ଦେଶ- ବିଦେଶ

ଘରୁ ବୁଢିଆଣୀ ବସା ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଘରେ ବୁଢିଆଣୀ ଜାଲ ଦେଖିଲେ ଖରାପ ଲାଗିଥାଏ। ଏହା ଦ୍ୱାରା ଘରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ। କିନ୍ତୁ ଆପଣମାନେ ଜାଣିନଥିବେ କିଛି ଘରୋଇ ଉପାୟରେ ମଧ୍ୟ ବୁଢିଆଣୀ ଜାଲକୁ ଘରୁ ବାହାର କରାଯାଇପାରିବ। ତେବେ ଜାଣନ୍ତୁ କଣ ରହିଛି ସେହି ଉପାୟ।

-ସର୍ବପ୍ରଥମେ ବୁଢିଆଣୀ ଜାଲ ଥିବା ସମସ୍ତ ସ୍ଥାନ ସଫା କରିଦିଅନ୍ତୁ। ବିଶେଷ ରୂପେ କାନ୍ଥର କୋଣରେ ଥିବା ଅଳୁନ୍ଦି ସଫା କରନ୍ତୁ କାରଣ ଅଧିକାଂଶ ବୁଢିଆଣୀ ଏହି ସ୍ଥାନରୁ ହିଁ ନିଜର ଜାଲ ତିଆରି କରିବା ଆରମ୍ଭ କରିଦେଇଥାନ୍ତି। କାରଣ ବୁଢିଆଣୀମାନେ କାନ୍ଥର କୋଣରୁ ହିଁ ସହଜରେ ନିଜର ଘର ତିଆରି କରିପାରନ୍ତି।

-ଶିକା ଏଭଳି ଏକ ପଦାର୍ଥ ଯାହା ଏଭଳି କୀଟକୁ ମାରିପାରିଥାଏ। ସିକାକୁ ଗୋଟିଏ କପଡାରେ ଗୁଡାଇ ଯେଉଁ ସ୍ଥାନରେ ବୁଢିଆଣୀ ବସା ହେବାର ସମ୍ଭାବନା ରହିଛି ସେହି ସ୍ଥାନରେ ରଖି ଦିଅନ୍ତୁ।

spider-ଯଦି ଆପଣଙ୍କ ଘରର କୌଣସି କାନ୍ଥ ଭାଙ୍ଗିଯାଇଥାଏ ବା କାନ୍ଥରେ ଫାଟ ହୋଇଥାଏ ତେବେ ସେଠାରେ ବୁଢିଆଣୀମାନେ ଜଲଦି ବସା ବାନ୍ଧିଥାନ୍ତି। ଏହିକାରଣରୁ ଘରର ଭାଙ୍ଗିଥିବା କାନ୍ଥକୁ ଜଲଦି ଠିକ୍ କରନ୍ତୁ।

-ଏହା ବ୍ୟତୀତ ବେକିଂ ସୋଡାର ବ୍ୟବହାରରେ ମଧ୍ୟ ବୁଢିଆଣୀକୁ ବାହାର କରାଯାଇପାରିବ। କାରଣ ବୁଢିଆଣୀକୁ ଏହାର ଗନ୍ଧ ପସନ୍ଧ ନୁହେଁ। ଏହିକାରଣୁ ବେକିଂ ସୋଡା ଥିବା ସ୍ଥାନରେ ବୁଢିଆଣୀ ଜାଲ କରିନଥାଏ।

-ସିଟ୍ରସ୍ ଅଏଲ୍ ରେ ଆଣ୍ଟି-ଇଫ୍ଲୋମେଟ୍ରୀ ଗୁଣ ରହିଥାଏ। ଏହାର କିଛି ବୁନ୍ଦା କପଡାରେ ପକାଇ ବୁଢିଆଣୀ ଜାଲ ଥିବା ସ୍ଥାନରେ ଲଗାଇ ଦିଅନ୍ତୁ, ଏହା ଦ୍ୱାରା ବୁଢିଆଣୀ ଘର ଛାଡି ଚାଲିଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button