ଜ୍ୟୋତିଷ

କଣ ଜୀବନରେ ସବୁବେଳେ ଚୁପ ରହିବା ଉଚିତ? ନା ଅନୁଚିତ- Krishna Vani

ଆମେ କଣ ସବୁ ଜାଗାରେ ଚୁପ୍ ରହିବା ଉଚିତ୍ । ଯଦି ଆପଣ ଭୁଲ ହେଉଥିବା ସ୍ଥାନ ରେ ବା ଭୁଲ କରୁଥିବା ସ୍ଥାନ ରେ କେବେ ହେଲେ ଛିଡା ହୋଇ ରୁହନ୍ତୁ ନାହିଁ କାରଣ ସେଠାରେ ଯଦି ଆପଣ ଚୁପ୍ ହୋଇ ରହିଲେ ତେବେ ସେହି ପାପର ଭାଗୀଦାର ମଧ୍ୟ ଆପଣ ହେଲେ । ତେଣୁ କରି ସେ ଜାଗା ଛାଡି ଚାଲି ଯିବାକୁ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ । ଏବେ ଆପଣ ଦ୍ବନ୍ଦରେ ପଡ଼ିଥିବେ ।

ସେହି ଠାରେ ଆପଣ ତାର ବିରୁଦ୍ଧରେ ସ୍ୱର୍ ଉଠାଇବା ପାଇଁ ଚେଷ୍ଟା କରନ୍ତୁ । ହୁଏତ ଆପଣ ତାଙ୍କ ଆଗରେ ଛୋଟ ହୋଇପାରନ୍ତି କିନ୍ତୁ କେବେ ହେଲେ ସେଠାରେ ଚୁପ୍ ହୋଇ ରୁହନ୍ତୁ ନାହିଁ । କାରଣ ଯେଉଁ ବ୍ୟକ୍ତି ସେଠାରେ ଅନ୍ୟ ବ୍ୟକ୍ତି ସହ ଭୁଲ କର୍ମ କରୁଥାଏ ତେବେ ତାର ସାହାସ ଆହୁରି ବଢିବ ଓ ଆପଣ ତାକୁ ପରୋକ୍ଷ ଭାବରେ ସହମତି କଲେ ବୋଲି ଧରାଯିବ ।

ଯେହେତୁ ଆପଣ ତାକୁ ସେଠାରେ କିଛି କହିଲେନି ସେ ଆପଣଙ୍କ ସହମତି ଜଣାଇଛନ୍ତି ବୋଲି ଜାଣି ଆହୁରି ଭୁଲ କର୍ମ କରିବାକୁ ଚାହିଁବ । ଆଉ ଏକ ସବୁଠୁ ବଡ଼ କଥା ହେଉଛି ଏହାର ପରବର୍ତ୍ତୀ ସମୟରେ ହୁଏତ ସେ ଆପଣଙ୍କୁ ସେହି ପରି ଅସୁବିଧାରେ ପକାଇପାରେ । ଶ୍ରୀକୃଷ୍ଣ କହିଛନ୍ତି କି ଅନ୍ୟା କରିବା ଯେତିକି ପାପ ଅନ୍ୟାୟ ଦେଖିବା ମଧ୍ୟ ସେତିକି ପାପ ଅଟେ ।

ଆଉ ଏକ କଥା ମଧ୍ୟ ଶ୍ରୀକୃଷ୍ଣ ଶାସ୍ତ୍ର ମାଧ୍ୟମରେ କହିଛନ୍ତି ଯେଉଁ ଭଳି ଭାବରେ ମୁନି ଋଷି ଓ ସାଧୁମାନେ ଚୁପ୍ ରହି ଏକ ବହୁତ୍ ବଡ଼ ଭୁଲକୁ ସ୍ବୀକାର କରି ଏକ ବଡ଼ ବିପଦକୁ ନିଜ ଆଡ଼କୁ ଆଣିଥିଲେ । ଶାସ୍ତ୍ରରେ ଲେଖା ଅଛି ଯେଉଁ ସମୟେ ଦୁସାସନ୍ ନାରୀ ଉପରେ ଅତ୍ୟାଚାର କରୁଥିଲେ ସେହି ସମୟର ସମସ୍ତେ ଚୁପ୍ ରହିଥିଲେ ଯାହା ଦ୍ୱାରା ଅଟେ ବଡ ଯୁଦ୍ଧ ଆରମ୍ଭ ହୋଇଥିଲା ।

ସେ ଯଦି ସେହି ସମୟରେ ତାଙ୍କୁ ମୁଁହ ଖୋଲି କିଛି କହିଥାନ୍ତି ବା କରିଥାନ୍ତେ ତେବେ ହୁଏତ ଏତେ ବଡ ଯୁଦ୍ଧ ହୋଇ ନଥାନ୍ତା । ଏତେ ବଡ ବୀର ଓ ଯୋଦ୍ଧା ଥିବା ଅବସ୍ଥାରେ ମଧ୍ୟ ଏହି ପରି ପାପ ଦେଖିଲା ପରେ ସେହି ଜାଗାରେ ଶ୍ରୀକୃଷ୍ଣ ରାଗିଯାଇ କହିଥିଲେ ଯେଉଁ ମାନେ ଏହି ପାପ ହେବାର ଦେଖି ଛନ୍ତି ତେବେ ସେମାନେ ବି ଏହି ପାପର ଅଧିକାରୀ ଅଟନ୍ତି ।

ଆଉ ଏକ କଥା ଲେଖା ଯାଇଛି ଯଦି ଆମେ ଆମ ଜୀବନରେ ଚୁପ୍ ରହିବା ସିଖିଯିବା ତେବେ ଆପଣ ସବୁ କାର୍ଯ୍ୟ ରେ ଜିତି ଯିବେ ଓ ବହୁତ ବଡ଼ ସମସ୍ୟା ମଧ୍ୟ ସମାପ୍ତ ହୋଇଯାଏ । ଚୁପ ରହିବାରେ ବହୁତ ଶକ୍ତି ରହିଥାଏ କିନ୍ତୁ ସେହି ଶକ୍ତି ଯଦି ଠିକ ସମୟରେ ଠିକ କାର୍ଯ୍ୟରେ ଲାଗିଲା ନାହିଁ । ତେବେ ସେ ବଳ ଥାଇ ଲାଭ କଣ ହେବ । ତେଣୁ କରି କେବେ ହେଲେ ପାପ ହେଉଥିବା ସମୟରେ ବା ସ୍ଥାନରେ ଚୁପ ହେବେ ନାହିଁ ।

ଏହା ଏଥିପାଇଁ ଅଧିକ ବଢିଯାଏ ସବୁ ଲୋକେ ପାପ ଦେଖି ମଧ୍ୟ ଚୁପ ରହିଥାଏ ଯାହା ଫଳରେ ଆପଣ ବହୁତ ବଡ ଅସୁବିଧାରେ ପଡିଥାନ୍ତି । ଚୁପ ରହିବା ଯେପରି ବହୁତ ବଡ ଅସ୍ତ୍ର ଅଟେ ସେହିପରି ଠିକ ସମୟ ଆସିଲେ ସେଠାରେ ସ୍ଵାର ଉଠାଇବା ମଧ୍ୟ ଦରକାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button