ରୋଷେଇ ଘରେ କେଉଁ ଭୁଲ୍ କରିବା ଦ୍ଵାରା ଘରର ପୁରୁଷମାନେ ନିଶାସକ୍ତ ହୋଇଥାନ୍ତି ? ଏହା ସହ ପଢନ୍ତୁ ଆହୁରି 20ଟି ଅନୁଚିନ୍ତା

ଜୀବନକୁ ସରଳ ଏବଂ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଥିବା କିଛି ସହଜ ଅନୁଚିନ୍ତା ବିଷୟରେ ଚାଲନ୍ତୁ ଜାଣିବା । ଯଦି କୌଣସି ବ୍ୟକ୍ତି ଚାକିରି ଜନିତ ସମସ୍ଯା ଭୋଗୁଥାନ୍ତି ତେବେ ଘରେ ବଂଶୀ ରଖିବା ଦ୍ଵାରା ଲାଭପ୍ରଦ ହୋଇଥାଏ ଓ ସହଜରେ ସମସ୍ୟାର ସମାଧାନ ହୋଇଥାଏ । ନୂଆ ବ୍ୟବସାୟ ଆରମ୍ଭ କରିବା ସମୟରେ କରା ଯାଉଥିବା ପୂଜା ବେଳେ ଦୁଇଟି ବଂଶୀ ବାନ୍ଧି ଟାଙ୍ଗିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ବ୍ୟବସାୟରେ ସଫଳତା ମିଳିଥାଏ ।

ବଂଶୀରୁ ବାହାରୁଥିବା ସ୍ଵର ପ୍ରେମଭାବକୁ ପ୍ରସାରିତ କରିଥାଏ । ତେଣୁ ଘରେ ବଂଶୀ ରଖିବା ଦ୍ଵାରା ଧନର ଅଭାବ ଦୂର ହୋଇଥାଏ ଏବଂ ପରିବାର ଲୋକଙ୍କ ଭିତରେ ସମ୍ପର୍କ ମଜବୁତ ହୋଇଥାଏ । ମାନ୍ୟତା ଅନୁସାରେ ବଂଶୀ ହାତରେ ଧରି ହଲେଇବା ଦ୍ଵାରା ଦୁଷ୍ଟାତ୍ମାମାନେ ପଳାୟନ କରନ୍ତି ଓ ବଂଶୀ ଶବ୍ଦରେ ଶୁଭ ଚୁମ୍ବକୀୟ ଶକ୍ତି ପ୍ରବାହିତ ହୋଇଥାଏ । କୌଣସି ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନର ମୁଖ୍ୟଦ୍ଵାରରେ ଏକ କଳା କପଡାରେ ଖଣ୍ଡିଏ ଫିଟିକିରି ବାନ୍ଧି ଟଙ୍ଗାଇବା ଦ୍ଵାରା ଶୁଭ ହୋଇଥାଏ ଓ ଧନର ଆଗମନ ହୋଇଥାଏ ।
ପ୍ରତିଦିନ ପାଣିରେ ଫିଟିକିରି ମିଶାଇ ଗାଧୋଇବା ଦ୍ଵାରା ମଙ୍ଗଳକାରୀ ହେବା ସହ ଶୁକ୍ରଦୋଷ ଦୂର ହୋଇ ଧନଲାଭ ହୋଇଥାଏ । ଯଦି ବ୍ୟବସାୟ କାର୍ଯ୍ୟରେ କୋଣସି ସ୍ଥାନକୁ ଯାଉଥାନ୍ତି ତେବେ ପୂର୍ବରୁ ଦେବୀଙ୍କୁ ଅର୍ପଣ କରା ଯାଇଥିବା ଫିଟକିରି ଖଣ୍ଡ ପାଖରେ ରଖିବା ଶୁଭ ହେବା ସହ କାର୍ଯ୍ୟ ସଫଳ ହୋଇଥାଏ ।
ଯଦି କୌଣସି ଋଣଭାର ହେତୁ ଅସୁବିଧାର ସମୁଖୀନ ହେଉଥାନ୍ତି ତେବେ ବୁଧବାର ଦିନ ପାନପାତ୍ରରେ ଫିଟିକିରି ଏବଂ ସିନ୍ଦୂର ଗୁଡାଇ ଓସ୍ତଗଛ ମୂଳରେ ପୋତିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । କେବେବି ଶୋଇବା ଘରେ ଜୋତା ଚପଲ ଆଦି ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ନିଦ୍ରାହୀନତା ଏବଂ କଳହ ଦେଖାଦେବାର ସମ୍ଭାବନା ରହିଥାଏ । ସେହିପରି ଶୋଇବା ଘରେ ଝାଡୁ ଓ ଚିରାଫଟା କପଡା ମଧ୍ୟ ରଖିବା ଅମଙ୍ଗଳକାରୀ ହୋଇଥାଏ ।
ରାତି ତିନିଟାରୁ ଭୋର୍ ଛଅଟା ଯାଏଁ ସୂର୍ଯ୍ୟ ଉତ୍ତର-ପୂର୍ବ ଦିଗରେ ରୁହନ୍ତି । ଏହି ସମୟରେ ଚିନ୍ତନ, ମନନ ଓ ଅଧ୍ୟୟନ କରିବା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ । ସକାଳ ଛଅଟାରୁ ନଅଟା ସୂର୍ଯ୍ୟ ପୂର୍ବ ଦିଗରେ ରୁହନ୍ତି ତେଣୁ ଅଧିକରୁ ଅଧିକ ସୂର୍ଯ୍ୟକିରଣ ଘରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ । ଏହା ମଧ୍ୟ ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।

ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣ-ପୂର୍ବ ଦିଗରେ ରୁହନ୍ତି, ତେଣୁ ଏହି ସମୟରେ ଭୋଜନ ରନ୍ଧନ କରିବା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ । ଦିନ ୧୨ଟାରୁ ୩ଟା ସୂର୍ଯ୍ୟ ଦକ୍ଷିଣ ଦିଗରେ ରୁହନ୍ତି ଓ ଏହାକୁ ବିଶ୍ରାମକାଳ କୁହାଯାଏ । ତେଣୁ ଶୋଇବା ଘର ଏହି ଦିଗରେ କରିବା ଶୁଭ ହୋଇଥାଏ । ଦିନ ୩ଟାରୁ ସନ୍ଧ୍ୟା ୬ଟା ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ରୁହନ୍ତି, ଏହି ସମୟରେ ଯେକୌଣସି କାର୍ଯ୍ୟ କରିବା ମଙ୍ଗଳକାରୀ ହୋଇଥାଏ । ସନ୍ଧ୍ୟା ୬ଟାରୁ ରାତି ୯ଟା ସୂର୍ଯ୍ୟ ପଶ୍ଚିମ ଦିଗରେ ରହିଥାନ୍ତି ।
ଏହି ସମୟରେ ଘରେ ବସିବା, ପଢିବା ଏବଂ ଖାଦ୍ଯ ଖାଇବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ । ରୋଷେଇ ଘରେ ତାୱା କଡେଇ ଭଲ ଭାବେ ସଫା ନକରି ବ୍ୟବହାର କଲେ ରାହୁଙ୍କ ଖରାପ ପ୍ରଭାବ ପଡିଥାଏ ଏବଂ ଘରର ପୁରୁଷମାନେ ନିଶାସକ୍ତ ହୋଇଥାନ୍ତି ।




