ଆପଣଙ୍କ ଶରୀରରେ ହର୍ମୋନ ସମସ୍ୟା ଦେଖାଦେଉଛିକି, ତେବେ ଏହି ଦିଗ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ହର୍ମୋନ ଆମ ଶରୀରର ବିଭିନ୍ନ କାର୍ଯ୍ୟ ମାନଙ୍କର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ଶରୀରର ଏଣ୍ଡୋକ୍ରାଇନ ଗ୍ରନ୍ଥିର ହିଁ ଏହି ହର୍ମୋନରେ ତିଆରି ହୋଇଥାଏ । ଏହା ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ସ୍ଥାନକୁ ପହଞ୍ଚି ଶରୀର ଭିତରର ବିଭିନ୍ନ କାର୍ଯ୍ୟରେ ସହାୟକ ହୋଇଥାଏ । କିନ୍ତୁ ଶରୀର ମଧ୍ୟରେ ଥିବା ହର୍ମୋନରେ ଯଦି ସାମାନ୍ୟ ଅସନ୍ତୁଳନ ଦେଖାଦିଏ ତେବେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଆମକୁ ନିଜ ଶରୀରର ଏହି ବିଶେଷ ଉପାଦାନ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ଆସନ୍ତୁ କିଛି ଟିପ୍ସ ବିଷୟରେ ଆଜି ଜାଣିବା ଯାହା ଦ୍ୱାରା ଆପଣ ନିଜ ଶରୀରର ହର୍ମୋନରେ ଏକ ବାଲାନ୍ସ ରକ୍ଷା କରିପାରିବେ ।
ଯାହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରାହିବେ ସହ ମନ ମଧ୍ୟ ପ୍ରଫୁଲ୍ଲ ରହିବ । ମହିଳା ମାନଙ୍କ ଠାରେ ଋତୁସ୍ରାବ, ଗର୍ଭାବସ୍ଥା, ମନୋପସ ସମୟରେ ହିଁ ଅଧିକ ଅସନ୍ତୁଳନ ଦେଖାଦେଇଥାଏ । ପୁରୁଷ ମାନଙ୍କ ଠାରେ ଅସନ୍ତୁଳନ ଦେଖାଦେଲେ ଚିଡଚିଡାପଣ , ଯୌନଶକ୍ତି ହ୍ରାସ ପରି ଗମ୍ଭୀର ସମସ୍ୟା ହୋଇଥାଏ ।
ଅସନ୍ତୁଳନର ଲକ୍ଷଣ:
୧. ପ୍ରାୟ ସବୁ ସମୟରେ ଥକା ଲାଗେ ।
୨. ବିଭିନ୍ନ ପେଟ ସମସ୍ୟା ଯେପରିକି କବ୍ଜା, ଅତ୍ୟନ୍ତ ଗ୍ୟାସ ହେବା, ପେଟ ଫୁଲିବା ପରି ସମସ୍ୟା ମଧ୍ୟ ଦେଖାଯାଏ ।
୩. ଚାପଗ୍ରସ୍ଥ ହେବା ସହ ଚିଡିଚିଡ଼ା ପଣ ମଧ୍ୟ ବୃଦ୍ଧି ପାଏ ।
୪. ଅତ୍ୟଧିକ ଚୁଟି ଝଡିବା , ଶରୀର ଦୁର୍ବଳ ହୋଇପଡିବା, ଅସମୟରେ ଚୁଟି ପାଚିବା ପରି ଲକ୍ଷଣ ଏହି କାରଣରୁ ହୋଇଥାଏ ।
୫. ଏହା ଦ୍ୱାରା ନିଦ ମଧ୍ୟ ଭଲରେ ହୋଇନଥାଏ ।
ସନ୍ତୁଳନ ହରାଇଥିବା ହର୍ମୋନର ସନ୍ତୁଳନତା ଫେରେଇ ଆଣିବା ପାଇଁ ଆମେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଦରକାର । ଏହି ସମୟରେ ବିଶେଷ କରି ମହିଳାମାନେ ଫାଷ୍ଟ ଫୁଡ଼ , ଚକୋଲେଟ, କୋଲଡ୍ରିଙ୍କସ , ଚାହା, କଫି ପରି ଖାଦ୍ୟ ପାନୀୟ ଠାରୁ ସମ୍ପୂର୍ଣ ଦୁରେଇ ରହିବ ଆବଶ୍ୟକ ।

ପ୍ରତିକାର:
୧.ଏହା ବଦଳରେ ଆପଣ ଗ୍ରୀନ ଟିର ବ୍ୟବହାର କରନ୍ତୁ ।
୨.ତାଜା ଫଳ ଓ ପନିପରିବା ସେବନ କରନ୍ତୁ ।
୩.ଅଣ୍ଡା, ଚିକେନ ପରି ଖାଦ୍ୟକୁ ନିଶ୍ଚିତ ଗ୍ରହଣ କରନ୍ତୁ ।
ଶରୀରରେ ଥିବା ବିଭିନ୍ନ ହର୍ମୋନ ଓ ଏହାର କାମ:
ଇନ୍ସୁଲିନ:
ଏହି ହର୍ମୋନଟି ମଣିଷ ଶରୀରର ଆମାଶୟରେ ସୃଷ୍ଟି ହୋଇଥାଏ । ଏହା ମାଧ୍ୟମରେ ହିଁ ଶରୀରର ବ୍ଲଡ଼ ସେଲସକୁ ରକ୍ତ ଶର୍କରା ମିଳିପାରେ । ଏହାବାଦ ଇନ୍ସୁଲିନ ଶରୀରର କାର୍ବୋହାଇଡ୍ରେଡ଼ସକୁ ଉର୍ଜା ପ୍ରଦାନ କରିଥାଏ । ଏହା ରକ୍ତର ଶର୍କରା ସ୍ତରକୁ ବଜାୟ ରଖେ । ଏହା କମିଲେ ହିଁ ମଧୁମେହ ରୋଗ ହୋଇଥାଏ ।
ଏସ୍ଟ୍ରୋଜେନ:
ଏହି ହର୍ମୋନ କେବଳ ମହିଳା ମାନଙ୍କ ଠାରେ ହିଁ ଦେଖାଯାଏ । ମାସିକ ଋତୁସ୍ରାବ ଓ ମନପସ ସମୟରେ ସନ୍ତୁଳନ ରକ୍ଷା ହେଉଛି ଏହାର ପ୍ରଧାନ କାମ । ଏହାର ମାତ୍ର ଅଧିକ ହୋଇଗଲେ ସ୍ତନ କ୍ୟାନ୍ସର, ଡିପ୍ରେସନ, ମୁଡ଼ ସ୍ୱଇଙ୍ଗ ପରି ଗମ୍ଭିର ସମସ୍ୟା ଉପୁଜି ଥାଏ । ନଚେତ ଚୁଟି ଝଡ଼ିବା, ମୁଖ ବ୍ରଣ, ଶରୀର ଦୁର୍ବଳ ହେବା ସମସ୍ୟା ହୋଇଥାଏ ।
ଇଣ୍ଡ୍ରଏଲନିନ:
ଏହି ହର୍ମୋନ ମଣିଷର ଭାବନା ତଥା ଚିନ୍ତାଧାରାକୁ ବିଶେଷ ପ୍ରଭାବିତ କରିଥାଏ । ମୁଡ଼କୁ ଏହା ପ୍ରଭାବିତ କରିଥାଏ ।
ପ୍ରୋଲେକ୍ଟିନ:
ଏହି ହର୍ମୋନଟି ପିଟିଓଟାରି ଗ୍ଲାଣ୍ଡରେ ହିଁ ତିଆରି ହୋଇଥାଏ । ଏହା ମା’ ମାନଙ୍କର ସ୍ତନ୍ୟପାନର କ୍ଷମତା ବଢ଼ାଇଥାଏ । ଏହାବାଦ ପ୍ରଜନନ କ୍ଷମତା ବୃଦ୍ଧିରେ ମଧ୍ୟ ଏହା ବିଶେଷ ସହାୟକ ହୋଇଥାଏ ।




