ଜ୍ୟୋତିଷ

ପବିତ୍ର କାର୍ତ୍ତିକ ମାସରେ କରନ୍ତୁ ଏହି (7ଟି ଉପାୟ), ହେବ ଖାଲି ଧନବର୍ଷା

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମାସ ବୋଲି ମାନାଯାଇଥାଏ, ହିନ୍ଦୁ ଧର୍ମରେ କୁହାଯାଇଛି କି ଏହି ମାସଟି ଭଗବାନ ବିଷ୍ଣଙ୍କର ଅତି ପ୍ରିୟ ଅଟେ ଏହି ମାସକୁ ଅଧିକ ପୂଜନୀୟ ମାନାଯାଇଥାଏ, ଶାସ୍ତ୍ରାନୁସାରେ ଏହି ସମୟରେ ବ୍ରତ, ତପ, ଦାନଧର୍ମ ଏବଂ ପୂଜା ପାଠ କରିବା ଦ୍ଵାରା ଜୀବନର ସବୁ ସମସ୍ଯା ଦୂର ହୋଇଥାଏ ଏବଂ ସୁଖ ଶାନ୍ତି ଭରି ରହିଥାଏ । ଏହି ମାସର ୭ଟି ମୁଖ୍ୟ ନିୟମ ମଧ୍ୟ ରହିଛି ଯାହାକୁ ପାଳନ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ, ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଯାହାକୁ ପାଳନ କରି ଆପଣ ଭଗବାନଙ୍କର କୃପା ଲାଭ କରି ପାରିବେ ।

ପ୍ରଥମ ନିୟମ

ଶ୍ରୀ ହରିଙ୍କର ପ୍ରିୟ ହୋଇଥାଏ ତୁଳସୀ, ଏହି ମାସରେ ତୁଳସୀ ପୂଜାକୁ ବହୁତ ମହତ୍ଵ ଦିଆଯାଇଥାଏ କହିବାକୁ ଗଲେ ତୁଲସୀ ମାଆଙ୍କ ପୂଜା ସର୍ବଦା କରିବା ଉଚିତ । ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ଏବଂ ବିଷ୍ନୁଙ୍କର କୃପା ମିଳିଥାଏ । କାର୍ତ୍ତିକ ମାସାର ଦିତୀୟ ଏବଂ ସବୁଠୁ ଗୁରୁତ୍ବପୂର୍ଣ ନିୟମ ଦ୍ଵୀପ ଦାନକୁ ମାନାଯାଇଥାଏ ଏହି ମାସରେ ନଦୀ କିମ୍ବା ପୋଖରୀ ରେ ଦ୍ଵୀପ ଦାନ କରିବା ଉଚିତ ଏହା ଦ୍ଵାରା ଆମ ଚାରି ପାଖରେ ଥିବା ନାକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ ଏବଂ ଜୀବନରେ ସୁଖ ର ଆଗମନ ହୋଇଥାଏ ।

ତୁର୍ତ୍ତୀୟ ନିୟମଟି ହେଉଛି..ଶାସ୍ତ୍ର ଅନୁସାରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ କୁହାଯାଏକି ଏପରି କରିବା ଦ୍ଵାରା ମନୁଷ୍ୟର ମନ ସୁଦ୍ଧ ହୋଇଥାଏ । ବ୍ଯକ୍ତିର ମନରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ପ୍ରବେଶ ହୋଇଥାଏ ଏବଂ ବ୍ଯକ୍ତିର ରକ୍ତ ସଂଚାଳନ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତର ଶରୀର ସୁସ୍ତ ରହିଥାଏ ।

ଚତୁର୍ଥ ଉପାୟଟି ହେଉଛି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ, ପଞ୍ଚମ ରେ ଏହି ମାସରେ ମୁଗ, ମସୁର, ଓ ମଟର ଆଦି ଖାଦ୍ଯ ଖାଇବା ଉଚିତ ନୁହେଁ, ଏହା ଛଡା ବ୍ୟକ୍ତିକୁ ମଦ ଓ ମାଂସ ଠାରୁ ଦୂରେଇ ରହିବା ଉଚିତ ।

ଷଷ୍ଠ ଉପାୟ,

ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ନିଜ ଜୀବନରେ ସେମାନେ ତପସ୍ଵୀ ଭଳି ଜୀବନ ବିତାଇବା ଉଚିତ । ଏହା ସହିତ କମ କଥା କହିବା ଅନ୍ୟମାନଙ୍କର କଥା ଶୁଣିବା ଓ ଝଗଡା ଆଦି ନ କରିବା ଏବଂ କାହା ବିଷୟରେ ଖରାପ ଣ କହିଲା ଭଳି ନିୟମ ଆଦି ପାଳନ କରିବା ଉଚିତ, ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ହୋଇଥାଏ ।

ଶେଷ ଏବଂ ସପ୍ତମ ଉପାୟ ଏହି ମାସରେ ବ୍ରମ୍ହଚର୍ଯ୍ୟା ନିୟମ ପାଳନ କରିବା ଉଚିତ । ଏବଂ ଭଗବାନ ବିଷ୍ନୁଙ୍କର ସ୍ମରଣ କରିବା ଦରକାର ଏହିଭଳି କରିବାଦ୍ବାରା ପତି ପତ୍ନୀଙ୍କ ମଧ୍ୟରେ ବିବାଦର ସମସ୍ୟାର ସମାପ୍ତ ହୋଇଥାଏ ଏବଂ ଏହି ମାସରେ ସକାଳୁ ସ୍ନାନ କରିବା ଦ୍ଵାରା ବ୍ଯକ୍ତିର ଶରୀର କୁ ସକାରାତ୍ମକ ଊର୍ଜା ମିଳିଥାଏ । ଯାହା ଦ୍ଵାରା ବ୍ଯକ୍ତିର ପ୍ରତେକ କାର୍ଯ୍ୟ ସଫଳ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଏହି ସବୁ ନିୟମକୁ ପାଳନ କରି ଭଗବାନଙ୍କର ଆଶୀର୍ବାଦ ଲାଭ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button