କେଉଁ ଜିନିଷ ଠାକୁରଙ୍କ ପଛରେ ରଖିଲେ ମନସ୍କାମନା ହୁଏ ପୂର୍ଣ୍ଣ ? ଏହା ସହ ଆହୁରି 10+ ଅନୁଚିନ୍ତା

ବନ୍ଧୁଗଣ ସମସ୍ଯା ବହୁଳ ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ସର୍ବଦା ପ୍ରୟାସ କରିବା ଉଚିତ । କିଛି ବାସ୍ତୁ ଉପାୟ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ୧- ଘରେ କୌଣସି ସଦସ୍ଯଙ୍କୁ ଖରାପ ଶବ୍ଦ କହିବା ଅନୁଚିତ । ଏହା ଦ୍ଵାରା ବିଭିନ୍ନ ସମସ୍ଯା ଦେଖାଯାଇଥାଏ ।
୨- ଘରକୁ ଆସିଥିବା ଭିକାରିଙ୍କୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ କିମ୍ବା ଅପମାନିତ କରିବା ଅନୁଚିତ । ଏହା ଦ୍ଵାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।
୩- ଘରର ମୁଖ୍ୟଦ୍ଵାରରେ ମହିଳାମାନେ ବସିବା ଉଚିତ ନୁହେଁ କିମ୍ବା ବସି କରି ଖାଦ୍ଯ ଖାଇବା ଅନୁଚିତ । ସ୍ତ୍ରୀମାନେ ସନଦ୍ୟାରେ ବାଲ ମୁକୁଳା କରିବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ।
୪- ପ୍ରତେକ ଲୋକ ଅଭାବଗ୍ରସ୍ତ ଲୋକଙ୍କୁ ବସ୍ତ୍ର ଦାନ କରିଲେ ଆୟୁଷ ବୃଦ୍ଧି ହୁଏ । କୌଣସି ଲୋକ ଦୀର୍ଘ ସମୟ ଧରି ରୋଗରେ ପୀଡିତଥାନ୍ତି ତାଙ୍କ ହାତରେ ସ୍ପର୍ଶ କରାଇ ଦାନ କରିଲେ ରୋଗରୁ ମୁକ୍ତି ମିଳିଥାଏ ।
୫- ଯଦି ପିଲାମାନେ ଅସୁସ୍ଥ ରହୁଥାନ୍ତି ତେବେ ସେମାନଙ୍କ ହାତରେ ଶୁଦ୍ଧ ଗାଈ ଘିଅ ଦାନ କରିବା ଉଚିତ । ଜ୍ଞାନଗୁଣ ଥାଇ ବି ଭାଗ୍ୟ ସାଥ ଦେଉ ନ ଥାଏ ବେ ଶନିବାରରେ କଳାଖସା ଦାନ କରିଲେ ସୌଭାଗ୍ୟ ପ୍ରାପ୍ତ ହୁଏ ।
୬- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେଉଥାଏ ସୋମବାରରେ ମହାଦେବଙ୍କୁ ଗୁଡ ଅର୍ପଣ କରିଲେ ତାହା ଦୂର ହୁଏ । ସୋମବାରରେ କୌଣସି ପାତ୍ରରେ ଲୁଣ ରଖିକି ଦାନ କରିଲେ ଦୁଖ କଷ୍ଟ ଲାଘବ ହୁଏ ।
୭- ଗୁରୁବାରରେ ନାଲି ରଙ୍ଗର ସୂତାରେ ହଳଦୀ ରଖିକି ଠାକୁରଙ୍କ ପାଦ ତଳେ ରଖିବା ପରେ ବ୍ୟବସାୟ ସ୍ଥଳରେ ବାନ୍ଧିଲେ ଧନର ଆଗମନ ହୁଏ ।
୮- ଗୁରୁବାରରେ ଧଳା ବସ୍ତ୍ର ପିନ୍ଧିବା ଅନୁଚିତ । ହଳଦିଆ ବସ୍ତ୍ର ପିନ୍ଧିଲେ ମଙ୍ଗଳକାରୀ ହୁଏ । ଠାକୁର ପୂଜା ସମୟରେ ହଳଦୀ ଟୀକା ଠାକୁରଙ୍କୁ ଲଗାଇବା ପରେ ଆଙ୍ଗୁଳିରେ ଲାଗିଥିବା ଟୀକା ନିଜ ମଥାରେ ଲଗାଇଲେ ଧନ, ମାନ, ସମାନ ପ୍ରାପ୍ତ ହୁଏ ।
୯- ଅବିବାହିତ ପୁତ୍ର କନ୍ୟାମାନେ ପାଣିରେ ହଳଦୀ ମିଶାଇ ସ୍ନାନ କରିଲେ ବିବାହ ଜଲ୍ଦି ହୁଏ । ପ୍ରତେକ ଦିନ ମା ଲକ୍ଷ୍ମୀଙ୍କୁ ଗୋଟେ ବେଲପତ୍ର ଅର୍ପଣ କରିଲେ ସୁଖ ସୌଭାଗ୍ୟ ପପ୍ରାପ୍ତ ହୁଏ ।
୧୦- ଗୁରୁବାରରେ ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସ୍ଵପ୍ନରେ ନଦୀ, ପାହାଡ, ଗଛଲତା ଦେଖନ୍ତି ଶୁଭପ୍ରଦକ ହେବା ସହ ଭଲ ଖବର ମିଳିବାର ସୂଚନା ମିଳିଥାଏ ।
୧୧- ସୋଇଥିବା ସ୍ଵପ୍ନରେ କାହାର ମୃତ୍ୟୁ ହେବାର ଦେଖିଲେ କାହାକୁ କହିବା ଅନୁଚିତ । ଏହା ଆପଣଙ୍କ ସମସ୍ଯା ଦୂର ହେବାର ସଂକେତ ଦେଇଥାଏ ।
୧୨- ସ୍ଵପ୍ନରେ ସାପ ଦେଖିଲେ ବ୍ୟବସାୟରେ ଧନ ଲାଭର ସଂକେତ ଦେଇଥାଏ । କୌଣସି ମନସ୍କାମନା ପୁରଣ ହେଉ ନ ଥାଏ ତେବେ ଗୁରୁବାରରେ ଖଣ୍ଡେ କାଗଜରେ ହଳଦୀ ରଖିକି ପୁଡିଆ କରି ଠାକୁରଙ୍କ ପଛ ପଟେ ରଖିଲେ ମଙ୍ଗଳକାରୀ ହୋଇଥାଏ ।