ଜ୍ୟୋତିଷ

କୁମ୍ଭ ରାଶି ଓ ବୃଷ ରାଶି କେଉଁ ରାଶି ଜୀବନରେ ଶୀଘ୍ର ଧନୀ ଶ୍ରେଣୀର ହୋଇଥାନ୍ତି…. ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ କୁମ୍ଭ ରାଶି ଓ ବୃଷ ରାଶି ମଧ୍ୟରେ କେଉଁ ରାଶିର ଜୀବନରେ ଶୀଘ୍ର ଧନୀବର୍ଗର ହୋଇଥାନ୍ତି । ଏହି ଦୁଇଟି ରାଶିମାନଙ୍କ  ଭିତରରୁ କାହାକୁ ଉଚ୍ଚ ରାଶିର କହିବା ଆଜି ଆମେ ଜାଣିବା ।  ଭାଗ୍ୟ କେଉଁ ରାଶିକୁ ଧନର ଯୋଗ ପ୍ରଦାନ କରିଥାଏ । ତେବେ ଆସନ୍ତୁ ଜାଣିବା ।

କୁମ୍ଭ ରାଶି : କୁମ୍ଭ ରାଶିର ଜାତକ ପ୍ରାୟତ ମାନବବାଦୀ ସ୍ଵଭାବର ହୋଇଥାନ୍ତି ।ଏମାନେ ବହୁତ ଜ୍ଞାନୀ ଓ ଶାନ୍ତ ସ୍ଵଭାବବିଶିଷ୍ଟ ଲୋକେ ହୋଇଥାନ୍ତି । ଏମାନଙ୍କ ଚିନ୍ତାଧାରା ସ୍ଵଚ୍ଚ ଓ ଆଧୁନିକ ଶୈଳୀର । ଘରର ମାନ ସନମାନ ଓ ଗୌରବ ପ୍ରତି ଏମାନେ ଅଧିକ ଯତ୍ନଶୀଳ ହୋଇଥାନ୍ତି । ଏମାନେ ନିଜ କାମରେ ଅନ୍ୟ  ବ୍ୟକ୍ତିଙ୍କ ହସ୍ତକ୍ଷେପକୁ ଆଦୌ ପସନ୍ଦ କରିନଥାନ୍ତି ନିଜ କାମ କୁ ନିଜେ କରିବାକୁ ଇଛା କରନ୍ତି । ଏମାନେ ବହୁତ ଜ୍ଞାନି ଓ ମଧୁର କଥା ଶୈଳୀରେ ସମସ୍ତକୁ ନିଜ ପ୍ରତି ଆକର୍ଷଣ କରି ନିଅନ୍ତି ।

କୁମ୍ଭରାଶିର ଜାତକ ସମସ୍ତଙ୍କ ଠାରୁ ଭିନ୍ନ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି ବିଶେଷ ହୋଇଥାନ୍ତି । ମାତ୍ର ଏମାନଙ୍କ ଗୋଟିଏ ଖରାପ ଗୁଣ ହେଲା କୋଣସି ବିଷୟରେ ନିଷ୍ପତି ନେବା ପୂର୍ବରୁ ଆବଶ୍ୟକ ଠାରୁ ଅଧିକ ଚିନ୍ତା କରିଥାନ୍ତି । ସର୍ବଦା ସହଜସ୍ତରରେ ରହି କାମ କରିବାକୁ ଇଛା କରିଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁଁ ଅନେକ ଗୁଡାଏ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିଥାନ୍ତି । ଏମାନେ ବିଜ୍ଞାନ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି କିନ୍ତୁ ରାଜନୀତିକୁ ନାପସନ୍ଦ କରିଥାନ୍ତି । କାର୍ଯ୍ୟ କ୍ଷେତ୍ରରରେ କଠିନତା ବହୁତ ପସନ୍ଦ କରିଥାନ୍ତି ତେଣୁ ଜୀବନରେ ଖୁବ ଶୀଘ୍ର ସଫଳତା ପ୍ରାପ୍ତ କରିଥାନ୍ତି ।

ଏମାନେ ସବୁବେଳେ ନୂତନ ବିଷୟକୁ ଶିଖିବାରେ ମନ ଦେଇଥାନ୍ତି ଏବଂ ବିଦ୍ୟା ଏମାନଙ୍କ ଠାରେ ପ୍ରଚୁର ପରିମାଣରେ ରହିଥାଏ । ଏମାନେ ଧର୍ମକର୍ମ କରିବାରେ ଅଧିକ ରୁଚି ରଖିଥାନ୍ତି ତା ସହିତ କଠିନ ସମୟ ସହ ସଙ୍ଗର୍ଷ କରିବା ଏମାନଙ୍କୁ ଭଲ ଲାଗିଥାଏ । ଏମାନେ ସହଜରେ କାହାକୁ ବିଶ୍ବାସ କରିନଥାନ୍ତି ଓ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ରହିବାକୁ ନାପସନ୍ଦ କରିଥାନ୍ତି ।

ବୃଷ ରାଶି : ଏହି ରାଶିର ସ୍ଵାମୀ ଶୁକ୍ରଦେବ ହୋଇଥାନ୍ତି ଏବଂ ଶୁକ୍ରଦେବ କଳା ,ଭୋଜନ ,ମନୋରଞ୍ଜନ ଓ ବିଦ୍ୟାର ଭଣ୍ଡାର । ତେଣୁ ଏହି ରାଶିର ବ୍ୟକ୍ତି ଜୀବନରେ ଏହି ସବୁ ଥାଏ ଓ ଏମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଇଛା କରିଥାନ୍ତି । ବୃଷରାଶିର ବ୍ୟକ୍ତି ସୌନ୍ଦରୀ ,ସ୍ବାଭାଲମ୍ବି ,ଉଚ୍ଚ ଅବିଳାସୀ ,ପରିଶ୍ରମୀ ,ଉଦାର ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ରାଶି ସ୍ଥିର ଓ ଧୋର୍ଜ୍ୟବାନ ରାଶି ଭାବେ ତୁଳନା କରାଯାଇଥାଏ ।

ଏମାନେ ଯେକୋଣସି କାମ କୁ କରିବାକୁ ପଛ ଗୁଞ୍ଚା ହୋଇନଥାନ୍ତି ଏବଂ ଏମାନଙ୍କ ଏହି ଗୁଣ ଜୀବନରେ ଉନ୍ନତ ଶିଖରକୁ ପହଞ୍ଚାଇଥାଏ। ଏହି ରାଶିର ଲୋକମାନଙ୍କୁ ଆକର୍ଷଣ କରିବା ସହଜ ହୋଇନଥାଏ କିନ୍ତୁ ଏମାନଙ୍କ ବିଶ୍ଵାସଗୁଣ ସମସ୍ତକୁ ଏମାନଙ୍କ ନିକଟକୁ ଆକର୍ଷିତ କରିଥାଏ ।  ଏମାନେ ଭବିଷ୍ୟତ ରେ ସରକାରୀ ଚାକିରୀ ପ୍ରାପ୍ତ କରିବାର ସମ୍ଭାବନା ରହିଛି ।

ଏହି ରାଶିର ଲୋକମାନେ ଲେଖକ ,ନିର୍ମାତା , କବି ,ଚିକିତ୍ସା ,ସଙ୍ଗୀତ କଳା ଓ ସାହିତ୍ଯ ସମ୍ବନ୍ଧୀୟ କାର୍ଯ୍ୟରେ ଉଚ୍ଚ ପଦରେ ପହଞ୍ଚିଥାନ୍ତି । ତେବେ ଆପଣମାନେ ହିଁ ଚିନ୍ତା କରନ୍ତୁ କେଉଁ ରାଶି ଅଧିକ ଶକ୍ତିଶାଳି ହୋଇଥାଏ ବୋଲି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button