ସ୍ୱାସ୍ଥ୍ୟ

ଶ୍ୱାସରୋଗୀଙ୍କ ପାଇଁ ଏତେ ଉପକାରୀ ହୋଇଥାଏ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି ବିଶେଷ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ନାମକ ତତ୍ତ୍ୱ ରହିଛି ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ୍‌ ଇ ଓ ସି ବ୍ୟତୀତ କ୍ୟାରୋଟିନ ମିଳିଥାଏ। ତେବେ ଜାଣନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଯାହା ଶ୍ୱାସ ରୋଗୀଙ୍କ ପାଇଁ ଉପକାରୀ।

ଭିଟାମିନ୍‌ ଡି : ସୂର୍ଯ୍ୟଙ୍କ କିରଣରୁ ଆମକୁ ଭରପୂର ମାତ୍ରାରେ ଭିଟାମିନ୍‌ ଡି ମିଳିଥାଏ। କିନ୍ତୁ କିଛି ଏପରି ଖାଦ୍ୟ ରହିଛି ଯେଉଁଥିରେ ଭିଟାମିନ୍‌ ଡି ଭରପୂର ମାତ୍ରାରେ ମିଳିଥାଏ। ଏହା ମଧ୍ୟରୁ ସାଲମନ, ଅଣ୍ଡା, କ୍ଷୀର, କମଳା ଜୁସ୍‌ ଆପଣ ଖାଇପାରିବେ। ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଠିକ୍‌ କରିବା ସହିତ ବିଷାକ୍ତ ତତ୍ତ୍ୱରୁ ରକ୍ଷା କରିପାରିବ। ଯେଉଁମାନଙ୍କ ମଧ୍ୟରେ ଭିଟାମିନ୍‌ ଡିର ଅଭାବ ଥାଏ ସେମାନଙ୍କୁ ଶ୍ୱାସ ହେବାର ବେଶୀ ଆଶଙ୍କା ଥାଏ।

ମାଛ : ମାଛରେ ଭରପୂରମାତ୍ରାରେ ଓମେଗା ଥାଏ। ଏହି କାରଣରୁ ମାଛ ଶ୍ୱାସରୋଗୀଙ୍କ ପାଇଁ ବହୁତ ଉପକାରୀ।

ଟମାଟୋ: ଶ୍ୱାସରୋଗୀଙ୍କ ପାଇଁ ଟମାଟୋ ବହୁତ ଉପକାରୀ ଓ ଏଥିରେ ଲାଇସୋପେନ୍‌ ନାମକ ତତ୍ତ୍ୱ ମିଳିଥାଏ। ଏହି ତତ୍ତ୍ୱ ନିଃଶ୍ୱାସ ନେବାର ସମସ୍ୟାକୁ ଅନେକ ମାତ୍ରାରେ ଠିକ୍‌ କରିଥାଏ।

ନଟ୍‌ସ ଓ ମଞ୍ଜିଜାତୀୟ : ଭିଟାମିନ୍‌ ଇ ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ବୋଲି ଅନେକ ଜାଣିଥାନ୍ତି। ସେଥିପାଇଁ ଆପଣ ବାଦାମ,ଅଖରୋଟ କଞ୍ଚା ମଞ୍ଜି ବ୍ୟତୀତ ବ୍ରୋକଲୀ ବା କଞ୍ଚା କଦଳୀ ପରି ପରିବା ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button