ଜ୍ୟୋତିଷ

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଥଣ୍ଡା ଏବଂ ପେଟ ଜନିତ ସମସ୍ୟା ଦେଖାଦେଇପାରେ । ମା’ଙ୍କ ସହ ଥିବା ମତଭେଦ ଦୂର ହୋଇଯିବ । ଦିନଟିକୁ ଅଧିକ ସୁନ୍ଦର କରିବା ପାଇଁ ସୁନ୍ଦରକାଣ୍ଡ ପାଠ କରନ୍ତୁ ।

ବୃଷ : ପଡୋଶୀଙ୍କ ସହ ଥିବା ବିବାଦକୁ ସାମ୍ନାକୁ ଆଣନ୍ତୁ ନାହିଁ ଚୁପ୍ ରହି ଯାଆନ୍ତୁ । ପରକୀୟା ପ୍ରୀତି ଥିଲେ ସାମ୍ନାକୁ ଆସିଯାଇପାରେ । ବ୍ୟବସାୟରେ ବହୁତ୍ ଲାଭବାନ୍ ହୋଇପାରନ୍ତି ।

ମିଥୁନ : ସୁସ୍ବାଦୁ ଭୋଜନ କରିପାରନ୍ତି । ନିଶାଦ୍ରବ୍ୟ ଅଭ୍ୟାସ ଥିଲେ ସ୍ବାସ୍ଥ୍ୟ ଖରାପ କରିପାରେ । ଥଣ୍ଡା ଏବଂ ଗ୍ୟାସ୍ ଜନିତ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ ଝଡ ଦେଖଦେଇପାରେ ।

କର୍କଟ : ମନ ବହୁତ ଅସ୍ଥିର ରହିବ । ପାଖରେ ଥିବା ଅର୍ଥକୁ ବ୍ୟାଙ୍କରେ ଜମା କରିଦିଅନ୍ତୁ । ଦ୍ବନ୍ଦ୍ବରେ ରହିବେ । ଠିକ୍ ଭାବରେ ନିଷ୍ପତ୍ତି ନେଇପାରିବେନି ।

ସିଂହ :  ଜମି ଏବଂ ଗାଡି କିଣିବା ପାଇଁ ଆଜି ଦିନଟି ଶୁଭ ରହିବ । ଦିନଟି ଖୁବ୍ ମଙ୍ଗଳମୟ ରହିଛି । ଶୁଭ ଦିଗରେ ଅର୍ଥ ଖର୍ଚ୍ଚ ହୋଇପାରେ ।

କନ୍ୟା : ଦିନଟି ମଧ୍ୟମ ଧରଣର ରହିଛି । ଅର୍ଥାଗମ ହୋଇପାରେ । ପଡୋଶୀ ମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇପାରନ୍ତି ।

ତୁଳା : ହଠାତ୍ ଘରକୁ ବନ୍ଧୁ ଆସିପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ପଡୋଶୀଙ୍କ ସହ ସମ୍ପର୍କ ଭଲ ରଖନ୍ତୁ ।

ବିଛା : ଟେନସନରେ ରହିବେ । ଦୂରସ୍ଥାନକୁ ଯାତ୍ରା କରିବା ସହ ନୂଆ ଗାଡି କିଣିପାରନ୍ତି ।

ଧନୁ : ଆଖି ଜନିତ ସମସ୍ୟା ଭୋଗିପାରନ୍ତି । ଧର୍ମକୁ ନେଇ ମନରେ ଅବିଶ୍ବାସ ଆସିପାରେ ।

ମକର : ବିଭିନ୍ନ କ୍ଷେତ୍ରରେ ଲାଭବାନ୍ ହେବେ । ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ ।

କୁମ୍ଭ : ଲାଲ୍ ଲଙ୍କା ଆଦୌ ଖାଆନ୍ତୁ ନାହିଁ, ସ୍ବାସ୍ଥ୍ୟ ଖରାପ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି । କିଛି ଖୁସିଖବର ପାଇପାରନ୍ତି ।

ମୀନ : ବିଦ୍ୟାର୍ଥୀମାନେ ପାଠପଢାକୁ ନେଇ ଟେନସନରେ ରହିବେ । ଯାହା ବି କରୁଛନ୍ତି ଭାବିଚିନ୍ତି କରନ୍ତୁ । ଦୂରଯାତ୍ରା କରିପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button