ଦେଶ- ବିଦେଶ

ଏହି ବୟସରେ ମା’ ହେଲେ ପିଲା ହୋଇଥାନ୍ତି ଚାଲାକ୍ ଏବଂ ହୁସିୟାର, ରିସର୍ଚ୍ଚରେ ହୋଇଛି ଖୁଲାସା

କଣ ଆପଣ ଜାଣିଛନ୍ତି କି ମା’ ହେବାର ଉଚିତ ବୟସ କଣ ହୋଇଥାଏ। ଡେନମାର୍କରେ ଏକ ରିସର୍ଚ୍ଚ ହୋଇଛି ଯେଉଁଥିରେ ମହିଳାଙ୍କୁ ମା’ ହେବା ଠିକ ସମୟ କୁହାଯାଇଛି। ଏହି ରିସର୍ଚ୍ଚରେ କୁହାଯାଇଛି ଯେ କେଉଁ ବୟସରେ ମା’ ହେବା ଦ୍ବାରା ପିଲା ହୋସିୟାର ହୋଇଥାଏ।

ଏହି ରିସର୍ଚ୍ଚରେ ମହିଳାଙ୍କର ପିଲା ଜନ୍ମ କରିବାର ଉଚିତ ସମୟ ୩୦ ବର୍ଷ କୁହାଯାଇଛି। ରିସର୍ଚ୍ଚର କହିବାନୁଯାୟୀ ୩୦ ବର୍ଷରେ ମା’ ହୋଇଥିବା ମହିଳାଙ୍କର ୟୁଟେରସରେ କ୍ୟାନ୍ସର ଭୟ କମ୍ ରହିଥାଏ। ଏହି ବୟସରେ ମହିଳା ସମ୍ପୂର୍ଣ୍ଣ ଭାବରେ ସେଟଲ ହୋଇଯାଇଥାନ୍ତି। ଏହାଛଡା ଏହା ଏମିତି ଏକ ବୟସ ଯେଉଁଥିରେ ମହିଳା ପିଲା ଜନ୍ମ କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ହୋଇଥାନ୍ତି।

babyରିସର୍ଚ୍ଚ ଅନୁଯାୟୀ ମା’ ଯଦି ପିଲା ଜନ୍ମ କରିବା ସମୟରେ ସୁସ୍ଥ ରହିଥାନ୍ତି ତେବେ ପିଲା ମଧ୍ୟ ସୁସ୍ଥ ଏବଂ ହୁସିୟାର ଜନ୍ମ ହୋଇଥାନ୍ତି। ଏମିତିରେ ପିଲା ଜନ୍ମ ପର୍ଯ୍ୟନ୍ତ ମା’ଙ୍କର ମାନସିକ ଏବଂ ଶାରୀରିକ ଦୁଇଟି ସୁସ୍ଥ ରହିବା ବହୁତ ଆବଶ୍ୟକ ଅଟେ। ଯଦି ମା’ ସୁସ୍ଥ ରହିବେ ନାହିଁ ତେବେ ଏହାର ନକାରାତ୍ମକ ପ୍ରଭାବ ପିଲା ଉପରେ ପଡିଥାଏ।

ଏହି ରିସର୍ଚ୍ଚରେ ୪,୭୪୧ ମହିଳାଙ୍କୁ ସାମିଲ କରାଯାଇଥିଲା। ଅବଶ୍ୟ ଡେନମାର୍କରେ ମହିଳାମାନଙ୍କର ପିଲା ଜନ୍ମ କରିବାର ବୟସ ସାଢ଼େ ତିରିସ ବର୍ଷ। ଇଂଲଣ୍ଡରେ ମଧ୍ୟ ପିଲା ଜନ୍ମ କରିବାର ଉଚିତ ସମୟ ୩୦ ବର୍ଷ କୁହାଯାଇଛି। ଏହି ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ ୩୦ ବର୍ଷରେ ମହିଳା ପରିପକ୍ବ ହୋଇଯାଇଥାନ୍ତି।

ସେମାନେ ଏହି ବୟସ ପର୍ଯ୍ୟନ୍ତ ଶିକ୍ଷିତ ଏବଂ ଆର୍ଥିକ ଭାବରେ ସ୍ବତନ୍ତ୍ର ମଧ୍ୟ ହୋଇଯାଇଥାନ୍ତି। ଏମିତିରେ ସେମାନଙ୍କୁ ପିଲାର ଯତ୍ନ ନୋବରେ କୌଣସି ବି ସମସ୍ୟା ହୋଇନଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button