ଦେଶ- ବିଦେଶ

ଏବେ ମାର୍କେଟକୁ ଆସିଲା ନିରାମିଷ ମାଛ, କଣ ରହିଛି ଏହାର ଦାମ ଜାଣନ୍ତୁ

ବର୍ତ୍ତମାନ ଆପଣ ଯେଉଁ ବିଷୟରେ ଶୁଣିବାକୁ ଯାଉଛନ୍ତି, ବୋଧହୁଏ ପ୍ରଥମ ଥର ଶୁଣିବା ପରେ ବିଶ୍ବାସ କରିପାରିବେ ନାହିଁ। କଣ ଆପଣ କେବେ ନିରାମିଷ ମାଛ ବିଷୟରେ ଶୁଣିଛନ୍ତି? ଯଦି ଶୁଣି ନାହାନ୍ତି ତେବେ ଏବେ ଶୁଣି ନିଅନ୍ତୁ କାରଣ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ନିରାମିଷ ମାଛ ପରସା ଯାଉଛି।

ଡେନୟଲ ସଟନର ନୂଆ ରେଷ୍ଟୁରାଣ୍ଟର ମେନ୍ୟୁରେ ମାଛ, ଚିପ୍ସ ଏବଂ କକଟେଲ ସବୁକିଛି ଅଛି। କିନ୍ତୁ ରେଣ୍ଟୁରାଣ୍ଟର କହିବାନୁଯାୟୀ ତାଙ୍କର ମାଛ ଆମିଷ ନୁହେଁ।

fish-6ଲଣ୍ଡନର ଏକ ଚିପ୍ସ ଶପରେ ସଟନ ନିରାମିଷ ମାଛ ସହିତ ଚିପ୍ସ ସର୍ଭ କରିବାର ଏକ୍ସପେରିମେଣ୍ଟ କରିଥିଲେ କିନ୍ତୁ ଏହାର ଡିମାଣ୍ଡ ଏମିତି କ୍ଷିପ୍ର ବେଗରେ ବଢ଼ିଲା ଯେ, ଯାହାର କଳ୍ପନା ମଧ୍ୟ ନଥିଲା।

ସଟନଙ୍କ କହିବାନୁଯାୟୀ ଆମେ ଭାବିଥିଲୁ କିଛି ନିରାମିଷ ବନାଇବା ଏବଂ ଦେଖିବା ଲୋକଙ୍କୁ ଏହା କେତେ ପସନ୍ଦ ଆସୁଛି। ପରେ ପରେ ଏହାର ରେଜଲ୍ଟ ଭଲ ଆସିବାରୁ ଆମେ ପୁରା ନିରାମିଷ ମେନ୍ୟୁ ଜାରୀ କରିଦେଇଛୁ।

fish-7ସଟନ କହିଲେ ଯେ ଇଷ୍ଟ ଲଣ୍ଡନରେ ନିରାମିଷର ଡିମାଣ୍ଡ ବଢ଼ାଇବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରିବ। ଯଦି ଲୋକମାନେ ଭେଜ ମାଛ ଏବଂ ଚିପ୍ସ ଖାଇବାକୁ ଚାହୁଁଛନ୍ତି ତେବେ ମୁଁ ଏହାର ସପ୍ଲାୟ ଜାରୀ ରଖିବି।

ଏହି ନିରାମିଷ ମାଛ କଦଳୀର ଫୁଲ ଏବଂ ସାମୁଦ୍ରୀକ ଗଛ ସୈମ୍ଫାୟରରୁ ତିଆରି କରାଯାଏ। ଏହାର ସ୍ବାଦ ମାଛ ଭଳି ହିଁ ଲାଗିଥାଏ। ଏହା ପରେ ଏହାକୁ ଡିପ୍ ଫ୍ରାଏ ମଧ୍ୟ କରାଯାଏ। ଜାପାନୀ ଆଳୁର ସ୍ଟାର୍ଚରୁ ନିରାମିଷ ଝିଙ୍ଗା ମଧ୍ୟ ତିଆରି କରାଯାଏ। ଏହାକୁ ସ୍କାମ୍ପି ଆକାରରେ ଦିଆଯାଇଥାଏ।

fish3ସୋମବାରରେ ଅନେକ ଗ୍ରାହକ ଏହି ନୂଆ ଡିସର ସାମ୍ପୁଲକୁ ଟେଷ୍ଟ କଲେ।

୩୨ ବର୍ଷୀୟ ଫଣ୍ଡରେଜିଙ୍ଗ ମ୍ୟାନେଜର କେଟ ଥୋମାସ କହିଲେ ଯେ ଏହା ବହୁତ ସ୍ବାଦିଷ୍ଟ ଅଟେ। କିନ୍ତୁ ମୁଁ ଜାଣି ନାହିଁ ଯେ ଏହାର ସ୍ବାଦ ମାଛ ଭଳି ଅଟେ, ଏହାକୁ ନିଶ୍ଚୟ ଖାଇବାକୁ ଚାହିଁବି। ଏହା ମାଛ ଠାରୁ ମଧ୍ୟ ଅଧିକ ହେଲ୍ଦି ଅଟେ। ହ୍ୟାଙ୍ଗ ଓଭର ପାଇଁ ମଧ୍ୟ ଏହା ଏକ ଭଲ ଫ୍ରାଇଡ ଫୁଡ ଅଟେ।

fishସଟନ ଏବେ ସମ୍ପୁର୍ଣ୍ଣ ଭାବରେ ଆଶ୍ବସ୍ତ ନାହାନ୍ତି ଯେ ସେ ଏଥିରୁ କେତେ ମୁନାଫା କମାଇ ପାରିବେ।
ସେ କହିଲେ ଯେ ଭେଜ ଫ୍ରେଣ୍ଡଲୀ ଇଙ୍ଗ୍ରିଡିଏଣ୍ଟ କିଣିବା ଶସ୍ତା ପଡୁନାହିଁ। ଏହି ମାଛ ପାଇଁ ୫.୫୦ ପାଉଣ୍ଡ ଯଥା (୫୧୭ ଟଙ୍କା) କରିବାକୁ ହେବ।

ମେନ୍ୟୁରେ ଭେଜ ବର୍ଗର ଏବଂ ସସ୍ ମଧ୍ୟ ସାମିଲ କରାଯାଇଛି।

ନିରାମିଷ ଗ୍ରାହକ ହୁଅନ୍ତୁ କିମ୍ବା ଆମିଷ, ସମସ୍ତଙ୍କୁ ଏହି ଡିସ ବହୁତ ପସନ୍ଦ ଆସୁଛି। ହାଇ ଷ୍ଟ୍ରିଟର ଅନେକ ଲୋକଙ୍କୁ ଏବେ ଏହି କନସେପ୍ଟ ଉପରେ ସନ୍ଦେହ ଅଛି।

fish-10ଏକ ନିରାମିଶାଷି ସମାଜ ସେବା କର୍ମୀ ଜୈନ ଶେଲୋ କହିଲେ ଯେ, ମୁଁ ସେଠାକୁ ନିଶ୍ଚୟ ଯିବି କିନ୍ତୁ ମୋତେ ଏମିତି ଲାଗୁଛି ଯେ ଫାଷ୍ଟ ଫୁଡର ଚଳଣୀ ଦ୍ବାରା ଧୀରେ ଧୀରେ ନିରାମିଷ ଭୋଜନ ମଧ୍ୟ କମ୍ ସ୍ବାସ୍ଥ୍ୟବର୍ଦ୍ଧକ ହେବାକୁ ଯାଉଛି।

ସଟନ କହିଲେ ଯେ, କେତେକ ଲୋକଙ୍କୁ ଏହି ମାଛ ଭେଜ୍ ମେନ୍ୟୁ ଭଳି ଲାଗିଲା ଏବଂ କିଛି ଲୋକଙ୍କ ମତଯେ ଏହା ଅଧିକ ଦିନ ପର‌୍ୟ୍ୟନ୍ତ ଚାଲିବ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button