ଦେଶ- ବିଦେଶ

ଯଦି ଆପଣ ମଧ୍ୟ କରୁଛନ୍ତି ବଞ୍ଚିଥିବା ତେଲର ପୁନଃବ୍ୟବହାର, ତେବେ ସାବଧାନ

ପୁରୀ-ପକୁଡି ଏବଂ କଚୋଡି ଭଳି ଜିନିଷକୁ ଡିପ୍ ଫ୍ରାଏ କରିବା ପରେ ପ୍ରାୟତଃ ତେଲ ବଞ୍ଚିଯାଇଥାଏ। ଏହି ସମୟରେ ଖାସ କରି ମହିଳା ମାନେ ବ୍ୟବହାର ତେଲକୁ ଆଉଥରେ ବ୍ୟବହାର କରିବା ପାଇଁ ରଖି ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ଦ୍ବାରା ଆପଣ ରୋଗକୁ ନିମନ୍ତ୍ରଣ ଦେଉଛନ୍ତି। ଖର୍ଚ୍ଚ ବଞ୍ଚାଇବାକୁ କରିଥିବା ଏହି ଉପାୟରେ ଆପଣ କ୍ୟାନ୍ସର ଭଳି ଘାତକ ରୋଗକୁ ନିମନ୍ତ୍ରଣ କରୁଛନ୍ତି।

ରିସର୍ଚ୍ଚ ମୁତାବକ, ବ୍ୟବହାର ହୋଇଥିବା ତେଲରେ ଫ୍ରିରେଡିକଲ ରହିଥାଏ। ଯାହାର ସେବନ ଅନେକ ଗମ୍ଭୀର ରୋଗର କାରଣ ପାଲଟିଥାଏ। ସେହିପରି ବାରମ୍ବାର ତେଲ ଗରମ କରିବା ଦ୍ବାରା ତାହାର ସ୍ବାଦ ଏବଂ ମହକ ହଜିଯାଇଥାଏ। ଏବଂ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ରହିନଥାଏ। ଏହା କ୍ୟାନ୍ସର ଭଳି ଘାତକ ରୋଗ ଯାତ କରିଥାଏ।

oil heat

ତେଲକୁ କେତେ ଥର କରାଯାଇପାରିବ ବ୍ୟବହାର

ଡିପ ଫ୍ରାଏ ପାଇଁ ବ୍ୟବହାର କରାଯାଇଥିବା ତେଲକୁ ପୁଣିଥରେ ବ୍ୟବହାର କରିବା ଅନୁଚିତ୍। ତେବେ କେଉଁ ତେଲର ବ୍ୟବହାର କେଉଁ ଜିନିଷ ଛଣା ପାଇଁ ବ୍ୟବହାର କରାଯାଇଛି ତାହା ଉପରେ ଏହାର ପୁନଃବ୍ୟବହାର ନିର୍ଭର କରିଥାଏ।

ତେଲକୁ ପୁନଃ ବ୍ୟବହାର ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରନ୍ତୁ। ଯଦି ତେଲର ରଙ୍ଗ ପରିବର୍ତ୍ତନ ବା ତାହା ଚିପଚିଟା ହୋଇଯାଇଥାଏ ଏବଂ ସେଥିରୁ ଖରାପ ଗନ୍ଧ ଆସୁଥାଏ ତେବେ ତାହାକୁ ବ୍ୟବହାର ନକରି ଫିଙ୍ଗିଦେବା ହିଁ ଉଚିତ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button