜି ଦର୍ଶକଙ୍କ ମନ ଜିଣିଛନ୍ତି ତ କେବେ ଛୋଟ ପରଦାରେ ଆଙ୍କର୍ ହୋଇ ନିଜ କଥାରେ ସମସ୍ତଙ୍କୁ ବିମୋହିତ କରିଛନ୍ତି। ବଡ଼ ପରଦାରେ ପୁପିନ୍ଦରଙ୍କୁ ସିନେପ୍ରେମୀ ‘ତୋ ବିନା ଭଲ ଲାଗେନା’, ‘କିଛି ଖଟା, କିଛି ମିଠା’, ‘ଥୁକୁଲ୍’, ‘ଜଗୁ ଅଟୋବାଲା’, ‘ରଘୁପତି ରାଘବ ରାଜା ରାମ’, ‘ଶୁଭ ବିବାହ’, ‘ସମୟ ବଡ଼ ବଳବାନ୍’, ‘ଲଭ୍ ଡଟ୍ କମ୍’ ଓ ‘ପ୍ରେମ ପାଇଁ ମହାଭାରତ’ ଭଳି କେତେକ ସିନେମାରେ ନାୟକ/ସହ-ନାୟକ ଭୂମିକାରେ ଦେଖିଛନ୍ତି।

ଏବେ ପୁପିନ୍ଦରଙ୍କ ଅଭିନୀତ ଆଉ ଏକ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଶୀର୍ଷକ ‘ଭଗିଆ ଭାରିଯା’। ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପୁପିନ୍ଦରଙ୍କ ଅଭିନୀତ ଚରିତ୍ର ହେଲା ‘ରଙ୍ଗୋଲୀ’। ରଙ୍ଗୋଲୀ ଜଣେ କିନ୍ନର। ସେ ଜଣେ ସିନେ ପ୍ରଯୋଜକଙ୍କର ସବୁ କଥା ବୁଝାବୁଝି କରୁଥିବା ଲୋକ। ମେକ୍-ଅପ୍‌ଠୁ ଆରମ୍ଭ କରି ପ୍ରଡକ୍ସନ୍‌ର ସବୁ କାମ ସେ ବୁଝାଶୁଝା କରେ। କିନ୍ତୁ, ତା’ ଜୀବନର ଏମିତି କିଛି ଘଟଣା ରହିଛି, ଯାହାକୁ କେବଳ ‘ଭଗିଆ ଭାରିଯା’ ସିନେମାରେ ହିଁ ଦେଖିହେବ। ପୁପିନ୍ଦର କହନ୍ତି, ଯେତେବେଳେ ଫିଲ୍ମର ପ୍ରଯୋଜକ ତଥା କାହାଣୀକାର ହରିହର ମହାପାତ୍ର (ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ହରି) ‘ରଙ୍ଗୋଲୀ’ ପାଇଁ ଅଫର୍ ଦେଲେ, ମୁଁ ରୋକ୍‌ଠୋକ୍ ମନା କରିଥିଲି। କିନ୍ତୁ, ହରିଭାଇ କହିଲେ, ଏଇ ରୋଲ୍‌ଟା କର, ତତେ ଭଲ ଲାଗିବ। ତୁ ପାରିବୁ। ହରିଭାଇ ଏମିତି ବୁଝାଇଲେ ଯେ, ମୁଁ ନିଷ୍ପତ୍ତି ବଦଳାଇବାକୁ ରାଜି ହୋଇଗଲି। ଏହି ରୋଲ୍ ପାଇଁ ମେକ୍‌ଅପ୍ ନେବାକୁ ପାଖାପାଖି ଦୁଇଘଣ୍ଟା ସମୟ ଲାଗୁଥିଲା ବୋଲି ପୁପିନ୍ଦର କହିଛନ୍ତି। ‘ଭଗିଆ ଭାରିଯା’ରେ ଦର୍ଶକମାନେ ତାଙ୍କୁ ନୂଆ ରୂପରେ ଦେଖି ପସନ୍ଦ କରିବେ ବୋଲି ସେ ଆଶାବାଦୀ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button