ଟୁଥପେଷ୍ଟ ସାହାଯ୍ଯରେ ଶରୀରରୁ କାଢିପାରିବେ ଅଦରକାରୀ ଲୋମ, ଆପଣାନ୍ତୁ ଏହି ଉପାୟ

ଶରୀରରୁ ଲୋମକୁ ହଟାଇବାର ଅନେକ ବିକଳ୍ପ ରହିଛି । କିନ୍ତୁ ସେହି ବିକଳ୍ପ ବିଷୟରେ ଲୋକମାନେ ଭାବନ୍ତିକି କେମିତି ସହଜରେ ଶରୀରରେ ଚାହୁଁନଥିବା ଲୋମକୁ ହଟାଇବା ପାଇଁ । ପ୍ରାୟତଃ ୱାକସିଙ୍ଗ କିମ୍ବା ଥ୍ରେଡିଙ୍ଗ ଦ୍ବାରା ଲୋମକୁ କଢାଯାଇଥାଏ, ହେଲେ ଏଥିରେ ବହୁତ କଷ୍ଟ ହୋଇଥାଏ । ଏମିତିରେ ଲୋମକୁ ହଟାଇବା ପାଇଁ ବଜାରରେ ଅନେକ ପ୍ରକାରର ହେୟାର ରିମୁୱଲ କ୍ରିମ୍ ଆସୁଛି । ଯେଉଁଥିରେ ମଧ୍ଯ ବହୁତ ସାଇଡ୍ ଇଫେକ୍ଟ ରହିଛି । କେତେକ ସମୟରେ ଆପଣ ଶୁଣିଥିବେ କି ଟୁଥପେଷ୍ଟ ସାହାଯ୍ଯରେ ମଧ୍ଯ ଲୋମକୁ କଢାଯାଇପାରିବ । ସତରେ କଣ ଟୁଥପେଷ୍ଟ ସାହାଯ୍ଯରେ ଲୋମକୁ କଢାଯାଇ ପାରିବ? ଯଦି କଢାଯାଇପାରିବ ତେବେ କେମିତି? କିଛି ଏହି ପରି ପ୍ରଶ୍ନ ଆପଣ ମଧ୍ଯ ଭାବୁଥିବେ । ଆସନ୍ତୁ ଆମେ ଏବେ ଏହା ଉପରେ କଥା ହେବା ।
ଟୁଥପେଷ୍ଟ ଏକାକି ଶରୀରର ଲୋମକୁ ଅଲଗା କରିପାରିନଥାଏ, ଯଦି କରିଥାନ୍ତା ତେବେ ଏତେ ବେଳକୁ ଆପଣଙ୍କର ଓଠ ଚାରିପାଖରେ ଥିବା ଲୋମ ଦୂର ହୋଇସାରିଥାନ୍ତା । ତେଣୁ ଟୁଥପେଷ୍ଟ ବ୍ଯତିତ ଆଉ କିଛି ସାମଗ୍ରୀ ଏଥିପାଇଁ ଦରକାର ହୋଇଥାଏ । ତେବେ ଏବେ ଡେରି କାହିଁ କରିବା, ଆସନ୍ତୁ ଜାଣିବା କେମିତି ଟୁଥପେଷ୍ଟ ଏବଂ କେଉଁ ସାମଗ୍ରୀକୁ ମିଶାଇ ଶରୀରର ଅଦରକାରୀ ଲୋମକୁ ଦୂର କରିପାରିବା ।
ସାମଗ୍ରୀ
.ଏକ ଚାମଚ ଟୁଥପେଷ୍ଟ
.ଦୁଇ ଚାମଚ ବେସନ
.ଚାରି-ପାଞ୍ଚ ଚାମଚ କ୍ଷୀର
ଅଦାକାରୀ ଲୋମକୁ କେମିତି କାଢିବେ
ଟୁଥପେଷ୍ଟ ଦ୍ବାରା ଅଦାକାରୀ ଲୋମକୁ କାଢିବା ଏକ ଖାସ୍ କଥା । ଯଦି ଏହି ମିଶ୍ରଣ ଠିକ୍ ଭାବେ ତିଆରି ହେବ ନାହିଁ, ତେବେ ଏହା କାର୍ଯ୍ଯକାରୀ ହେବନାହିଁ । ପ୍ରଥମେ ବେସନକୁ ଟୁଥପେଷ୍ଟ ସହ ମିଶ୍ରଣ କରନ୍ତୁ । ଏହାକୁ ଭଲ ଭାବେ ଫେଣ୍ଟନ୍ତୁ । ଯଦି ଆପଣଙ୍କୁ ଲାଗୁଛି କି ଏହା ବହଳିଆ ଅଛି, ତେବେ କିଛି କ୍ଷୀର ପକାଇ ଗୋଳାଇ ପାରିବେ ।
କେମିତି ମିଶ୍ରଣକୁ ଲଗାଇବେ
ପ୍ରଥମେ ଆପଣ ଏହି ପେଷ୍ଟକୁ ବେକ ତଳେ କିମ୍ବା କାନ ପଛପଟେ ଲଗାକି ଟେଷ୍ଟ କରନ୍ତୁ କି ଏହା ଆପଣଙ୍କୁ କୌଣସି କ୍ଷତି ପହଁଞ୍ଚାଉ ନାହିଁ ତ । ଏହାପରେ ଶରୀରର ଯେଉଁ ସ୍ଥାନରୁ ଅାପଣ ଅଦକାରୀ ଲୋମକୁ କାଢିବାକୁ ଚାହୁଛନ୍ତି ସେଠାରେ ଏହି ପେଷ୍ଟ ଲଗାଇଦିଅନ୍ତୁ । କିଛି ସମୟ ଏହାକୁ ଛାଡିଦିଅନ୍ତୁ । ଏହାପରେ ବିପରୀତ ଦିଗରୁ ତାକୁ ତୁଳାରେ ଘଷିକି ଛଡାନ୍ତୁ । ଯଦି ପ୍ରଥମ ଥରରେ ସବୁ ଲୋମ ନବାହାରେ ତ ଏହାକୁ ୨ରୁ ୩ଥର ଲଗାନ୍ତୁ । ଲୋମ କାଢିବା ପରେ ସେହି ସ୍ଥାନକୁ ଭଲଭାବେ ଧୋଇଦିଅନ୍ତୁ ଏବଂ କିଛି ମଶ୍ଚୁରାଇଜର କ୍ରିମ୍ ଲଗାଇ ଦିଅନ୍ତୁ ।




