ସ୍ୱାସ୍ଥ୍ୟ

ଅଧା କପାଳି ବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ରୋଷେଇ ଘରେ ଥିବା ଜୁଆଣି ଶରୀରର ଅନେକ ସମସ୍ୟା ଦୂର କରିବା ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ ଜୁଆଣି କେଉଁ ସବୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

-ଥଣ୍ଡା, ଗରମ ପ୍ରଭାବରୁ ତଣ୍ଟି ବସିଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଖଜୁରୀ ପତ୍ର ଏବଂ ଜୁଆଣିକୁ ପାଣିରେ ସିଝାନ୍ତୁ। କିଛି ସମୟ ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚିନ୍ତ ଲାଭ ପାଇପାରିବେ।

-ଅଧା କପାଳି ବିନ୍ଧା ହେଉଥିଲେ ଏକ ଚାମଚ ଜୁଆଣି ଅଧା ପାଣିରେ ପକାଇ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ପାଣିକୁ ଛାଣି ଦିନରେ ଦୁଇ ରୁ ତିନି ଥର ସେବୀନ କରିବା ଦ୍ୱାରା ଆରାମ ମିଳିଥାଏ।

-ସୋରିଷ ତେଲରେ ଜୁଆଣି ପକାଇ ଭଲ ଭାବେ ଗରମ କରିଦିଅନ୍ତୁ। ଏହାକୁ ଆଣ୍ଠୁ ଗଣ୍ଠିରେ ମାଲିସ୍‌ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

-କାକୁଡି ରସରେ ଜୁଆଣି ମିଶାଇ ତ୍ୱଚାରେ ଲଗାଇଲେ ମଧ୍ୟ ଏହା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ।

-ଖଣ୍ଡିଆ ହେବା ପରେ ନାଲି କିମ୍ବା ନେଳି ଦାଗ ପଡିଯାଉଥିଲେ ଜୁଆଣି ଏବଂ ହଳଦି ମିଶାଇ ଖଣ୍ଡିଆ ହୋଇଥିବା ଯାଗାରେ ବାନ୍ଧିବା ଦ୍ୱାରା ଯନ୍ତ୍ରଣା ଏବଂ ଫୁଲା କମ ହୋଇଥାଏ।

-ଏହା ବ୍ୟତୀତ ମୁଖରୁ ର୍ଦୁଗନ୍ଧ ବାହାରୁଥିଲେ ଜୁଆଣି ପଣି ଫୁଟାଇ ସେଥିରେ ଦୁଇ ରୁ ତିନି ଥର କୁଳି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button