ସ୍ୱାସ୍ଥ୍ୟ

ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ ଜ୍ୱର ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏବେ ଶୀତ ଋତୁର ଆରମ୍ଭ ହୋଇଛି। ଏହି ଋତୁରେ ବୁଲିବା ଚାଲିବା ପାଇଁ ଯେତିକି ମଜା ଲାଗିଥାଏ, ସେତିକି ଦେହ ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଦେଖାଦେଇଥାଏ। ତେବେ ଏହି ସବୁ ସମସ୍ୟା ପାଇଁ ଚିିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ କିଛି ଘରୋଇ ଉପାୟରୁ ଏହି ସବୁ ରୋଗରୁ ମୁକ୍ତି ମିଳିବ।

କମଳା ଚା’: ଶୀତ ଦିନେ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ଘରେ କମଳା ଚା’ ପ୍ରସ୍ତୁତ କରି ପିଇପାରିବେ। କମଳା ଚା’ କରିବା ପାଇଁ ଏହି ଚୋପାର ଆବଶ୍ୟକତା ପଡ଼ିଥାଏ। ପ୍ରଥମେ ଗ୍ୟାସ୍‌ରେ ଏକ କପ୍‌ ପାଣି ଫୁଟାଇ ସେଥିରେ କମଳା ଚୋପା ପକାଇ ଫୁଟାନ୍ତୁ। ସେଥିରେ କିଛି ଗୁଜୁରାତି ଓ ଡାଲିଚିନି ପକାଇ ଭଲ କରି ଫୁଟାନ୍ତୁ। ଫୁଟିଯିବା ପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏହାପରେ ଏଥିରେ ମହୁ ମିଶାଇ ପିଅନ୍ତୁ ଦେଖିବେ ଥଣ୍ଡା ସମସ୍ୟାରୁ ଉପଷମ ମିଳିବ।

ସୁପ୍‌: ଥଣ୍ଡା କି ଜ୍ୱର ହେଲେ କିଛି ଖଟାମିଠା ଅବା ଲୁଣି ଖାଦ୍ୟ ଖାଇବାକୁ ଇଛା ହୋଇଥାଏ। ତେବେ ପରିବା ସୁପ୍‌ କିମ୍ବା ଚିକେନ ସୁପ୍‌ ପିଇପାରିବେ। ଏହା ସ୍ବାସ୍ଥ୍ୟ ପାଇଁ ହିତକର ହେବା ବେଳେ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ ।

ମସଲା ଚା’: ଥଣ୍ଡା ହୋଇଥିବା କାରଣରୁ ଗଳାରେ ବ୍ୟଥା ଅନୁଭବ କରିବା, କାଶ ହେବା ଏହି ସବୁ କାରଣରୁ ଔଷଧୀୟ ଗୁଣ ଭରପୂର ଚା’ ପିଇବା ଉଚିତ। ଅଦା, ତୁଳସୀ, ଗୋଲମରିଚ ଓ ହଲଦି ପକାଇ କାଢ଼ା ପ୍ରସ୍ତୁତ କରିବା ପରେ ଏହାକୁ ପିଇବା ଦ୍ୱାରା ଆରାମ୍‌ ମିଳିଥାଏ ।

ଫଳ: ଥଣ୍ଡା,ସର୍ଦ୍ଦି ହୋଇଥିଲେ ଭିଟାମିନ ସି ଥିବା ଫଳ ଲେମ୍ବୁ, କମଳା, ଅଁଳା ଆଦି ଖାଇବା ଭଲ। ଶରୀରକୁ ସ୍ବାସ୍ଥ୍ୟକର ରଖିବା ପାଇଁ ପ୍ରତିଦିନ ଗୋଟିଏ ଫଳ ସେବନ କରିବା ଉଚିତ। ଏହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button