ଶ୍ରାବଣ ମାସରେ ଶିବ ପୂଜା ବିଧି, ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଶାସ୍ତ୍ରୀୟଗତ ଉପାୟ ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷର ଶ୍ରାବଣମାସ ଆରମ୍ଭ ହୋଇସାରୁଛି । ଭଗବାନ ଶିବଙ୍କ ଉଦେଶ୍ୟରେ ଅନେକ ଲୋକେ କାଉଡିଆ ଯାତ୍ରା କରୁଥାନ୍ତି । ଆମ ଶାସ୍ତ୍ରରରେ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଛି ଯଥା ବିଶ୍ଵାସ କରାଯାଏ ଯେ ଯେକୋଣସି ବ୍ୟକ୍ତି ମନତ ଇଛାକୁ ପୂରଣ କରିବା ପାଇଁ ଶ୍ରଦ୍ଧା ସହକାରେ କରାଯାଇଥିବା ବୋଲବମ୍ ହେଉ ବା ପୂଜା ଯଦି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥାଏ ତେବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ ।

ତେଣୁ ଏହି ମାସକୁ ପବିତ୍ର ମାସର ମାନ୍ୟତା ଦିଆଯାଇଛି । ତେବେ ଆମେ ଆଜି ଆପଣମାନଙ୍କୁ କହିବୁ ଯଥା ଏହି ଶ୍ରାବଣ ମାସରେ ମହାଦେବ କେଉଁ ବିଧିବିଧାନରେ ପୂଜା କରିବା ଉଚିତ୍ ଏବଂ ଏହା ଦ୍ଵାରା ଆପଣଙ୍କୁ କିପ୍ରକାରର ପ୍ରତିଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆମ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ଜଳ ବହୁତ ହିଁ ପ୍ରିୟ ଅଟେ ।ତେଣୁ ଜଳ ଅଭିଷେକ କରିଥିବା ବ୍ୟକ୍ତି ପ୍ରତି ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୁଅନ୍ତି ।
ଯଦି କେହି ବ୍ୟକ୍ତି ତ୍ରିବ ଜ୍ୱରରେ ଆକ୍ରାନ୍ତ ହୋଇଥାଏ ତେବେ ସେ ମହାଦେବଙ୍କ ଶିବଲୀଙ୍ଗ ଉପରେ ଜଳଅର୍ପଣ କରିବା ଦ୍ଵାରା ତାହାର ଜ୍ଵର କମିଯାଇଥାଏ । ଶାସ୍ତ୍ର ପୁରାଣ ଅନୁଯାୟୀ ଏକାଦଶୀ ମନ୍ତ୍ର ବା ମହାରୁଦ୍ର ମନ୍ତ୍ର ଜପ କରି ମହାଦେବଙ୍କ ଉପରେ ଜଳ ଅର୍ପଣ କରିବା ଦ୍ଵାରା ଯେତେ ବି ଜ୍ଵରର ପ୍ରକ୍ବପ ଥାଉ ତାହା ତକ୍ଷଣ କମିଥାଏ ।

ଶିବପୁରାଣ ଅନୁସାରେ ପୁତ୍ର ସନ୍ତାନ ବା ସନ୍ତାନ ପ୍ରାପ୍ତି ପାଇଁ ଯଦି ଆପଣ ଚାହୁଛନ୍ତି ତେବେ ଦେବାଦୀ ଦେବ ମହାଦେବଙ୍କୁ ଜଳ ଅଭିଷେକ କରି ଭସ୍ମ ସମର୍ପଣ କରିବା ଦ୍ଵାରା ସନ୍ତାନ ପ୍ରାପ୍ତି ହେଇପାରିଥାଏ । ବଂଶ ବୃଦ୍ଧି କରିବା ନିମନ୍ତେ ଆପଣ ଶିବ ସହସ୍ର ନାମ ମନ୍ତ୍ରରରେ ଗୁତ ଧାରା ସମର୍ପଣ କରନ୍ତି ତେବେ ଆପଣଙ୍କ ବଂଶ ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ କୋଣସି ବ୍ୟକ୍ତିଙ୍କ ନପୁଂସକ ରୋଗ ଥାଏ ତାହା ମଧ୍ୟ ଦୂର ହୋଇଯାଇଥାଏ । ଆପଣଙ୍କର ଯେତେ ଚେଷ୍ଟା କଲେ ମଧ୍ୟ ମାନସିକ ଜ୍ଞାନ ବୃଦ୍ଧି ହୋଇନଥାଏ ବା ପିଲାର ସ୍ମରଣ ଶକ୍ତି ବୃଦ୍ଧି ହୁଏ ନାହିଁ ତେବେ ଆପଣ ଏହା କରନ୍ତୁ ।

ଶିବପୁରାଣ ଅନୁସାରେ କ୍ଷୀରରେ ଶର୍କରା ମିଶାଇ ଦେବାଦୀଦେବ ମହାଦେବଙ୍କୁ ଅଭିଷେକ କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ଜୀବନରେ ଦୁଃଖକଷ୍ଟ ଆସିଥାଏ ଓ ଆପଣଙ୍କୁ ତାହା ମାନସିକ ସ୍ତରରେ ବିଚଳିତ କରିଥାଏ । ତେବେ ଶର୍କରା ମିଶ୍ରିତ କ୍ଷୀର ଅଭିଷେକ କରିବା ଦ୍ଵାରା ତାହା ଦୂର ହୋଇଥାଏ । ମହାଦେବକୁ ତୈଳ ଅଭିଶେକ କରିବା ଦ୍ଵାରା ଶତ୍ରୁ ର ବିନାଶ ହୋଇଥାଏ ଓ ବିଜୟ ପ୍ରାପ୍ତ ହୁଏ ।
ଶାସ୍ତ୍ର ଅନୁସାରେ ସୁଗନ୍ଧ୍ୟା ତୈଳରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଦ୍ଵାରା ଅଟକିଯାଇଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ । ତେବେ ଏହା ହେଉଛି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବା ବିଧି ଓ ଫଳ ।




