ରାଜ୍ୟ

ପ୍ରାକୃତିକ ଉପାୟରେ ଦୂର କରନ୍ତୁ ପାଇରିୟା ରୋଗ, ଦାନ୍ତକୁ ରଖନ୍ତୁ ସୁସ୍ଥ

ବ୍ୟକ୍ତିର ବ୍ୟକ୍ତିତ୍ୱ ବଢାଇବା ଏବଂ ମୁହଁକୁ ସୁନ୍ଦର କରିବାରେ ଦାନ୍ତର ପ୍ରମୁଖ ଭୂମିକା ରହିଛି। କେବଳ ଏମିତି ନୁହେଁ ଖାଦ୍ୟ ଖାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ। କିନ୍ତୁ ଦାନ୍ତରେ ସାଧାରଣ ଭାବେ ଦେଖାଦେଉଥିବା ପାଇରିଆ ରୋଗ ଯୋଗୁଁ ମାଢିରୁ ରକ୍ତ ପଡିବା, ଯନ୍ତ୍ରଣା ହେବା ଇତ୍ୟାଦି କଷ୍ଟ ସହିବାକୁ ପଡିଥାଏ। ଯଦି ଏହି ସମସ୍ୟାରୁ ଯଥାଶୀଘ୍ର ମୁକ୍ତି ନ ମିଳେ ତେବେ ବଡ ଚିନ୍ତାର କାରଣ ପାଲଟିଥାଏ। ଏଥିପାଇଁ ଆଜି ଆମେ ଆପଣ ଏପରି ପ୍ରାକୃତିକ ଉପାୟ ଜଣାଇବୁ, ଯାହାକୁ ପ୍ରୟୋଗ କଲେ ଆପଣଙ୍କ ପାଇରିୟା ରୋଗରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ଉପାୟ..

ଅରଣ୍ଡି ତେଲ :

୨୦୦ ମି.ଲି. ଅରଣ୍ଡି ତେଲ, ୫ ଗ୍ରା. କର୍ପୁର, ୧୦୦ ମି.ଲି ମହୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖି ନିମ୍ବ ଦାନ୍ତକାଠିରେ ନେଇ ଦାନ୍ତ ଘଷନ୍ତୁ। ଏହା ପାଇରିୟା ଦୂର କରିବାର ଉତ୍ତମ ଉପଚାର।

neem

ନିମ୍ବ ପତ୍ର :

ନିମ୍ବ ପତ୍ରକୁ ପୋଡି ପାଉଁଶରେ କୋଇଲା ଗୁଣ୍ଡ ଏବଂ କର୍ପୁର ମିଶାଇ ପ୍ରତିଦିନ ରାତିରେ ଦାନ୍ତରେ ଲଗାଇ ଶୋଇପଡନ୍ତୁ। ଏହାଛଡା ଏହି ପାଉଡର ଲଗାଇଲେ ଦାନ୍ତରୁ ବାହାରୁଥିବା ରକ୍ତରୁ ମଧ୍ୟ ମୁକ୍ତି ମିଳିଥାଏ। ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ହଟାଇବାରେ ଏହା ସହାୟତା କରିଥାଏ।

କଞ୍ଚା ପିଜୁଳି :

guava

ପିଜୁଳିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ଯାହା ଦାନ୍ତ ପାଇଁ ବହୁତ ଲାଭକାରୀ। ଏଭଳି ସମସ୍ୟା ଥିଲେ ଆପଣ ପିଜୁଳିରେ ଅଳ୍ପ ଲୁଣ ମିଶାଇ ଖାଇବା ଦ୍ୱାରା ପାଇରିୟା ଭଳି ରୋଗ ଦୂର ହୋଇଥାଏ।

priyria

ସୋରିଷ ତେଲ ଏବଂ ସୈନ୍ଧବ ଲବଣ :

ଏହା ପାଇରିୟା ରୋଗ ପାଇଁ ବେଶ୍‌ ଉପକାରୀ। ସୋରିଷ ତେଲରେ ଅଳ୍ପ ସୈନ୍ଧବ ଲବଣ ମିଶାଇ ଦାନ୍ତରେ ଲଗାଇବା ଦ୍ୱାରା ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଏବଂ ଦାନ୍ତରୁ ରକ୍ତ ବାହାରିବା ବନ୍ଦ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button