ଜ୍ୟୋତିଷ

ବାସ୍ତୁଶାସ୍ତ୍ର ଟିପ୍ସ : ଏହି ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଂଙ୍କେତ, ଜାଣି ରୁହନ୍ତୁ ସାବଧାନ

ଦୈନିକ ଜୀବନରେ କାମ କରୁଥିବା ସମୟରେ ଆମ ହାତରୁ ଜଣାଅଜଣାରେ ଅନେକ ଜିନିଷ ଖସିଯାଇଥାଏ। ଏହା ଉପରେ ଆମେ ସାଧାରଣତଃ ଧ୍ୟାନ ନଦେଇଥିଲେ ମଧ୍ୟ ଏହା ଆମକୁ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣାର ସଂଙ୍କେତ ଦେଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ହାତରୁ କିଛି ଜିନିଷ ଖସିବା ଅଶୁଭ ଘଟଣାର ସଂଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା କଣ ଜିନିଷ ହାତରୁ ଖସିବା ହୋଇଥାଏ ଅଶୁଭ।

coins-mixed

-ଯଦି ହଠାତ୍ କାହା ହାତରୁ ଖୁଚୁରା ଖସି ଯାଇଥାଏ ତେବେ ତାହାକୁ ଅଶୁଭ କୁହାଯାଇଥାଏ। ଏପରି ହେବା ଦ୍ବାରା ମାଁ ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ଅପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଇଥାଏ।

-ଅନେକ ସମୟରେ ପୂଜା କରୁଥିବା ସମୟରେ ହାତରୁ ପୂଜା ଥାଳି ଖସି ଯାଇଥାଏ ଅଥବା ଦୀପ ଲିଭିଯାଇଥାଏ। ଏପରି ହେବା କିଛି ବିରାଟ ଅଶୁଭ ହେବାର ସଙ୍କେତ କୁହାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ହେବା ଭବିଷ୍ୟତରେ ହେବାକୁ ଥିବା କିଛି ଦୁର୍ଘଟଣାର ସଙ୍କେତ ଦେଇଥାଏ।

Water

-ଯଦି ଆପଣଙ୍କ ହାତରୁ ପାଣି ଭର୍ତ୍ତି ଥିବା ଗିଲାସ ପଡିଯାଉଛି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏପରି ହେବା ଦ୍ବାରା ଭବିଷ୍ୟତରେ କିଛି ରୋଗଗସ୍ତ ହେବାର ସଂଙ୍କେତ ଦେଇଥାଏ।

-କୌଣସି ବିବାହିତ ମହିଳା ସିନ୍ଦୁର ଲଗାଉଥିବା ସମୟରେ ତାଙ୍କ ହାତରୁ ସୁନ୍ଦୁର ଫରୁଆ ପଡିଯାଇଥାଏ ତେବେ ତାଙ୍କ ସ୍ବାମୀଙ୍କ ଉପରେ କୌଣସି ମହାବିପତ୍ତି ଆସିବାର ସମ୍ଭାବନା ରହିଥାଏ।

cast-iron

-ଯଦି ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ କଡେଇରୁ ତେଲ ଛିଟିକି ଥାଏ ତେବେ ଘରେ ଅନ୍ନ-ଧନର ଅଭାବ ଦେଖାଦେଇପାରେ। ଏମିତି ହେବେ ଦ୍ବାରା ଅନ୍ନପୂର୍ଣ୍ଣ କ୍ରୋଧିତ ଥିବା କୁହାଯାଇଥାଏ।

– ରୋଷେଇ କରୁଥିବା ସମୟରେ ହାତରୁ ଲଙ୍କା ଗୁଣ୍ଡ ପଡିଯାଇଥିଲେ ଘର ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ହେଲା। ଏହାଛଡ଼ା ଲୁଣ ହାତରୁ ଖସିବା ଦ୍ବାରା ଘରେ ଋଣ ବଢ଼ିବାର ସମସ୍ୟା ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button