ସ୍ୱାସ୍ଥ୍ୟ

ମଧୁମେହରୁ ମୁକ୍ତି ଦେବ ଏହି ୩ଟି ଯୋଗାସନ, ନିୟମିତ ଅଭ୍ୟାସ ଦ୍ୱାରା ନିୟନ୍ତ୍ରିତ ରହିବ ବ୍ଲଡ୍‌ ସୁଗାର

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ। ଯେତେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ମଧ୍ୟ ଆପଣ ଯଦି ଯୋଗ ପ୍ରାଣାୟାମ କରୁନାହାନ୍ତି ତେବେ ରୋଗରୁ ସହଜରେ ମୁକ୍ତି ପାଇପାରିବେ ନାହିଁ। ଯୋଗ ମାଧ୍ୟମରେ ବ୍ଲଡ ସୁଗାର, ରକ୍ତଚାପ, ହୃଦ୍‌ ସମ୍ବନ୍ଧୀୟ ରୋଗ ଆଦିକୁ ନିୟନ୍ତ୍ରଣ କରାଯାଇପାରିବ। ମଧୁମେହର ପ୍ରାକୃତିକ ଚିକିତ୍ସା ଭାବେ ଯୋଗକୁ ବ୍ୟବହାର କରାଯାଇପାରେ। କେତେକ ସହଜ ଯୋଗ ସାହାଯ୍ୟରେ ଆପଣ ମଧୁମେହ ପରି ଭୟଙ୍କର ରୋଗକୁ ମଧ୍ୟ ଭଲ କରିପାରିବେ। ଆସନ୍ତୁ ଜାଣିବା ମଧୁମେହକୁ ନିୟନ୍ତ୍ରିତ କରିବାରେ କେଉଁ ଯୋଗ ସାହାଯ୍ୟ କରେ…

  • ଧନୁରାସନ:

ଧନୁରାସନର ଅଭ୍ୟାସ ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଏହି ଯୋଗ କରିବା ପାଇଁ ଆପଣ ପେଟ ଭୂମିରେ ଲାଗିବା ଭଳି ଚଟାଣରେ ଶୁଅନ୍ତୁ। ଏବେ ଶରୀରର ଉଭୟ ଆଗ ଓ ପଛଭାଗକୁ ଏକାସାଙ୍ଗେ ଉପରକୁ ଉଠାନ୍ତୁ। ଏବେ ହାତ ସାହାଯ୍ୟରେ ପାଦକୁ ଧରି ଉପରକୁ ଟାଣନ୍ତୁ। ଯେପରି ଶରୀର ଧନୁ ଆକାରର ରହିବ। ଏଭଳି ଅବସ୍ଥାରେ ଅତି କମ୍‌ରେ ୧୫ରୁ ୨୦ ସେକେଣ୍ଡ ରୁହନ୍ତୁ। ଧନୁରାସନ କରିବା ଦ୍ୱାରା ଅଣ୍ଟା ସମସ୍ୟା ମଧ୍ୟ ଦୂର ହୋଇଥାଏ।

  • ପଶ୍ଚିମୋତ୍ତାସନ:

ରକ୍ତରେ ସୁଗାର ଲେବଲ କରିବାରେ ପଶ୍ଚିମୋତ୍ତାସନ ମଧ୍ୟ ସାହାଯ୍ୟ କରେ। ଏହି ଆସନ କରିବା ପାଇଁ ପ୍ରଥମେ ଚଟାଣରେ ଗୋଡ଼କୁ ଆଗକୁ ଲମ୍ବାଇ ସିଧା ବସନ୍ତୁ। ଏବେ ଆଗକୁ ନଇଁ ପଡ଼ି ପାଦର ଆଙ୍ଗୁଳିକୁ ହାତରେ ଧରିବାକୁ ଚେଷ୍ଟା କରନ୍ତୁ। ଯେତିକି ପାରୁଛନ୍ତି ନିଜ ଆରାମ ଅନୁସାରେ ନଇଁ ପାଦକୁ ସ୍ପର୍ଶ କରନ୍ତୁ। ୧୦ ସେକେଣ୍ଡ ପରେ ପୁଣି ଥରେ ପୂର୍ବାବସ୍ଥାକୁ ଫେରି ଆସନ୍ତୁ। ଏହି ଆସନ କରିବା ଦ୍ୱାରା ପେଟର ମେଦ ମଧ୍ୟ କମ୍‌ ହୋଇଥାଏ।

  • ଶବାସନ:

 

ଶବାସନ କରିବା ପାଇଁ ପ୍ରଥମେ ଭୂମିରେ ଏକ ଚଟେଇ ବିଛାନ୍ତୁ। ଏବେ ଚିତ୍‌ ହୋଇ ସିଧା ଶୋଇଯାଆନ୍ତୁ,ଯେମିତି ଗୋଡ଼ ଦୁଇଟି ମଧ୍ୟରେ ୧ ଫୁଟ ଦୂରତା ରହିବ। ଏବେ ଆଖି ବନ୍ଦ କରି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏଭଳି ୧୦ ମିନିଟ୍‌ କରନ୍ତୁ। ପ୍ରତିଦିନ ଏହି ଆସନ କରିବା ଦ୍ୱାରା ଡାଇବେଟିସ୍‌ ସମେତ ହୃଦ୍‌ ସମ୍ବନ୍ଧୀୟ ରୋଗ ହୋଇନଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button