ମନୋରଞ୍ଜନ

ପାଇଲଟ ହୋଇ ପୁଅମାନେ କରିଲେ ପିତାଙ୍କ ଛାତିକୁ ଗର୍ବରେ ଚଉଡା, ଗରିବ ପିତା ଏମିତି ପଢାଇଥିଲେ ପୁଅ ଦୁହିଙ୍କୁ

ଉତ୍ତର ପ୍ରଦେଶରେ ଏକ ଛୋଟ ଗ୍ରାମରେ ରହୁଥିବା ଦୁଇ ଭାଇ ଦିନ ରାତି ପରିଶ୍ରମ କରି ନିଜ ପିତାଙ୍କର ସ୍ଵପ୍ନକୁ ପୁରା କରିଛନ୍ତି । ଏବଂ ନିଜ ପିତାଙ୍କୁ ପାଇଲଟ ହୋଇ ଦେଖାଇଛନ୍ତି । ନିଜ ପୁଅମାନଙ୍କୁ ପାଇଲଟ ଦେଖି ପିତାଙ୍କର ଛାତି ଗର୍ବରେ ଫୁଲି ଯାଇଛି । କିନ୍ତୁ ଏହି ଦୁଇ ଭାଇମାନଙ୍କ ପାଇଁ ପାଇଲଟ ହେବାର ରାସ୍ତା ସହଜ ନ ଥିଲା । ଏମାନଙ୍କର ପିତାଙ୍କର ଆର୍ଥିକ ଅବସ୍ଥା ଏମିତି ନ ଥିଲା କି ସେ ତାଙ୍କ ପିଲାମାନଙ୍କୁ ପାଇଲଟ କରିବେ । କିନ୍ତୁ ଏମାନଙ୍କର ପିତା ନିଜ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ପୁରାପୁରୀ ଚେଷ୍ଟା କରିଥିଲେ ।

ଏହିଭଳି କରିଲେ ନିଜ ପୁଅମାନଙ୍କୁ ପାଇଲଟ

ଉତ୍ତର ପ୍ରଦେଶର ବହୁତ ଛୋଟ ଗ୍ରାମରେ ରହୁଥିବା ମହେନ୍ଦ୍ର ୟାଦବ ଏବଂ ଧୀରେନ୍ଦ୍ର ୟାଦବଙ୍କର ପିତା ଲାଲ ବହାଦୁର ୟାଦବ ଚାହୁଁଥିଲେ କି ତାଙ୍କର ଦୁଇ ପୁଅ ପାଇଲଟ ହୁଅନ୍ତୁ । କିନ୍ତୁ ଲାଲା ବହାଦୁର ୟାଦବଙ୍କର ଆର୍ଥିକ ସ୍ଥିତି ଭଲ ନ ଥିଲା । ସେଥିପାଇଁ ସେ ନିଜ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ କରଜ କରିଥିଲେ । ତାଙ୍କ ପିତାଙ୍କ ଅନୁସାରେ ସେ ବ୍ୟାଙ୍କ ଏବଂ ନିଜର ସମ୍ପର୍କୀୟ ମାନଙ୍କ ଠାରୁ ଟଙ୍କା କରଜ ନେଇ ନିଜ ପିଲାମାନଙ୍କର କଲେଜ ଫିସ ଦେଇଥିଲେ ।

ପରୀକ୍ଷାରେ ହାସଲ କରିଥିଲେ ପ୍ରଥମ ସ୍ଥାନ

ମହେନ୍ଦ୍ର ଏବଂ ଧୀରେନ୍ଦ୍ର ଦିନ ରାତି ପରିଶ୍ରମ କରି ଅଲ ଇଣ୍ଡିଆ ପାଇଲଟ ପରୀକ୍ଷାରେ ବହୁତ ଭଲ ନମ୍ବର ରଖି ପାସ କରିଥିଲେ । ଏହି ପରୀକ୍ଷାରେ ମହେନ୍ଦ୍ର ପ୍ରଥମ ସ୍ଥାନ ଏବଂ ତାଙ୍କର ଛୋଟ ଭାଇ ପଞ୍ଚମ ସ୍ଥାନ ହାସଲ କରିଥିଲେ ଏବଂ ଏହା କରି ସେମାନେ ନିଜର ପିତାଙ୍କର ନାମକୁ ଉଚ୍ଚା କରିଛନ୍ତି ।

ଟ୍ରେନି ପାଇଲଟ ଉଡାଇଲେ ବିମାନ

ଏହି ଦୁଇ ଭାଇ ୨୦୧୪ରେ ଏକ ସହିତ ଇନ୍ଧିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମି ଫୁରସତଗଂଜରେ ଦାଖଲ ନେବା ପାଇଁ ପରୀକ୍ଷା ଦେଇଥିଲେ ଏବଂ ଏହି ପରୀକ୍ଷାରେ ଦୁଇ ଜଣ ହିଁ ସଫଳ ହୋଇଥିଲେ । ଏହି ଏକାଡେମିରେ ଏମାନେ ପାଇଲଟ ହେବା ପାଇଁ ଟ୍ରେନିଗ ନେଇଥିଲେ ଏବଂ ସେମାନଙ୍କର ଟ୍ରେନିଗ ଏହି ବର୍ଷ ପୁରା ହୋଇଛି । ବଡ ଭାଇ ଟ୍ରେନି ପାଇଲଟ ରହି ପାଖାପାଖି ୨୦୦ ଘଣ୍ଟା ଏବଂ ଛୋଟ ଭାଇ ୧୫୫ ଫ୍ଲାଇଟ ଚଳାଇଥିଲେ । ନିଜର ଦୁଇ ପୁଅକୁ ବିମାନ ଉଡାଇବାର ଦେଖି ତାଙ୍କ ପିତା ଲାଲ ବହାଦୁର ୟାଦବଙ୍କର ସ୍ଵପ୍ନ ପୁରା ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button