ସ୍ୱାସ୍ଥ୍ୟ

ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି କି ? ଏଥିରୁ ମୁକ୍ତି ଦେବ ଏହି ପରିବା ରସ

ଖାଦ୍ୟପେୟରେ ଅନିୟମିତତା ଏବଂ ବଢୁଥିବା ପ୍ରଦୂଷଣ ଯୋଗୁଁ କେଶ ଏବଂ ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ। ଅନେକ ଲୋକଙ୍କର କେଶ ସମୟ ପୂର୍ବରୁ ଧଳା ହୋଇଯାଏ। ଯଦି ଆପଣଙ୍କର ଏପରି ସମସ୍ୟା ସମ୍ମୁଖୀନ ହୋଇଥାନ୍ତି ଏହାର ବ୍ୟବହାର କରନ୍ତୁ ଏବଂ ଏଥିରୁ ମୁକ୍ତି ପାଆନ୍ତୁ।

ଆପଣମାନେ ଜହ୍ନି ନିଶ୍ଚିତ ଖାଇଥିବେ। ଏହାକୁ ଆମେ ତରକାରୀ କିମ୍ବା ଭଜା କରି ଖାଇଥାଉ। କିନ୍ତୁ ଆୟୁର୍ବେଦରେ ଜହ୍ନିକୁ ଔଷଧ ଭାବେ ବ୍ୟବହାର କରାଯାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଫାଇବର ଶରୀରକୁ ପୋଷଣ ଦେଇଥାଏ। ଏଥିପାଇଁ ଗୋଲମରିଚ ଗୁଣ୍ଡରେ ଦୁଇ ବଡ ଚାମଚ ଅଳାଁ ତେଲ ମିଶାଇ ଏଥିରେ ଜହ୍ନି ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏହାକୁ ଏକ ସପ୍ତାହ ଖରାରେ ରଖିବା ପରେ ଛାଣି ଦିଅନ୍ତୁ। ଏହି ତେଲକୁ ପ୍ରତିଦିନ କେଶରେ ଲଗାଇଲେ ଫଳ ମିଳିଥାଏ।

32

କେଶକୁ କଳା କରିବା ପାଇଁ ଜହ୍ନିକୁ ଛୋଟ ଛୋଟ କରି କାଟି ନଡିଆ ତେଲରେ ମିଶାଇ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରଖିନିଅନ୍ତୁ। ଏବେ ଭଲ ଭାବେ ଜହ୍ନି ତେଲରେ ବୁଡିଯିବା ପରେ ଏହାକୁ ଛାଣି ଦିଅନ୍ତୁ। ଏହି ତେଲକୁ ପ୍ରତିଦିନ ଶୋବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ। ଏପରି କରିବା ଦ୍ୱାରା କେଶ କଳା ହେବା ସହିତ ଘନ ହୋଇଥାଏ।

ତ୍ୱଚା ପାଇଁ ମଧ୍ୟ ଜହ୍ନି ବେଶ୍‌ ଫାଇଦାଯୁକ୍ତ। ଯଦି ଆପଣଙ୍କର ବ୍ରଣ ଏବଂ ମୁହଁରେ ଦାଗ ହୋଇଥାଏ ତେବେ ଜହ୍ନିର ଚେରକୁ ଲହୁଣୀ ସହିତ ଘୋରି ଲଗାନ୍ତୁ।

ew

ଜଣ୍ଡିସ ରୋଗ ପାଇଁ ଜହ୍ନି ରସ ବେଶ୍‌ ଲାଭକାରୀ। ଏହାର ଦୁଇ ତିନି ବୁନ୍ଦା ରସ ନାକରେ ପକାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

ଜହ୍ନି ଖାଇବା ଦ୍ୱାରା ପାଇଲ୍ସ ରୋଗ ଭଲ ହୋଇଥାଏ। ଏଥିରେ ଫାଇବରର ଅଧିକ ମାତ୍ରାଥିବା ଯୋଗୁଁ ଶରୀରର ମଇଳା ପଦାର୍ଥ ବାହାରି ଆସିଥାଏ।

ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ଏହାର ଏକ ଚାମଚ ରସ ସହିତ ଦୁଇ ଚାମଚ ଗାଈ କ୍ଷୀର ମିଶାଇ ଏହାକୁ ସେବନ କରି ଏହି ସମସ୍ୟା ଦୂର କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button