ମନୋରଞ୍ଜନ

ମୋହମ୍ମଦ ଶମୀଙ୍କ ଉପରେ ପୁଣି ବର୍ଷିଲେ ତାଙ୍କ ସ୍ତ୍ରୀ ହସୀନ ଜହାଂ, ଏହି କାରଣରୁ କହିଲେ – ବହୁତ ବେଶର୍ମ ଓ ଲଫଙ୍ଗା ସେ, ଆଉ ତା ପରେ…

ଯେଉଁଠି ଗୋଟିଏ ପଟେ ୱାର୍ଲ୍ଡ କପରେ ମୋହମ୍ମଦ ଶମୀ ନିଜର ଭଲ ପ୍ରଦର୍ଶନ ଦ୍ଵାରା ଲୋକମାନଙ୍କର ହୃଦୟରେ ରାଜ କରୁଛନ୍ତି ଅନ୍ୟ ପଟେ ତାଙ୍କର ପତ୍ନୀ ହସୀନ ଜହାଂ ସୋସିଆଲ ମିଡିଆରେ ମୋହମ୍ମଦ ଶମୀଙ୍କ ଉପରେ ରାଗୁଛନ୍ତି । ଏଥିପାଇଁ ସେ ଏକ ପୋଷ୍ଟ ବି କରିଛନ୍ତି । ହସୀନ ଜହାଂ ମୋହମ୍ମଦ ଶମୀଙ୍କର କ୍ଯାରେକ୍ଟରକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡା କରି ଦେଇଛନ୍ତି ।

ବୁଧବାର ରାତିରେ ମୋହମ୍ମଦ ଶମୀଙ୍କର ପତ୍ନୀ ହସୀନ ସୋସିଆଲ ମିଡିଆରେ ନିଜର କ୍ରୋଧକୁ ଜାହିର କରି ତାଙ୍କ ଉପରେ ଆରୋପ ଲଗାଇଛନ୍ତି ଓ କେତେକ ଅପଶବ୍ଦ ବି କହିଛନ୍ତି । କହିଦେଉଛୁ କି ହସୀନ ଗତ କିଛି ବର୍ଷ ହେବ ମୋହମ୍ମଦ ଶମୀଙ୍କ ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗାଉଛନ୍ତି । ଯାହାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ଖେଳ ଉପରେ ବି ପଡିଥିଲା । କିନ୍ତୁ ସେହି ସମୟରୁ ବାହାରି ସେ ନିଜର ଖେଳକୁ ସୁଧାରି ଥିଲେ, ଯାହାକି ୱାର୍ଲ୍ଡ କପରେ ଦେଖିବାକୁ ମିଳୁଛି ।

ପୁଣି ଥରେ ବର୍ଷିଲେ ମୋହମ୍ମଦ ଶମୀଙ୍କ ଉପରେ ହସିନ

କହିବାକୁ ଗଲେ ଏଥର ହସିନ ଟିକ-ଟକରେ ମହିଳାମାନଙ୍କୁ ଫଲୋ କରିବାକୁ ନେଇ ନିଜର ସ୍ଵାମୀଙ୍କୁ ଗାଳି ଦେଇଛନ୍ତି ଓ ଅପଶବ୍ଦ ବି କହିଛନ୍ତି । ହସୀନ ଲେଖିଲେ କି ଲଫଙ୍ଗା ସମୀ ଟିକ – ଟକରେ ଏକାଉନ୍ଟ ଖୋଲିଛି, ଯେଉଁଠି ସେ ୯୭ ଲୋକମାନଙ୍କୁ ଫଲୋ କରୁଛି ଓ ସେଥିରେ ୯୦ ଜଣ ଯୁବତୀ ଅଛନ୍ତି, ଯାହାକି ବହୁତ ଲଜ୍ୟାଜନକ କଥା ଅଟେ ।

ଗତ ବର୍ଷ ଆସିଥିଲା ଶମୀଙ୍କ ଜୀବନରେ ବାତ୍ୟା

ଆଇପିଏଲର ଗତ ସିଜିନରୁ ହିଁ ଶମୀଙ୍କ ଲାଇଫରେ କିଛି ଠିକ ଠାକ ଚାଲୁ ନାହିଁ । ଶମୀଙ୍କର ପତ୍ନୀ ତାଙ୍କ ଉପରେ କେବେ ଅଫେୟାର ଆରୋପ ଲଗାଉଛନ୍ତି ତ କେବେ ମାରପିଟର । ଏତିକି ନୁହେଁ ଶମୀଙ୍କ ଉପରେ କେତେ ଧାରାର ମାମଲା ବି ଦର୍ଜ ଅଛି । ପର୍ସନଲ ଲାଇଫରେ ଚିନ୍ତିତ ରହିବାରୁ ତାଙ୍କର କ୍ୟାରିୟର ବି ଖରାପ ହୋଇ ଯାଇଥିଲା । ଶମୀଙ୍କ ଉପରେ ସମସ୍ତ ଆରୋପ ଲଗାଇବା ପରେ ହସୀନ କହିଲେ କି ମୋର ତାଙ୍କ ପାଇଁ ଆଉ କୌଣସି ପ୍ରକାରର ଭଲ ପାଇବା ନାହିଁ ।

ହସୀନ ଜହାଂ ମଡେଲିଙ୍ଗରୁ ନିଜର କ୍ୟାରିୟର କରିଥିଲେ ଆରମ୍ଭ

ହସୀନ ଜହାଂ ଏକ ମଡେଲ ଅଟନ୍ତି । କିନ୍ତୁ ୨୦୧୪ରେ ଶମୀଙ୍କ ସହ ବିବାହ କରିବା ପରେ ସେ ମଡେଲିଙ୍ଗ ଛାଡି ଦେଲେ । ଏମିତିରେ ସେ ପୁଣି ଥରେ ମଡେଲିଙ୍ଗ କରିବା ଆରମ୍ଭ କରି ଦେଇଛନ୍ତି । ମଡେଲିଙ୍ଗ ଦୁନିଆରେ ଗୋଡ ରଖି ହସିନ କହିଲେ କି ମୁଁ ନିଜର ପିଲାମାନଙ୍କର ପାଳନ ପୋଷଣ କରିବା ପାଇଁ ମଡେଲିଙ୍ଗ କରୁଛି । କହିଦେଉଛୁ କି ଶମୀ ଓ ହସୀନଙ୍କ ଜୀବନର ବିବାଦ ଶେଷ ହେଉ ନାହିଁ, ଯାହାକି ଦିନକୁ ଦିନ ଆହୁରି ବଢିବାରେ ଲାଗିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button