ମନୋରଞ୍ଜନ

ବଲୀଉଡ ସିଙ୍ଗର Javed Ali ଓଡିଆ ଫିଲ୍ମ ‘Daman’ ର ହିନ୍ଦୀ ଗୀତ, ଦେଖନ୍ତୁ ଷ୍ଟୂଡିଓ ରେ କିପରି ଏହା ହୋଇଥିଲା ରେକର୍ଡିଂ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶାରେ ଚହଳ ପକାଇଥିବା ଦମନ ଫିଲ୍ମ ବର୍ତ୍ତମାନ ସାରା ଭାରତରେ ନିଜର ଦମ ଦେଖାଇବାକୁ ଯାଉଛି କାରଣ ଡିସେମ୍ବର ୧୬ ତାରିଖରେ ହିନ୍ଦୀ ଭାଷାରେ ପୁରା ଭାରତରେ ରିଲିଜ ହେବ ଦମନ ଚଳଚିତ୍ର । ଏହା ପୂର୍ବରୁ ଦମନ କେବଳ ଓଡିଶାରେ ରିଲିଜ ହୋଇ ସଂପୂର୍ଣ୍ଣ ଦେଶରେ ବେସ ଚର୍ଚ୍ଚା ସାଉଁଟୁଛି । ତେବେ ହିନ୍ଦୀ ଭାଷାରେ ରିଲିଜ ହେବା ପୂର୍ବରୁ ଦମନ ଫିଲ୍ମ ର ହିନ୍ଦୀ ଗୀତ ଗାଇଛନ୍ତି ବଲିଉଡ ସିଙ୍ଗର ଜାବେଦ ଅଲ୍ଲୀ ।

ସୁପର ହିଟ ଗାୟକ ଜବେଦ ଅଲ୍ଲୀ ଙ୍କ କଣ୍ଠରୁ ଶୁଭିବ ଦମନ ଚଳଚିତ୍ର ର ହିନ୍ଦୀ ଭର୍ସନ ଗୀତ । ବଲିଉଡ ସିଙ୍ଗର ଙ୍କ କଣ୍ଠରୁ ଦମନ ଫିଲ୍ମ ଗୀତ ଶୁଣିବାକୁ ସମସ୍ତେ ଚାହିଁ ବସିଛନ୍ତି । କେତେବେଳେ ତାହା ରିଲିଜ ହେବ ଏବଂ କେତେବେଳେ ତାଙ୍କ କାନ ଦମନ ଫିଲ୍ମ ର ହିନ୍ଦୀ ଗୀତ ଶୁଣିବ ତାକୁ ସମସ୍ତଙ୍କର ଅପେକ୍ଷା । ହିନ୍ଦୀ ଭାଷାକୁ ନେଇ ପ୍ରସ୍ତୁତ ହୋଇଥିବା ଗୀତଟିର ରେକର୍ଡ କାମ ଚାଲିଛି ।

ବର୍ତ୍ତମାନ ଖାଲି ଏହା ରିଲିଜ ହେବା ଉପରେ । ଏହି ଗୀତ ଟି ମୁମ୍ବାଇ ରେ ରେକର୍ଡିଙ୍ଗ ହୋଇଛି । ରେକର୍ଡିଙ୍ଗ ସମୟରେ ନିର୍ଦ୍ଧେଶକ ଦେବୀପ୍ରସାଦ ଲେଙ୍କା, ବିଶାଲ ମୋରୟା, ସନ୍ଦିପ ସାମଲ, ସଂବିତ ଜେନା, ଗୌରବ ଆନନ୍ଦ ଉପସ୍ଥିତ ଥିଲେ । ପୂର୍ବରୁ KGF, RRR, ଏବଂ କାନ୍ତରା ଭଳି ହାଇ ବଜେଟ ଫିଲ୍ମ କୁ ଟକ୍କର ଦେଇଥିବା ଓଡିଆ ଚଳଚିତ୍ର ବର୍ତମାନ ଅବତାର ଭଳି ହାଇ ବଜେଟ ଫିଲ୍ମ କୁ ଟକ୍କର ଦେବାକୁ ଯାଉଛି ।

କାରଣ ଡିସେମ୍ବର ୧୬ ତାରିଖରେ ହିନ୍ଦୀଭାଷାରେ ଦମନ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ସେହିଦିନ ହଲିଉଡ ଫିଲ୍ମ ଅବତାର 2 ମଧ୍ୟ ରିଲିଜ ହେବାକୁ ଯାଉଛି । ଦୁଇଟି ଫିଲ୍ମ ମଧ୍ୟରେ ହେବ ଜୋରଦାର ଟକ୍କର । ମାଲକାନାଗିରି ଜିଲ୍ଲାରେ ଓଡିଶା ସରକାର ଙ୍କର ସ୍କିନ ମେଲେରିଆ ନିରାକରଣ କୁ ନେଇ ହୋଇଥିବା ଏହି ଫିଲ୍ମ ଟି ଏତେ ଲୋକ ପ୍ରିୟତା ହାସଲ କରିବ ତାହା କେବେ କେହି ଭାବିପାରିନଥିଲେ ।

ଓଡିଶାବାସୀ ଏହିଭଳି ଚଳଚିତ୍ର ପୂର୍ବରୁ ଦେଖି ନଥିବା ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବହୁତ ଉତ୍କଣ୍ଠା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହାର ହିନ୍ଦୀ ଭର୍ସନ କିଭଳି ଲୋକପ୍ରିୟତା ହାସଲ କରୁଛି ତାହା ଦେଖିବା ବାକି ରହିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button