ସାଧାରଣ ଲୋକମାନଙ୍କ ପାଇଁ ଲଞ୍ଚ ହେଲା ହିରୋର ସବୁଠାରୁ ଶସ୍ତା ବାଇକ, ଦାମ ମାତ୍ର ଏତିକି, ଜାଣିଲା ମାତ୍ରେ କିଣିନେବେ ଆପଣ

ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ଧୀରେ ଧୀରେ ବଢିବାରେ ଲାଗିଛି, ଯାହାଫଳରେ ଲୋକମାନେ କୌଣସି ଜିନିଷକୁ କିଣିବା ପୂର୍ବରୁ ବହୁତ ଥର ଚିନ୍ତା କରୁଛନ୍ତି । ଆମ ଦୈନନ୍ଦିନ ଜୀବନରେ ଏକ ଗାଡିର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣଙ୍କ ପାଖରେ ବାଇକ ଥିବ ତେବେ ଆପଣଙ୍କ ସମୟ ବଞ୍ଚିବା ସହ ଆପଣଙ୍କୁ ଅଧିକ କଷ୍ଟ ହେବ ନାହିଁ । ତେଣୁ ଏହି ମହଙ୍ଗା ଦୁନିଆରେ ହିରୋ ଏପରି ଏକ ସସ୍ଥା ବାଇକ ଲଞ୍ଚ କରିଛି ଯାହାର ମୂଲ୍ୟ ବିଷୟରେ ଆପଣ ଜାଣିଲେ କିଣିଦେବେ । ତେବେ ଆସନ୍ତୁ ଜାଣିବା ହିରୋର ଏହି ଶସ୍ତା ବାଇକ ବିଷୟରେ ।

ଭାରତରେ ପୂର୍ବରୁ ହିରୋ ହୋଣ୍ଡା ନାମକ ଏକ ଭାରତୀୟ ମୋଟରସାଇକେଲ ଓ ସ୍କୁଟର ନିର୍ମାତା ଥିଲେ । ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ବଡ ଦୁଇଚକିଆ ବାହନ କମ୍ପାନୀ ଅଟେ । ଭାରତରେ ଦୁଇଚକିଆ ଶ୍ରେଣୀର ବାହନର ମାର୍କେଟ ଅଂଶ ହେଉଛି ପାଖାପାଖି ୪୬ ପ୍ରତିଶତ । ହେଲେ ହିରୋ ହୋଣ୍ଡା କମ୍ପାନୀ ବର୍ତ୍ତମାନ ଅଲଗା ଅଲଗା ହୋଇଯାଇଛି । ହିରୋ ମୋଟୋକର୍ପ କମ୍ପାନୀ ବାର୍ତ୍ତମାନ ଭାରତରେ ହିରୋ HF Deluxe ପାଇଁ BS6 ସେଙ୍ଗମେଣ୍ଟକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ବାଇକ ଦେଖିବା ପାଇଁ ବହୁତ ସୁନ୍ଦର ଓ ମାଇଲେଜ ଅନୁସାରେ ସବୁଠାରୁ ଭଲ ବାଇକ ଅଟେ ।

ଏଥିରେ ୧୦୦ ସିସି ର ଇଞ୍ଜିନ ଦିଆ ଯାଇଛି ଯାହା ୮.୨୪ ବିଏଚପି ର ପାୱାର ଜେନେରେଟ କରିବା ସହିତ ଏହାର ଚକରେ ୮.୦୫ ମିଟରର ଟାର୍କ ଜେନେରେଟ କରାଇଥାଏ । ଏହି ସୁନ୍ଦର ବାଇକଟି ୭୦ କିମି ପ୍ରତି ଲିଟରର ମାଇଲେଜ ଦେଇଥାଏ । ଏହି ସବୁ କଥା ସହ ଆମେ ଆପଣଙ୍କୁ କହିଦେଉଛୁ କି HF Deluxe ର ମୂଲ୍ୟ ହେଉଛି ମାତ୍ର ୩୮୯୦୦ ଟଙ୍କା ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।




