ଦେଶ- ବିଦେଶ

କେବେ ବହୁତ ଧନୀ ଥିଲେ ଏହି ଦେଶ ଗୁଡିକ, ଆଜି ଅର୍ଥବ୍ୟବସ୍ଥା କାରଣରୁ ଗରିବ ଦେଶ ମଧ୍ୟରେ ଗଣା ଯାଉଛନ୍ତି

କୌଣସି ଦେଶର ଆର୍ଥିକ ସ୍ଥିତିରୁ ଜଣା ପଡେ କି ସେହି ଦେଶ କେତେ ଗରିବ ଅଛି କିମ୍ବା ଧନୀ କିମ୍ବା ପୁଣି ସେ କେତେ ପ୍ରଗତି କରୁଛି । ଦୁନିଆରେ ଏମିତି ବହୁତ ଦେଶ ଅଛି ଯେଉଁମାନେ ପୂର୍ବେ ବହୁତ ଧନୀ ଥିଲେ, କିନ୍ତୁ ବର୍ତ୍ତମାନ ବହୁତ ଗରିବ ହୋଇଯାଇଛନ୍ତି । ସମସ୍ତ ଦେଶକୁ ତାର ଆର୍ଥିକ ବ୍ୟବସ୍ଥାକୁ ଠିକ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ, କିନ୍ତୁ ବହୁତ କମ ସମୟ ମଧ୍ୟରେ ସ୍ଥିତି ଖରାପ ହେବାକୁ ବି ଲାଗିଥାଏ ।

ଆପଣଙ୍କୁ ଏହିଭଳି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପ୍ରଥମେ ବହୁତ ଧନୀ ଥିଲେ, କିନ୍ତୁ ବର୍ତ୍ତମାନ ଗରିବ ହୋଇଯାଇଛନ୍ତି ।

ଟର୍କୀ

ଟର୍କୀ ସଂପୂର୍ଣ୍ଣ ରୂପେ ଗରିବ ଦେଶ ମଧ୍ୟରେ ଯାଏ ନାହିଁ, କିନ୍ତୁ ଏହାର ଜୀଡୀପୀ କିଛି ୟୂରୋପିୟନ ଦେଶ ଠାରୁ କମ ଅଟେ । ୧୬ ଶତାବ୍ଦୀର ଆଖପାଖରେ ଏହି ସାମ୍ରାଜ୍ୟର ଆୟ ପଶ୍ଚିମ ୟୁରୋପ ଠାରୁ ବି ଅଧିକ ଥିଲା । ଏନାଟୋଲିୟା ଏବଂ ଦକ୍ଷିଣୀ ପଶ୍ଚିମୀ ୟୂରୋପ ଉତ୍ତରୀ ଅଫ୍ରୀକା ଓ ମିଡିଲ ଇଷ୍ଟ ଭଳି ଦେଶ ଏହା ସହିତ ମିଶି ଥିଲେ । ସେହି ସମୟରେ ଏହି ସାମ୍ରାଜ୍ୟରେ ସୁଲତାନ ସୁଲେମାନଙ୍କର ହୁକୁମତ ଚାଲୁଥିଲା ।

ତାଙ୍କର ଶାସନ ୧୫୨୦ରୁ ୧୫୬୬ ପର୍ଯ୍ୟନ୍ତ ଥିଲା । ସେହି ସମୟରେ ସୈନିକ ଶକ୍ତି, ଅର୍ଥ ଓ କଳା ବହୁତ ବଢି ଯାଇଥିଲା । ଏହା ପରେ ଓଟାମନ ସାମ୍ରାଜ୍ୟକୁ ୧୭୦୦ରେ ୟୁରୋପ ନିଜ ଅଧୀନରେ ନେଇଗଲା । ଓଟାମନ ୧୯ ଶତାବ୍ଦୀରେ ଅର୍ଥ ବ୍ୟବସ୍ଥାକୁ ସମୃଦ୍ଧ କରିଲା । ପ୍ରଥମ ବିଶ୍ଵ ଯୁଦ୍ଧରେ ଏହି ଦେଶ ଜର୍ମାନୀ ସହିତ ଥିଲା ଏବଂ ଓଟାମନ ସାମ୍ରାଜ୍ୟ ୧୯୨୨ରେ ପୁଣି ଥରେ ଅସ୍ତିତ୍ୱରେ ଆସିଗଲା ଏବଂ ରିପବ୍ଲିକ ଅଫ ଟର୍କୀ ହୋଇଗଲା ।

ଇରାକ

ତେଲ ଏବଂ ଗ୍ୟାସର ଭଣ୍ଡାର ରୂପରେ ପରିଚିତ ଥିବା ଦେଶ ଇରାକ ୧୯୬୦ ଏବଂ ୧୯୭୦ରେ ଏକ ବିକଶିତ ଦେଶ ଥିଲା । ଇରାକରେ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଏକ ଭଲ ଜୀବନ ଜାପନ ସ୍ତର ଥିଲା । ଏହାର ଜୀଡୀପୀ ୧୯୫୦ ମସିହାରେ ବହୁତ ବଢି ଯାଇଥିଲା । ଏହା ସହିତ ଏହାର ଇଂଫ୍ରାଷ୍ଟ୍ରକ୍ଚର ବି ବହୁତ ଭଲ ଥିଲା । ଏହାର ଖରାପ ଦିନ ସେବେଠୁ ଆରମ୍ଭ ହେଲା ଯେବେଠୁ ସଦ୍ଦାମ ହୁସୈନ ଇରାକକୁ ଆସିଲେ ।

ଇରାକର ପଡୋଶୀ ଦେଶ ସହ ଯୁଦ୍ଧ ତାର ଅର୍ଥବ୍ୟବସ୍ଥାକୁ ୮ ବର୍ଷ ପର୍ଯ୍ୟନ୍ତ ବହୁତ ଆଘାତ ପହଞ୍ଚାଇ ଥିଲା । କିଛି ଦଶକ ପରେ ଏହାର ଜୀଡୀପୀ ବହୁତ ତଳକୁ ଖସିଗଲା । ଇରାକ ଇରାନ ସହ ୨୦୦୩ ରୁ ୨୦୧୧ ପର୍ଯ୍ୟନ୍ତ ଯୁଦ୍ଧ କରିଲା । ଏହା ପରେ ଏହାର ଅର୍ଥବ୍ୟବସ୍ଥାରେ କିଛି ଚେଞ୍ଜେସ ଆସିଲା ।

ଜିମ୍ବାଂୱେ

ସମୟ ଥିଲା ଆଫ୍ରିକାର ବ୍ରେଡ ବାସ୍କେଟ ଜିମ୍ବାଂୱେ ଥିଲା । ୧୯୮୦ରେ ପ୍ରଚୁର ପ୍ରାକୃତିକ ସ୍ତ୍ରୋତ ଏବଂ କୃଷି କ୍ଷେତ୍ର କାରଣରୁ ଜିମ୍ବାଂୱେ ବହୁତ ଭଲ ସ୍ଥିତିରେ ଥିଲା, କିନ୍ତୁ ୧୯୯୦ ପରେ ଦେଶର ଅବସ୍ଥା ଖରାପ ହେବାକୁ ଲାଗିଲା । ବର୍ଷ ୨୦୦୦ରେ ରାଷ୍ଟ୍ରପତି ମୁଗାବେ ଦେଶର ଫାର୍ମକୁ ନିଜ ଅଧୀନରେ ନେବା ଆରମ୍ଭ କରିଦେଲେ । ରବର୍ଟ ମୁଗାବେଙ୍କ ଯିବା ପରେ ରାଷ୍ଟ୍ରପତି ଇମର୍ସନ ମାଂଗୱା ଚୀନ ଦ୍ଵାରା ନିବେଶକୁ ବଢାଇଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button