ଦେଶ- ବିଦେଶ

ଏହି କାରଣରୁ ଆପଣଙ୍କ ପାଖରେ ରହି ନ ଥାଏ ଧନ, ଜାଣନ୍ତୁ କାହିଁକି ହୋଇ ପାରି ନ ଥାଏ ସେଭିଂ

ମନୁଷ୍ୟ ନିଜର ଜୀବନରେ ବହୁଷ୍ଟ କଷ୍ଟ କରି ଧନ ଉପାର୍ଜନ କରିଥାଏ । ଧନ ଆୟ କରିବା ପରେ ତାହାର ଏପଟ ସେପଟ କାମରେ ଟଙ୍କା ଖର୍ଚ୍ଚ ହୋଇଯାଏ, ଆପଣମାନଙ୍କ ସହିତ ବି ଏହା କେତେ ଥର ହୋଇଥିବ । ସମସ୍ତ ଟଙ୍କା ବିନା କାରଣରେ ଖର୍ଚ ହୋଇଯାଏ ।

କହିବାକୁ ଗଲେ ଏହି ସବୁ ପଛରେ ସବୁଠୁ ମୁଖ୍ୟ କାରଣ ହେଉଛି ଆପଣଙ୍କ ଘରର ବାସ୍ତୁଦୋଷ ଅଟେ । ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କର ଘରର ଉନ୍ନତି ହୋଇ ପାରେ ନାହିଁ । ମଣିଷ ଲକ୍ଷ ଲକ୍ଷ ଟଙ୍କା ଆୟ କରିଲେ ବି ସେ ନିଜ ପାଖରେ ଧନ ଏକାଠି କରି ପାରେ ନାହିଁ ।  ଶେଷରେ ଏମିତି କଣ କରିବା ଦ୍ଵାରା ଆମର ଉନ୍ନତି ହେବାକୁ ଲାଗିବ ଓ ଆମ ପାଖରେ ଟଙ୍କା ରହିବ, ଚାଲନ୍ତୁ ଜାଣିବା ତାହା ବିଷୟରେ ।

ଏହି କାରଣରୁ ଆପଣଙ୍କ ପାଖରେ ରହି ନ ଥାଏ ଧନ

·    ଯଦି ଆମେ ଫେଂଗଶୁଈ ଅନୁସାରେ ଦେଖିବେ ତେବେ ଆପଣଙ୍କ ଘରର ଉତ୍ତର – ପୂର୍ବ ମାନେ ଐଶାନ୍ୟ କୋଣରେ ଆବର୍ଜନା ରଖନ୍ତୁ ନାହିଁ, କାରଣ ଏହି ଦିଗରେ ଯଦି ଆବର୍ଜନା ରଖୁଛନ୍ତି ତେବେ ଆପଣଙ୍କର ଧନ ନଷ୍ଟ ହେବାକୁ ଲାଗି ଥାଏ ।

·    ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଯଦି କାହା ଘରେ ଲାଗିଥିବା ନଳରୁ ଲଗାତର ପାଣି ବାହାରି ଥାଏ ତେବେ ଏହି କାରଣରୁ ଆର୍ଥିକ କ୍ଷତି ହୋଇଥାଏ । ଯଦି ଆପଣଙ୍କ ଘର କଳରୁ ପାଣି ବାହାରୁଛି ତେବେ ତାହାକୁ ତୁରନ୍ତ ଠିକ କରନ୍ତୁ ।

·    ବାସ୍ତୁ ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି କି ଯଦି ଘରର ପଶ୍ଚିମ ଦିଗରେ ରୋଷେଇ ଘର ହୋଇଥାଏ ତେବେ ଏହି କାରଣରୁ ବି ଆପଣଙ୍କର ଉନ୍ନତି ହୋଇ ନ ଥାଏ । ମାନେ ଆପଣଙ୍କ ପାଖରେ ଯଦି ଟଙ୍କା ଆସିଥାଏ ତେବେ ତାହା ତୁରନ୍ତ କାର୍ଯ୍ୟରେ ଖର୍ଚ ହୋଇଯାଏ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ଚଟାଣ ଉତ୍ତର – ପୂର୍ଣ ଦିଗରେ ଉଚ୍ଚା ହୋଇଥାଏ ତେବେ ଧନର ଆଗମନରେ ବି ବହୁତ ବାଧା ଉତ୍ପନ୍ନ ହୋଇଥାଏ ।

·    ଆପଣଙ୍କର ବେଡରୂମର ପ୍ରବେଶ ଦ୍ଵାରର ଠିକ ସାମ୍ନାରେ ଥିବା କାନ୍ଥର ବାମ ପଟେ କୌଣସି ଧାତୁ ଜିନିଷ ଝୁଲାଇ ରଖନ୍ତୁ କାରଣ ଏହି ସ୍ଥାନକୁ ଭାଗ୍ୟ ଓ ସମ୍ପତି କ୍ଷେତ୍ର କୁହାଯାଏ, ପରନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଏହି କାନ୍ଥ ଉପରେ ଫାଟ ନ ହୋଇଥିବା ଦରକାର । କାରଣ ଏହି କାରଣରୁ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିଥାଏ ।

·    ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଧନ ଲଗାତର ବୃଦ୍ଧି ହେଉ କିମ୍ବା ଆପଣଙ୍କ ପାଖରେ ଟଙ୍କା ରହୁ ତେବେ ଆପଣ ନିଜର ତିଜୋରି କିମ୍ବା ଆଲମାରିକୁ ଦକ୍ଷିଣ କାନ୍ଥ ସହ ମିଶାଇ ଏହିଭଳି ରଖନ୍ତୁ କି ତାହାର ମୁହଁ ଉତ୍ତର ଦିଗରେ ହିଁ ଖୋଲିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button