ମନୋରଞ୍ଜନ

ଅକ୍ଷୟ ବନ୍ୟା ପୀଡିତ ଲୋକମାନଙ୍କ ପାଇଁ କରିଲେ ୨ କୋଟିର ଦାନ, ଯେତେବେଳେ ପଚରାଗଲା କହିଲେ ମୁଁ…

ବଲିଉଡର କଳକାରମାନେ କେବଳ ନିଜର ଫିଲ୍ମ ପାଇଁ ନୁହେଁ ଏହା ଛଡା ବି ସେମାନେ ଦେଶଭକ୍ତି ପାଇଁ ବି ପରିଚିତ ଅଟନ୍ତି । ସେହି ସମସ୍ତ କଳାକାର ମଧ୍ୟରୁ ଜଣେ ବ୍ୟକ୍ତି ଅଟନ୍ତି ଅକ୍ଷୟ କୁମାର । ଯିଏକି ଆଜି ପର୍ଯ୍ୟନ୍ତ ବହୁତ ଲୋକମାନଙ୍କୁ ଦାନ ଦେଇଛନ୍ତି । ସେ ସାଧାରଣ ଲୋକମାନଙ୍କର ବ୍ୟଥାକୁ ଅନୁଭବ କରିଥାନ୍ତି । ଏଥିପାଇଁ ଲୋକମାନେ ତାଙ୍କୁ ଖିଲାଡ଼ି କୁମାର ବି କହିଥାନ୍ତି । ବର୍ତ୍ତମାନ ହିଁ ଅକ୍ଷୟ ବନ୍ୟା ପୀଡିତ ଲୋକମାନଙ୍କ ପାଇଁ ଦାନ କରିଛନ୍ତି ୨ କୋଟି ଟଙ୍କା, ଏହା ବିଷୟରେ ତାଙ୍କର କଣ କହିବା ଅଟେ, ଚାଲନ୍ତୁ ଜାଣିବା ।

ଅକ୍ଷୟ ବନ୍ୟା ପୀଡିତଙ୍କ ପାଇଁ କରିଲେ ୨ କୋଟି ଟଙ୍କାର ଦାନ

ବଲିଉଡର ପପୁଲାର ଅଭିନେତା ଅକ୍ଷୟ କୁମାର ବନ୍ୟା ଯୋଗୁ ଅସୁବିଧାରେ ଥିବା ସାଧରାଣ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଚିଫ ମିନିସ୍ଟର ରିଲିଫ ଫଣ୍ଡ ଓ କାଜୀରଂଗା ନେଶନଲ ପାର୍କର ରେସ୍କ୍ୟୁ ଅପରେଶନ ପାଇଁ ୨ କୋଟି ଟଙ୍କାର ଦାନ ଦେଇଛନ୍ତି । କହିବାକୁ ଗଲେ ଅକ୍ଷୟ କୁମାରଙ୍କର ଫିଲ୍ମ ମିଶନ ମଙ୍ଗଲ ର ଟ୍ରେଲର ଲଞ୍ଚ ସମୟରେ ଯେତେବେଳେ ଅକ୍ଷୟଙ୍କର ଡୋନେଶନ ଉପରେ ତାଙ୍କୁ ପ୍ରଶ୍ନ କରାଗଲା ତେବେ ଅକ୍ଷୟ ପ୍ରଥମେ ମଜାକିଆ ଅନ୍ଦାଜରେ କହିଲେ କି, “ମ୍ୟାଡମ, ମୋ ପାଖରେ ବହୁତ ଟଙ୍କା ଅଛି ।“

ଏହା ପରେ ସେ ଗମ୍ଭୀର ହୋଇ କହିଲେ କି,”ମୁଁ କିଛି ଦିନ ତଳେ ଏକ ଫଟୋ ଦେଖିଲି, ଯେଉଁଥିରେ ଏକ ମହିଳା ନିଜର ପିଲାମାନଙ୍କୁ ନେଇ ପାଣିରୁ ବାହାରୁଥିଲା । ଏହି କଥାକୁ ନେଇ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି କି ଏହିଭଳି ମୋ ପରିବାର ସହିତ ହୋଇ ନାହିଁ । ଯେତେବେଳେ ମୁଁ ସେହି ଫଟୋକୁ ଦେଖିଲି ତେବେ ମୋ ମୁଣ୍ଡରେ ଆସିଲା କି ଏହା କାହା ସହିତ ବି ହେବା ଉଚିତ ନୁହେଁ ।

ଅକ୍ଷୟ କହିଲେ କି କେଉଁଭଳି ଭାବରେ ଜଣେ ମହିଳା ଛାତି ପର୍ଯ୍ୟନ୍ତ ପାଣିରେ ବୁଡି ନିଜର ପିଲାମାନଙ୍କୁ କାନ୍ଧରେ ଧରି ଯାଉଥିଲା ଓ ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ବି ହୋଇଗଲେ । ଏହା ପରେ ଅକ୍ଷୟ ଆଗକୁ କହିଲେ କି କେବଳ ବନ୍ୟା ବିଷୟରେ ଟ୍ୱୀଟ କରିବା ଉଚିତ ନୁହେଁ, ଯେତିକି ହୋଇ ପାରିବ ସେତିକି ସାହାର୍ଯ୍ୟ ବି କରିବା ଉଚିତ । ଅକ୍ଷୟ କହିଲେ କି, “ମୋତେ କେବଳ ରିୟାକ୍ଟ କରିବାକୁ ପସନ୍ଦ ଲାଗେ ନାହିଁ ।

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି କି କେବଳ କଥା କୁହନ୍ତୁ ନାହିଁ ଏକ ଟଙ୍କା ହେଉ, ହଜାର କିମ୍ବା ଲକ୍ଷ ହେଉ କିମ୍ବା କୋଟି ବି ହେଉ କିଛି ବି ଦାନ କରିବା ଉଚିତ ଓ ସୋ ସ୍ୟାଡ, ଗଡ ବ୍ଲେସ ଏହିଭଳି ଟ୍ଵିଟ କରିବା ବନ୍ଦ କରନ୍ତୁ ।“

ଏହି ଟିମ ସହିତ କାମ କରୁଛନ୍ତି ମିଶନ ମଙ୍ଗଲ

ଯଦି ଅକ୍ଷୟଙ୍କର ଫିଲ୍ମ ପ୍ରୋଜେକ୍ଟ ବିଷୟରେ କହିବା ତେବେ ସେ ଜଲ୍ଦି ହିଁ ‘ମିଶନ ମଙ୍ଗଲ’ରେ ନଜର ଆସିବେ । ଯାହାକି ୧୫ ଅଗଷ୍ଟରେ ରିଲିଜ ହେବ । ଏହି ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୂ, ସୋନାକ୍ଷୀ ସିନ୍ହା, ଶରମନ ଜୋଶୀ, କୀର୍ତି କୁଲ୍ହାରୀ ଓ ନିତ୍ୟା ମେନନ ମୁଖ୍ୟ ରୋଲରେ ନଜର ଆସିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button