ସ୍ୱାସ୍ଥ୍ୟ

ପିରିୟଡ୍ସ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ

ଆଜି ଆମେ ଆପଣଙ୍କୁ ଏହି ଆର୍ଟକୀଳ ମାଧ୍ୟମରେ କହିବୁ କି ଯଦି ଆପଣ ପିରିୟଡ୍ସ ସମୟରେ ଏହିଭଳି ୫ଟି କାମ କରୁଛନ୍ତି ତେବେ ଆପଣଙ୍କୁ ବହୁତ ବଡ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏହି ୫ଟି କାମକୁ ପିରିୟଡ୍ସ ସମୟରେ କେବେ ବି କରିବେ ନାହିଁ । ନଚେତ ଆପଣ ଏହିଭଳି ଏହିଭଳି ଅସୁବିଧାର ସାମ୍ନା କରିବେ ଯାହା ବିଷୟରେ ଆପଣ କଳ୍ପନା ବି କରି ନ ଥିବେ ।

ମାସର ସେହି ସମୟ ସବୁ ମହିଳାମାନଙ୍କ ପାଇଁ ଅଳ୍ପ ଭିନ୍ନ ହୋଇଥାଏ । କିଛି ମହିଳାମାନଙ୍କୁ ଏହି ସମୟରେ ବହୁତ କଷ୍ଟ ବି ହୋଇଥାଏ । ଯାହା କିଛି ମହିଳାମାନଙ୍କ ପାଇଁ ସାମାନ୍ୟ ହୋଇଥାଏ ତ କିଛି ମହିଳାମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଥାଏ । ପିରିୟଡ୍ସ ସମୟରେ ମହିଳାମାନଙ୍କ ଶରୀରରେ କେତେକ ପ୍ରକାରର ହରମୋନସ ଚେଞ୍ଜେସ ବି ଆସିଥାଏ ।

ଏମିତିରେ ଏହି ସମୟରେ ନିଜର ଖାଦ୍ୟ ପେୟ ସହିତ ଅନ୍ୟ କେତେକ କଥା ପ୍ରତି ବି ଧ୍ୟାନ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ୫ ଟି ଏମିତି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ପିରିୟଡ୍ସ ସମୟରେ ଭୁଲରେ ବି କରିବା ଉଚିତ ନୁହେଁ ।

ସୁରକ୍ଷିତ ସମ୍ବନ୍ଧ

ଏମିତି କେବେ ବି ଭୁଲରେ ଚିନ୍ତା କରିବେ ନାହିଁ କି ଆପଣ ପିରିୟଡ୍ସ ଦିନରେ ଗର୍ଭବତୀ ହୋଇ ପାରିବେ ନାହିଁ । ଏହି ସମୟରେ ବି ଆପଣ ଗର୍ଭବତୀ ହୋଇ ପାରିବେ । କିନ୍ତୁ ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଏହି ସମୟରେ ସମ୍ବନ୍ଧ ରଖନ୍ତୁ ନାହିଁ ।

ଖାଦ୍ୟ ଛାଡିବା ଆପଣଙ୍କ ପାଇଁ ହୋଇପାରେ ଭୟଙ୍କର

ଏହା ଜରୁରୀ ଅଟେ କି ଏହି ସମୟରେ ଆପଣ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସେବନ କରନ୍ତୁ । ଖାଦ୍ୟ ଅଳ୍ପ ସେବନ କରିବା ଦ୍ଵାରା ଆପଣଙ୍କ ପାଇଁ ଅସୁବିଧା ହୋଇପାରେ । ଆପଣ ଜାଣିଛନ୍ତି କି ଏହି ସମୟରେ ଆପଣଙ୍କ ଶରୀରର ବହୁତ କମଜୋର ରହିଥାଏ । ଏମିତିରେ ଖାଦ୍ୟ ଛାଡିବା କିମ୍ବା ଅଳ୍ପ ସେବନ କରିବା ବହୁତ ଭୟଙ୍କର ପ୍ରମାଣିତ ହୋଇପାରେ ।

ଶାରୀରିକ ପରିଶ୍ରମ

ଯଦି ପିରିୟଡ୍ସ ସମୟରେ ଆପଣଙ୍କୁ ଅଧିକ କଷ୍ଟ ହେଉଛି କିମ୍ବା ଅନ୍ତାବିନ୍ଧା ହେଉଛି ତେବେ ଆପଣଙ୍କ ପାଇଁ ଭଲ ହେବ କି ଆପଣ ଶାରୀରିକ ପରିଶ୍ରମ ଅଧିକ କରନ୍ତୁ ନାହିଁ ବା ଅଧିକ ପରିଶ୍ରମ କରିବା ଠାରୁ ବଞ୍ଚନ୍ତୁ । ନଚେତ ଆପଣଙ୍କ ଶରୀରର କଷ୍ଟ ଆହୁରି ବଢିପାରେ ।

ନ୍ୟାପକିନକୁ ନେଇ ନଜର ଅନ୍ଦାଜ

ପିରିୟଡ୍ସ ସମୟରେ ଏହା ବହୁତ ଜରୁରୀ ଅଟେ କି ଆପଣ ପ୍ରତ୍ୟେକ ୩ ଘଣ୍ଟାରେ ନିଜର ନ୍ୟାପକିନକୁ ଚେଞ୍ଜ କରନ୍ତୁ । ଏହା ଦ୍ଵାରା ଆପଣ ସଂକ୍ରମଣ ଠାରୁ ବଞ୍ଚି ପାରିବେ ଓ ସୁରକ୍ଷିତ ରହିବେ । ଆପଣଙ୍କୁ ଇନଫେକ୍ସନର ବି ଡର ରହିବ ନାହିଁ । ଏହା ସହିତ ଦୁର୍ଗନ୍ଧର ସମସ୍ୟା ବି ରହିବ ନାହିଁ ।

ବହୁତ ଟାଇଟ ଡ୍ରେସ ପିନ୍ଧିବା

ପିରିୟଡ୍ସ ସମୟରେ ବହୁତ ଟାଇଟ ଡ୍ରେସ ପିନ୍ଧିବା ଠିକ ନୁହେଁ । ଏହି ସମୟରେ ଆପଣ ଏହିଭଳି କପଡା ପିନ୍ଧନ୍ତୁ ଯାହାକୁ ପିନ୍ଧି ଆପଣ ଆରାମ ଅନୁଭବ କରି ପାରିବେ । ନଚେତ ଆପଣ ଚିଡି ଯାଇ ପାରନ୍ତି । ଏହିଭଳି କିଛି ୫ଟି କାମକୁ ଆପଣ ପିରିୟଡ୍ସ ସମୟରେ କରନ୍ତୁ ନାହିଁ । ତେବେ ଆପଣ ସୁରକ୍ଷିତ ଓ ଆରାମରେ ନିଜର ପିରିୟଡ୍ସ ଦିନରେ ଖୁସିରେ ରହି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button