ଜ୍ୟୋତିଷ

ମନୀ ପ୍ଲାଣ୍ଟ କେଉଁଠି ଓ କିପରି ରଖିଲେ ଘରେ ହୁଏ ଧନର ବର୍ଷା- Vastu Tips

ଆଜି ଆମେ ଆପଣଙ୍କୁ କହିବୁ ଘରର କେଉଁ ଠାରେ ମନି ପ୍ଳାଣ୍ଟ ଗଛ ଲଗାଇବା ଦ୍ଵାରା ଆମର ଧନରେ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ । ମନି ପ୍ଳାଣ୍ଟ ଅର୍ଥ ହେଉଛି ଟଙ୍କା ଓ ପଇସାର ଗଛ । ଏଥିରେ ଟଙ୍କା ପଇସା ଫଳେ ନାହିଁ । କିନ୍ତୁ ଏହା ଟଙ୍କା ଓ ପଇସା ବୃଦ୍ଧି କରିବା  ବା ଆମର ଦାରିଦ୍ରକୁ ଦୂରେଇ ଦିଏ ।

ଘରେ ଏହି ଗଛ ଟଙ୍କାକୁ ବୃଦ୍ଧି କରିଥାଏ କିନ୍ତୁ ଏହା ଯଦି ସଠିକ ଜାଗାରେ ବା ସଠିକ ଦିଗରେ ନ ଲଗାଯାଏ ତେବେ ଏହା ଆମକୁ ବିପରୀତ ଦିଗ ଆଡକୁ ଟାଣି ନିଏ । ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ କେଉଁ ଠାରେ ଲଗାଇବା ଉଚିତ । କିଛି ଲୋକଙ୍କ କହିବା କଥା ଅନୁସାରେ ଯଦି ଆମେ ଏକ ମନି ପ୍ଳାଣ୍ଟ ଗଛ କିଣି ସାରିବା ପରେ ଏହାକୁ ଆଣି ଘରେ ଲଗାଇବା ଯେତିକି ଊର୍ଣ୍ଣତି ହୋଇଥାଏ ।

ଯଦି ଏହାକୁ ଆମେ କୌଣସି ବଡ ଧନୀ ବ୍ୟକ୍ତିଙ୍କ ଘରୁ ଆଣି ଏହାକୁ ଆମେ ନିଜ ଘରେ ଲଗାଇବା ତେବେ ଏହା ଧନ ବୃଦ୍ଧି ହେବାରେ ଆମକୁ ବହୁତ ସାହାର୍ଯ୍ୟ କରିଥାଏ । କୌଣସି ଏକ ଧନୀ ବୁକତି ଘରୁ ଆମେ ଏହି ଗଛରୁ ଏକ ଡାଳ ମାଗି ଆଣି ନିଜ ଘରେ ଲଗାଇବା ବା ତାଙ୍କର ଥିବା ମନି ପ୍ଳାଣ୍ଟ ଗଛର ମାଟି ଆଣି ନିଜ ପାଖରେ ଥିବା ମନି ପ୍ଳାଣ୍ଟ ଗଛରେ ଦେବା ଦ୍ଵାରା ନିଜ ଘରେ ଧନ ବୃଦ୍ଧି ହେବାର ସମ୍ଭାବନା ବହୁତ ଥାଏ ।

ଏହି ଉପାୟ ମଧ୍ୟରୁ ଆପଣ ଯେକୌଣସି ଉପାୟ କରି ପାରିବେ । କିନ୍ତୁ ଏହି ଗଛ ଯେଉଁ ବ୍ୟକ୍ତିଙ୍କ ଠାରୁ ଆଣୂଛନ୍ତି ସେହି ବ୍ୟକ୍ତି ଭଲ ହୋଇଥିବା ଦରକାର । ସେହି ବ୍ୟକ୍ତି ଜଣକ କେବେ ହେଳେ ରାଗି ବା କୃପଣ ହୋଇ ନଥିବ । ବଜାରରେ ମିଳୁଥିବା ମନି ପ୍ଳାଣ୍ଟ ଆଣି ମଧ୍ୟ ଲଗାଇ ପାରିବେ କିଛି ଅସୁବିଧା ନାହିଁ । ଏହି ମନି ପ୍ଳାଣ୍ଟ ଦୁଇ ପ୍ରକାରର ଅଛି ।

ଗୋଟିଏ ହେଉଛି ଘର ବାହାରେ ଲଗାଇବା ପାଇଁ ଓ ଅନିତ୍ୟ ହେଉଛି ଭିତରେ ଏହାକୁ ଆପଣ ଲଗାଇବେ । ତେବେ ଏହାକୁ ଆପଣ ଘର ଭିତରେ ହେଉ ବା ଘର ବାହାର ହେଉ ଏହାକୁ ଆପଣ ଖୁବ ଯତ୍ନରେ ଲଗାଇବା ଦରକାର । ଆପଣ ଏହାକୁ କେବଳ ନିଜ ଘରର ଦକ୍ଷିଣ ଓ ପୂର୍ବ କୋଣ ବା ଅଗ୍ନି କୋଣ ହୋଇଥିବା ନିହାତି ଦରକାର ।

ହିନ୍ଦୁ ଶସ୍ତ୍ର ଅନୁସାରେ ଉତ୍ତର, ପୂର୍ବ ଓ ଐଶାନ୍ୟ କୋଣ ସବୁ ସମୟ ପାଇଁ ଅଶୁଭ ହୋଇଥାଏ । ଅନ୍ୟ ଶାସ୍ତ୍ର ମାନଙ୍କରେ କୁହାଯାଇଛି କି ଏହାକୁ ଆପଣ ଦକ୍ଷିଣ ପୂର୍ବ କୋଣରେ ଲଗାଇବା ଉଚିତ । ଯାହା ଦ୍ଵାରା ନିଜ ଘରେ ଧନ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ବଢିଥାଏ । ଖାଲି ଏହି ଗଛକୁ ଲଗାଇ ଦେଲେ ହେବ ନହିଁ ଏହାର ବିଶେଷ ରୂପେ ଧ୍ୟାନ ଦେବାକୁ ହେବ ।

ମନି ପ୍ଳାଣ୍ଟ ଗଛର ଡାଳ ସବୁ ଉପରକୁ ଉଠିବା ଦରକାର । କାରଣ ଏହା ଯେତେ ଉପରକୁ ମାଡି ଚାଲିବ ଆପଣଙ୍କର ସେତେ ଧନ ବୃଦ୍ଧି ହେବାର ସୁଯୋଗ ମଧ୍ୟ ଆସିବ ବା ଧନ ବଢିବ । କିନ୍ତୁ ମନି ପ୍ଳାଣ୍ଟ ଗଛର ଡାଳ ଯଦି ତଳକୁ ଯାଏ ତେବେ ସେହି ଘରେ ଦରିଦ୍ରତା ଦେଖା ଦେଇଥାଏ ।

ଏହାକୁ କୌଣସି ଏକ ସାହାରା ଦେଇ ଉପରକୁ ଯିବାକୁ ଦିଅନ୍ତୁ । ଯଦି ସେହି ଗଛରେ କିଛି ପତ୍ର ଖରାପ ହୋଇଯାଏ ବା ହଳଦିଆ ହୋଇଯାଏ ଏହାକୁ ନଛିଡାଇ ତାକୁ କାଟି ବାହାର କରନ୍ତୁ । ଯେପରି ମନି ପ୍ଳାଣ୍ଟର କିଛି କ୍ଷତି ନହେବା ଦରକାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button