ରାଜ୍ୟ

ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ଉଡିବା କୌଣସି ବଡ ବିପଦର ସଂକେତ ନୁହେଁ ତ !

ଏପଟେ ଫୋନିକୁ ନେଇ ଲୋକମାନେ ଆତଙ୍କିତ ଥିବା ବେଳେ ସେପଟେ ଶ୍ରୀ ଜଗନ୍ନାଥ ଧାମରେ ଘଟିଛି ଏକ ଅଘଟଣ । ଯାହା ସାରା ଦେଶ ବାସୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ । ଏମିତି ରେ ଲୋକମାନେ ଆହୁରି ଭୟବିତ ହୋଇପଡିଛନ୍ତି । ତେବେ ଘଟଣାଟି ହେଲା କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପତିତପାବନ ବାନା ଆଜି ସକାଳୁ ଉଡିଯାଇଛି ।

ତେବେ ଏହା ଅତ୍ୟଧିକ ପବନ ପାଇଁ ହୋଇଛି ବୋଲି ସୂଚନାରୁ ଜଣା ପଡିଛି । ପୁନଶ୍ଚ ଏହାକୁ ବାନ୍ଧିବା ପାଇଁ ପ୍ରସ୍ତୁତି କରା ଯାଇଛି । ତେବେ ଏହା କୌଣସି ଅଘଟଣର ସୂଚନା ଦେଉଛି ବୋଲି ସମସ୍ତଙ୍କର କହିବା କଥା, କାହିଁକି ନା ଗୋଟେ ପଟେ ବାତ୍ୟା ଫୋନି ପୁରୀ ଆଡକୁ ଅତି ବେଗରେ ମାଡି ଆସୁଛି ଓ ସେହି ସମୟରେ ଏପରି ଏକ ଘଟଣା ସମସ୍ତଙ୍କୁ ଆହୁରି ଭୟଭୀତ କରିଦେଇଛି ।

ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଛୁଇଁବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବା ଏକ ଅଶୁଭ ସଂକେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି । ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି ।  ସାମୁଦ୍ରିକ ଝଡ ଫୋନିକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।

କିନ୍ତୁ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଲା ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଆଡକୁ କ୍ଷୀପ୍ରଗତିରେ ମାଡି ଆସୁଥିବା ନେଇ ଖବର ଆସୁଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button