ଦେଶ- ବିଦେଶ

ଠେଲା ଗାଡିରେ ପନି ପାରିବା ବିକ୍ରି କରୁଥିବା ବ୍ୟକ୍ତି ଅଳିଆ ଗଦାରୁ ଉଠାଇ ପାଳିଥିଲେ ଝିଅକୁ, ୨୫ ବର୍ଷ ପରେ ଝିଅ ଏମିତି ସୁଝୁଛି ଋଣ

କେତେବେଳେ କେଉଁ ବ୍ୟକ୍ତିର ଜୀବନ ବଦଳିବା ଆରମ୍ଭ ହୋଇଯାଏ, ଏହି କଥାର ଅନ୍ଦାଜ କୌଣସି ବ୍ୟକ୍ତିକୁ କେବେ ବି ଜଣା ପଡେ ନାହିଁ । ବର୍ତ୍ତମାନ ସମୟରେ ମଣିଷ ମଣିଷକୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆସୁ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ ପରିବା ବିକ୍ରି କରୁଥିବା ବ୍ୟକ୍ତି ଅଳିଆ ଗଦାରେ ପଡିଥିବା ଏକ ଛୋଟ ଝିଅକୁ ଉଠାଇ ତାହାକୁ ପାଳିଥିଲେ ଏବଂ ଏହାପରେ ସେହି ଝିଅଟି ତାଙ୍କୁ କିଛି ଏହି ଭଳି ଭାବରେ ଧନ୍ୟବାଦ ଜଣାଇଛନ୍ତି । ଚାଲନ୍ତୁ ଜାଣିବା ବିସ୍ତାରରେ….

ଏହି ଘଟଣା ଆସାମରେ ରହୁଥିବା ସୋବରନଙ୍କର ଯିଏ ନିଜର ଓ ନିଜ ପରିବାରର ଲାଳନ ପାଳନ ପାଇଁ ପନି ପରିବା ବିକ୍ରି କରୁଥିଲେ । ଦିନେ ସୋବରନ ନିଜ ଠେଲା ଗାଡିକୁ ଗଳିରେ ନେଇ ଯାଉଥିବା ସମୟରେ ଅଳିଆ ଗଦାରେ ଗୋଟିଏ ଶିଶୁକନ୍ୟା କାନ୍ଦୁଥିବା ଅବସ୍ଥାରେ ପଡିଥିଲା । ସେହି ଶିଶୁକୁ ସେ  କୋଳରେ ଉଠାଇଲେ ।

ସୋବରନଙ୍କୁ ସେହି ସମୟରେ ୩୦ ବର୍ଷ ବୟସ ହୋଇଥିଲା ଏବଂ ସେ ବାହା ମଧ୍ୟ ହୋଇ ନଥିଲେ । ସେ ଏହି ଶିଶୁକୁ ପାଇ ବହୁତ ଖୁସି ହେଲେ । ଏହା ପରେ ସୋବରନ ସେହି ଶିଶୁର ଲାଳନ ପାଳନ କରି ବଡ କରିଲେ ଓ ତାହାର ନାମ ଜ୍ୟୋତି ଦେଲେ ଏବଂ ସୋବରନ ଜ୍ୟୋତିକୁ ପଢାଇଲେ ।

ଏହା ପରେ ଜ୍ୟୋତି ୨୦୧୩ରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କଲା । ସେହି ବର୍ଷ ଜ୍ୟୋତି ଆସାମର ଲୋକସଭା ଆୟୋଗର ପରୀକ୍ଷା ମଧ୍ୟ ପାସ କରିଥିଲା । ପରୀକ୍ଷା ପାସ କରିବା ପରେ ଜ୍ୟୋତିକୁ ସହାୟକ ପଦରେ ଚାକିରି ମିଳିଲା ।

ଜ୍ୟୋତି ଦ୍ଵାରା ହାସଲ କରାଯାଇଥିବା ସଫଳତାକୁ ଦେଖି ସୋବରନ କହିଲେ କି ସେ ୨୫ ବର୍ଷ ତଳେ ହୀରା ଖଣ୍ଡେ ଅଳିଆ ଗଦାରୁ ପାଇଥିଲେ । ଯାହା ଆଜି ତାଙ୍କ ପାଇଁ ବୁଢା ସମୟରେ ସାହାରା ହୋଇଛି । ଆଜି ଜ୍ୟୋତି ତାଙ୍କ ପିତାଙ୍କ ସହ ରହୁଛନ୍ତି ଏବଂ ସେ ତାଙ୍କ ପିତାଙ୍କର ସବୁ ସ୍ଵପ୍ନକୁ ପୂରଣ କରୁଛନ୍ତି । ନିଜ ଝିଅର ସଫଳତାକୁ ଦେଖି ଆଜି ସୋବରନ ବହୁତ ଖୁସି ଅଛନ୍ତି । ଏବଂ ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button