ଜ୍ୟୋତିଷ

କର୍ମ ବଡ ନା ଭାଗ୍ୟ ? ମଣିଷ କାହିଁକି ଖରାପ କାମ କରି ବି ଭଲ ଫଳ ପାଇଥାଏ ? – Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯୁଗ ଯୁଗ ଧରି ପ୍ରଶ୍ନ ରହି ଆସିଛି ଭାଗ୍ୟ ବଡ ନ କର୍ମ ବଡ । ଯେଉଁ ମାନେ ଭାଗ୍ୟବାଦୀ ସେମାନେ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି ସେମାନେ ଭାବନ୍ତି ଯାହା ଭାଗ୍ୟରେ ଅଛି ତାହା ହିଁ ହେବ ଆଉ ଯେଉଁ ମାନେ କର୍ମବାଦୀ ସେମାନେ କର୍ମ ଉପରେ ବିଶ୍ୱାସ କରିଥାନ୍ତି । ଯେଉଁ ବ୍ୟକ୍ତି ଯେଉଁ ଭଳି କର୍ମ କରିଥାଏ ତାକୁ ସେହି ଅନୁଯାୟୀ ଫଳ ମିଳିଥାଏ । ଏହାର ପ୍ରମାଣ ଆଜି ଆମେ ଏକ କାହାଣୀ ମାଧ୍ୟମରେ କରିବା । ତେବେ ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ ।

ଥରେ ସ୍ଵର୍ଗରେ ଵିଷ୍ଣୁ ଆରାମ କରିଥିଲେ । ସେହି ସମୟରେ ପ୍ରଭୁ ନାରଦ ଆସିକି ପ୍ରଭୁ ବିଷ୍ଣୁଙ୍କୁ ଆସିକି କହିଲେ କି ଆପଣ କିଛି ଗୋଟେ କରନ୍ତୁ କାରଣ ପୃଥୀବିରୁ ପୁଣ୍ୟର ଭାର କମିବାରେ ଆସୁଛି । ଆପଣଙ୍କ ପ୍ରଭାବ ମଧ୍ୟ କମିବାକୁ ଲାଗିଲାନି ।

ଵିଷ୍ଣୁ ପଚାରିଲେ କେମିତି ନାରଦ କହିଲେ ପ୍ରଭୁ ମୁ ଏବେ ଏମିତି କିଛି ଦେଖିକି ଆସିଲି ଯାହା ମତେ ଆଶ୍ଚର୍ଯ୍ୟ କରିଦେଲା । ନାରଦ କହିଲେ ପ୍ରଭୁ ଦୁନିଆରେ ଅନେକ ଲୋକ ଅଛନ୍ତି ଖରାପ କାମ କରିକି ପୁଣ୍ୟ ପାଉଛନ୍ତି ଆଉ ଅନେକ ଲୋକ ଅଛନ୍ତି ଯିଏକି ପୁଣ୍ୟ କାମ କରିକି ଖରାପ ହେଉଛନ୍ତି । ବିଷ୍ଣୁ ପଚାରିଲେ ନାରଦ ତୁମେ କଣ ଦେଖିକି ଆସିଛ କୁହ । ନାରଦ କହିଲେ ଭଗବାନ ମୁ ଏବେ ରାସ୍ତାରେ ଆସୁଥିବା ସମୟରେ ଗୋଟେ ଚଢେଇଟି ଗାତରେ ଫସି ରହିଥିଲା ।

ସେହି ସମୟରେ ଜଣେ ଲୋକ ସେଇ ବାଟ ଦେଇ ଗଲେ ହେଲେ ଚଢେଇ କୁ ବଞ୍ଚେଇବା ବଦଳରେ ତା ପିଠି ଉପରେ ଚଢିକି ପଳେଇଲେ । କିଛି ବାଟ ଗଲା ପରେ ସେ ଏକ ସୁନାର ଥଳି ପାଇଲେ । ଏହା ପରେ ବିଷ୍ଣୁ ପଚାରିଲେ ତାହାପରେ । ନାରଦ କହିଲେ ଏହାପରେ ସେହି ରାସ୍ତାଦେଇ ଜଣେ ସାଧୁ ଯିବା ସମୟରେ ସେ ଚଢ଼େଇକୁ ସେଠାରୁ ଉଦ୍ଧାର କରିଥିଲେ ଏବଂ କିଛି ବାଟ ଗଲା ପରେ ସେ ନିଜେ ହିଁ ଗୋଟେ ଗାତ ଭିତରେ ପଡିଯାଇଥିଲେ ଏହାପରେ ସେ ରକ୍ତାକ୍ତ ମଧ୍ୟ ହୋଇଥିଲେ ।

ଏପରି କାହିଁକି ହେଉଛି ଭଗବାନ । ଜଣେ ଭଲ କଲେ ତାର ଖରାପ ହେଉଛି ଏବଂ ଜଣେ ବ୍ୟକ୍ତି ଖରାପ କଲେ ତାର ଭଲ ହେଉଛି । ଭଗବାନ ବିଷ୍ଣୁ କହିଲେ କିଛି ଭୁଲ ହେଇନି ଏହା ସବୁ ଠିକ ହେଇଛି । ନାରଦ ମୁନି ପଚାରିଲେ କେମିତି ଭଗବାନ । ବିଷ୍ଣୁ କହିଲେ ଯେଉଁ ଚୋରଟି ଚଢ଼େଇକୁ ସେ ନ ବଞ୍ଚେଇକି ସୁନା ପାଇଲା ତାହା ଭାଗ୍ୟରେ ଏକ ଖଜାନା ମିଳିବାର ଯୋଗ ଥିଲା ହେଲେ ସେ କୁକର୍ମ କରିବା ଦ୍ଵାରା ତାକୁ କେବଳ କିଛି ସୁନା ହି ମିଳିଲା ।

ଏବଂ ଯେଉଁ ସାଧୁ ପଡିକି ରକ୍ତାତ ହୋଉଥିଲେ ତାଙ୍କର କିଛି ସମୟରେ ମୃତ୍ୟ ହୋଇଥାନ୍ତା ହେଲେ ତାଙ୍କ ସୁକର୍ମ ଦ୍ଵାରା ତାଙ୍କର କେବଳ କିଛି ଖଣ୍ଡିଆ ହୋଇଥିଲା । ଆମର କାର୍ଯ୍ୟ ଦ୍ଵାରା ହି ଆମ ଭାଗ୍ୟ ନିର୍ଭର କରିଥାଏ । ଯେଉଁ ଭଳି କାର୍ଯ୍ୟ କରିଥାଉ ଆମକୁ ସେହି ଭଳି ଫଳ ମିଳିଥାଏ । ଅର୍ଜୁନ ଶ୍ରୀକୃଷ୍ଣଙ୍କ ଯୁଦ୍ଧ କରିବା ବେଳେ ରାଜ୍ୟ ନେବା ପାଇଁ ମନ କରିଥିଲେ । କାରଣ ରାଜ୍ୟ ମିଳିବା ନ ମିଳିବା ଭାଗ୍ୟ ଉପରେ ଭରସା କରେ । ହେଲେ ଯୁଦ୍ଧ କରିବା ମୋ ନିଜ ଉପରେ ଭରସା କରେ ।

ଏହା ଆମ ହାତରେ ଅଛି ତେଣୁ ଆମେ ଏହା କରିପାରିବା । ତେଣୁ ଭାଗ୍ୟବାଦୀ ନ ହୋଇ କର୍ମବାଦୀ ହେବା ଉଚିତ । ଆମେ କାହାକୁ ପାଣି ଦ୍ଵାରା ଆଘାତ କରିବା ଦ୍ଵାରା ତାହା କୁକର୍ମ ହୋଇଥାଏ ଏବଂ ସେହି ହାତରେ କାହାକୁ ପାଣି ଦେଇ ସୁକର୍ମ କରିବା ମଧ୍ୟ ହୋଇଥାଏ । ତେଣୁ ମଣିଷ ସବୁବେଳେ ନିଜ କର୍ମ ଉପରେ ଭରସା ରଖିବା ନିହାତି ଦରକାର ହୋଇଥାଏ । ଯେଉଁ ଭଳି କର୍ମ ସେହିଭଳି ଫଳ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button