ରାଜ୍ୟ

ମୀନ ରାଶିର ଲୋକମାନଙ୍କ ଭିତରେ ଥାଏ ଏହି ବିଶେଷ ଗୁଣ, କିନ୍ତୁ ଉଠାଇ ପାରନ୍ତି ନାହିଁ ଏହାର ଲାଭ

ଆପଣ ସମସ୍ତେ ଆପଣଙ୍କ ରାଶି ବିଷୟରେ ଜାଣିଛନ୍ତି । ସମସ୍ତଙ୍କ ରାଶିରେ କିଛି ଭଲ ଓ କିଛି ଖରାପ ଲେଖା ହୋଇଥାଏ । ଏହି ଦୁନିଆରେ କେତେକ ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ରାଶିରେ ଲେଖା ହୋଇଥିବା କଥା ଉପରେ ଏତେ ବିଶ୍ଵାସ କରନ୍ତି କି ନିଜର ସମସ୍ତ କାମ ସେମାନେ ଏହା ଅନୁସାରେ ହିଁ କରିବାକୁ ପସନ୍ଦ କରନ୍ତି ।ଯେମିତି କି ଆମେ ସମସ୍ତେ ଜାଣିଛୁ ରାଶିଚକ୍ରରେ ୧୨ ଟି ରାଶି ହୋଇଥାଏ ଓ ସମସ୍ତ ରାଶିର ନିଜର ନିଜର ବିଶେଷ ଗୁଣ ଓ ଦୋଷ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ୧୨ଟି ରାଶି ମଧ୍ୟରୁ ସବୁଠୁ ଶେଷ ରାଶି ଅର୍ଥାତ ମୀନ ରାଶି ବିଷୟରେ କିଛି ରୋଚକପୂର୍ଣ୍ଣ ତଥ୍ୟ ଦେବୁ । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟରେ କହିବୁ ମୀନ ରାଶି ମଧ୍ୟରେ କଣ କଣ ବିଶେଷତା ଥାଏ ।

Image courtesy: Google

ସ୍ଵଭାବ

ମୀନ ରାଶିର ଲୋକମାନେ ବହୁତ ଅନ୍ତର୍ମୁଖୀ ହୋଇଥାନ୍ତି ଅର୍ଥାତ ସେମାନେ ନିଜର ବିଚାରକୁ ନିଜ ଭିତରେ ହିଁ ରଖି ଥାନ୍ତି । ଏହା ସହିତ ଅଯଥା ବାଦ ବିବାଦରେ ପଡିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଶାନ୍ତିର ସହ ସମସ୍ତ କାମକୁ ପୁରା କରନ୍ତି । ମୀନ ରାଶିର ଲୋକମାନେ ସ୍ଵଭାବରେ ଚଞ୍ଚଳ ବି ହୋଇଥାନ୍ତି । ଏମାନଙ୍କୁ ଛୋଟ ଛୋଟ କଥାରେ ରାଗ ଆସିଥାଏ । କିନ୍ତୁ ଯେତେ ଜଲ୍ଦି ରାଗିଥାନ୍ତି, ସେତିକି ହିଁ ଜଲ୍ଦି ଏମାନଙ୍କ ରାଗ ଶାନ୍ତ ହୋଇଯାଏ ।

ଏମାନେ କେତେ ଥର ବଡ ରୁ ବଡ କଥାକୁ ବି ନଜର ଅନ୍ଦାଜ କରି ଦିଅନ୍ତି ଓ କିନ୍ତୁ କେତେ ଥର ଛୋଟ ଛୋଟ କଥାରେ ବି ରାଗି ଯାଆନ୍ତି । ଏହି ରାଶିର ଲୋକମାନେ ସମ୍ପର୍କର ମହତ୍ଵକୁ ବୁଝି ପାରନ୍ତି ଓ କାହା ସହିତ ଯଦି ସମ୍ପର୍କ ଯୋଡି ନିଅନ୍ତି ତେବେ ସେହି ସମ୍ପର୍କକୁ ଜୀବନ ଥିବା ପର୍ଯ୍ୟନ୍ତ ପାଳନ କରନ୍ତି । ଏମାନେ ଭଲ ଶ୍ରୋତ ବି ଅଟନ୍ତି । ଆପଣ ନିଜର ଦୁଃଖ, ବ୍ୟଥା ଏମାନଙ୍କ ସହିତ ଶେୟାର କରି ପାରିବେ ।

ଏମାନଙ୍କୁ ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ କରିବା ପସନ୍ଦ ହୋଇଥାଏ । ଏମାନେ ପରିବାର ଓ ବନ୍ଧୁମାନଙ୍କ ସହିତ ସମୟ ବିତାଇବାକୁ ବି ପସନ୍ଦ କରନ୍ତି । ଏମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଆପଣ କେତେ ଧନୀ ଅଟନ୍ତି କିମ୍ବା ଗରିବ ଅଟନ୍ତି ଏମାନଙ୍କୁ ଏଥିରୁ କିଛି ଫରକ ପଡେ ନାହିଁ ।

କ୍ୟାରିୟର

ମୀନ ରାଶିର ଲୋକମାନେ ବହୁତ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ପୁରା କରିବା ମାମଲାରେ ପଛରେ ରହି ଯାଆନ୍ତି, ବଡ ସ୍ଵପ୍ନ ଦେଖିବା ଏମାନଙ୍କ ଅଭ୍ୟାସ ଅଟେ । ନିଜର କାମ ଓ କ୍ୟାରିୟରକୁ ନେଇ ଏମାନେ ବହୁତ ସଚେତନ ରୁହନ୍ତି । କୌଣସି ବି କାମକୁ ପୁରା କରି ହିଁ ଦମ ନିଅନ୍ତି । ଏମାନଙ୍କୁ ନିଜର ବିଚାରକୁ ଆଦାନ ପ୍ରଦାନ କରିବାକୁ ଭଲ ଲାଗେ ନାହିଁ । ଏମାନେ ନିଜର ସମସ୍ତ କାମକୁ ଶାନ୍ତ ରହି କରନ୍ତି । ଏମାନଙ୍କ ଏହି ଗୁଣ ଏମାନଙ୍କୁ ସଫଳ କରିଥାଏ ।

ଏମାନେ ବହୁତ ପରିଶ୍ରମୀ ବି ହୋଇଥାନ୍ତି ଓ ନିଜର କାର୍ଯ୍ୟ କ୍ଷେତ୍ରରେ ଭଲ ପଦ ଉପରେ ଥାନ୍ତି । ଏମାନଙ୍କୁ କ୍ୟାରିୟରରେ ସଫଳା ହେବା ପାଇଁ ବହୁତ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ସଫଳ ହୋଇଥାନ୍ତି ତେବେ ପୁରା ଦୁନିଆ ଏମାନଙ୍କୁ ଚିହ୍ନି ଯାଆନ୍ତି । ଏମାନେ ଯେଉଁ କାମକୁ ପୁରା କରିବା ପାଇଁ ଥରେ ନିଷ୍ପତି ନେଇ ଯାଆନ୍ତି ତେବେ ତାକୁ ପୁରା କରି ହିଁ ଦମ ନିଅନ୍ତି । ମୀନ ରାଶିର ଲୋକମାନଙ୍କ ମଧ୍ୟରେ ଲେଖିବା କ୍ଷେତ୍ରରେ ବହୁତ ଭଲ ହୋଇଥାନ୍ତି । ଅର୍ଥାତ ଏମାନେ ବହୁତ ଭଲ ରାଇଟର ହୋଇଥାନ୍ତି ।

ପ୍ରେମ

ମୀନ ରାଶିର ଲୋକମାନେ ବହୁତ ଭାବୁକ ହୋଇଥାନ୍ତି ସେଥିପାଇଁ ଜଲ୍ଦି ପ୍ରେମରେ ପଡି ଯାଆନ୍ତି । କିନ୍ତୁ ପ୍ରେମରେ ପଡିବା ପୂର୍ବରୁ ନିଜର ପ୍ରେମିକା ବିଷୟରେ ବହୁତ ଭଲ ଭାବରେ ଜାଣିବାକୁ ଚେଷ୍ଟା କରନ୍ତି । ଯଦି ଏମାନଙ୍କୁ ସଠିକ ଜୀବନସାଥି ମିଳେ ନାହିଁ ତେବେ ଏମାନେ ବୀନା ସାଥିରେ ପୁରା ଜୀବନକୁ ବ୍ୟତିତ କରିବାକୁ ସ୍ଵୀକାର କରି ନିଅନ୍ତି । ଏମାନେ ଏହିଭଳି ଏଥିପାଇଁ କରନ୍ତି କାରଣ ଏମାନଙ୍କୁ ସମ୍ପର୍କରେ ବହୁତ ଅଧିକ ବିଶ୍ଵାସ ହୋଇଥାଏ ।

ସେଥିପାଇଁ ଯାହାକୁ ବି ପ୍ରେମ କରିଥାନ୍ତି ତାକୁ ନିଜର ଜୀବନସାଥି ରୂପରେ ଦେଖିଥାନ୍ତି । ଏମାନେ ନିଜ ପ୍ରେମ ବିଷୟରେ ଜାହିର କରିବା ଜାଣିଛନ୍ତି । କିନ୍ତୁ ପ୍ରେମରେ ଏମାନଙ୍କୁ ବହୁତ ଧୋଖା ବି ମିଳିଥାଏ । ଏମାନେ ବହୁତ ରୋମାଣ୍ଟିକ ବି ହୋଇଥାନ୍ତି । ଏହା ସହିତ ଏମାନଙ୍କୁ ନିଜର ପାର୍ଟନରକୁ ସରପ୍ରାଇଜ ଦେବା ବହୁତ ପସନ୍ଦ ହୋଇଥାଏ । ଏମାନଙ୍କୁ ଜଲ୍ଦି ନିଜର ଅସଲ ପ୍ରେମୀ ମିଳି ନ ଥାଏ ସେଥିପାଇଁ ଏମାନେ ବହୁତ ଲୋକମାନଙ୍କ ସହିତ ସମ୍ପର୍କ ରଖିଥାନ୍ତି ।

କିନ୍ତୁ ଯେତେବେଳେ ଏମାନଙ୍କୁ ନିଜର ଅସଲ ପ୍ରେମ ମିଳିଯାଏ ତେବେ ତାଙ୍କ ପ୍ରତି ପୁରା ସମର୍ପିତ ରହିଥାନ୍ତି । ଏମାନେ ମିଥ୍ୟା କହିବାକୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ ଓ ନିଜ ପାର୍ଟନର ଠାରୁ ବି ଏମାନେ ଏହି ଆଶା କରିଥାନ୍ତି । ମୀନ ରାଶି ବାଲା ଜାତକ ଭଲ ଜୀବନସାଥି ପ୍ରମାଣିତ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button