ଦେଶ- ବିଦେଶ

ତ୍ବଚାର ସମସ୍ତ ସମସ୍ୟା ପାଇଁ ରାମବାଣ ବିଟ୍, ଏପରି କରନ୍ତୁ ବ୍ୟବହାର

ଅଧିକାଂଶ ମହିଳାମାନେ ସୁନ୍ଦର ତ୍ବଚା ପାଇଁ ମାର୍କେଟରେ ମିଳୁଥିବା ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସବୁ ପ୍ରଡକ୍ଟ ବ୍ୟବହାର କରିବା ପରେ ତ୍ବଚାରେ କିଛି ଦିନ ପର୍ଯ୍ୟନ୍ତ ସୁନ୍ଦରତା ଦେଖାଯିବା ପରେ ତ୍ବଚା ଖରାପ ହୋଇଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ତ୍ବଚାର ସୁନ୍ଦରତା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।

ଜାଣନ୍ତୁ ବିଟ୍ ସହ ଜଡ଼ିତ କିଛି ବ୍ୟୁଟି ଟିପ୍ସ:

beetroot-face-mask-କେମିକାଲ ଯୁକ୍ତ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ପରିବର୍ତ୍ତେ ବିଟ୍ ବ୍ୟବହାର ଆପଣଙ୍କ ତ୍ବଚା ଏବଂ ଓଠରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିପାରିବେ।

-ବିଟ୍ ବିଲକୁଲ ସୁଖିଯିବା ପରେ ଏହାର ପାଉଡର ପ୍ରସ୍ତୁତ କରି ଏଥିରେ ବାଦାମ ତେଲ ମିଶାଇ ଏକ କାଚ ପାତ୍ରରେ ରଖନ୍ତୁ। ଏହାକୁ ପ୍ରତ୍ୟେକ ଦିନ ବ୍ୟବହାର କରବା ଦ୍ବାରା ତ୍ବଚାରେ ସୁନ୍ଦରତା ପାଇ ପାରିବେ।

-ପ୍ରତ୍ୟେକ ଦିନ ଏହି ପ୍ୟାକ ଓଠରେ ଲଗାଇ ହାଲୁକା ମସାଜ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଓଠ ପ୍ରାକୃତିକ ରୂପେ ଗୋଲାପୀ ନଜର ଆସିଥାଏ।

beet-ଆଖି ତଳ କଳା ଦାଗ ପାଇଁ ଚିନ୍ତିତ ଥିଲେ ଏକ ଚାମଚ ବିଟ୍ ରସରେ ୪ ରୁ ୫ ଚାମଚ ବାଦାମ ତେଲ ମିଶାଇ ଆଖି ତଳେ ଲଗାଇ ୩୦ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆଖି ତଳ କଳାଦାଗ ଦୂର ହୋଇଥାଏ।

-ତ୍ବଚାରେ ଦାଗ ବା ବ୍ରଣ ସମସ୍ୟା ଥିଲେ ୫ ଚାମଚ ବିଟ୍ ରସ ସହ ୨ ଚାମଚ ମୁଲତାନ ମାଟି ମିଶାଇ ବ୍ୟବହାର କରନ୍ତୁ। ଏହାକୁ ଲଗାଇବାର ୩୦ ମିନିଟ ପରେ ହାଲୁକା ଭାବେ ମସାଜ କରି ସଫା କରି ଦିଅନ୍ତୁ।

-ଏହି ପେଷ୍ଟ ଅତ୍ୟଧିକ ବୟସ ବୃଦ୍ଧି ହେବାର ଚିହ୍ନ ମଧ୍ୟ ଲୁଚାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ତ୍ବଚାର କୁଞ୍ଚନକୁ ଦୂର କରିଥାଏ। ଏହି କାରଣରୁ ପ୍ରତ୍ୟେକ ଦିନ ତ୍ବଚାରେ ବିଟ୍ ରସ ବ୍ୟବହାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button