ଦେଶ- ବିଦେଶ

ବାରମ୍ବାର ପରିସ୍ରା ଲାଗୁଛି କି ? ସାବଧାନ !

ସୂଚନା ଅନୁସାରେ ପ୍ରତ୍ଯେକ ମଣିଷ ନିଜର ସ୍ଵାସ୍ଥକୁ ସୁସ୍ଥ ସବଳ କରି ସୁଖରେ ବଞ୍ଚିବା ପାଇଁ ଚାହିଁଥାଏ । ସେଥିପାଇଁ ସେ ନିୟମିତ ଭାବରେ ଖାଦ୍ୟ ଗ୍ରହଣ କରିବା ସହ ପାଣି ମଧ୍ୟ ପିଇଥାଏ । ପାଣି ଆମ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ । ପ୍ରତ୍ଯେକ ମନୁଷ୍ୟ ଦିନକୁ ୩ ରୁ ୪ ଲିଟର ପାଣି ସେବନ କରିବା ଉଚିତ । ମନୁଷ୍ୟ ପାଣି ଯେତେ ପିଇଥାଏ । ସେଥି ମଧ୍ୟରୁ ଶରୀର କିଛି ପାଣି ଶରୀରର ରକ୍ଷଣାବେକ୍ଷଣ ପାଇଁ ରଖି ବାକି ଜଳ ମୁତ୍ର ଭାବରେ ଶରୀରରୁ ନିଷ୍କାସିତ କରିଦେଇଥାଏ ।

 

୧୪ ବର୍ଷରୁ ଅଧିକା ବା ପ୍ରାପ୍ତ ବୟସ ହୋଇଗଲା ପରେ ପରିସ୍ରାଥଳୀ କାପାସିଟି ୩୦୦ ରୁ ୪୦୦ mlର ଥାଏ । ଥରେ ପରିସ୍ରା କରିବା ସମୟରେ ବ୍ୟକ୍ତି ସାଧାରଣ ଭାବରେ ୩୦୦ ରୁ ୪୦୦ ml ପରିସ୍ରା କରିଥାଏ । ଯଦି ଜଣେ ମଣିଷ ଦିନକୁ ଅଢେଇ ଲିଟର ପାଣି ପିଇଥାଏ । ତେବେ ସେହି ପାଣି ଶରୀରର ଆବଶ୍ୟକତା ଅନୁସାରେ ଯେତିକି ଦରକାର ରଖି ବାକି ଦୁଇ ଲିଟର ଶରୀର ପରିସ୍ରା ଆକାରରେ ନିଷ୍କାସିତ କରିଥାଏ ।

ସାଧାରଣ ବ୍ୟକ୍ତି ଦିନକୁ ୨ ରୁ ୩ ଲିଟର ଜଳ ନିଷ୍କାସିତ ପାଇଁ ୬ ରୁ ୭ ପରିସ୍ରା କରିବା ପାଇଁ ଯାଇଥାଏ । ଖରା ଦିନରେ ଶରୀର ପାଇଁ ଜଳର ଆବଶ୍ୟକତା ଅଧିକ ଥାଏ । ତେଣୁ ପରିସ୍ରାର ମାତ୍ରା କମିଯିବା ବେଳେ ଶୀତ କିମ୍ବା ବର୍ଷା ଦିନରେ ଅଧିକ ମାତ୍ରାରେ ପରିସ୍ରା ଲାଗିବା ସାଧାରଣ କଥା ହୋଇଥାଏ ।

 

ପ୍ରାୟତଃ ଏପରି କିଛି ଶରୀର ସମ୍ବଦ୍ଧୀୟ ରୋଗ ଥାଏ । ଯାହା ଦ୍ଵାରା ଜଣେ ବ୍ୟକ୍ତି ଦିନକୁ ବାରମ୍ବାର ପାଣି ପିଏ । ଏହା ସହିତ ବାରମ୍ବାର ମଧ୍ୟ ପରିସ୍ରା କରିଥାଏ । ଯେପରି ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ତାଙ୍କୁ ଅଧିକ ମାତ୍ରାରେ ଶୋଷ ଲାଗିଥାଏ । ଏହା ସହିତ ସେମାନେ ଦିନକୁ ପରିସ୍ରା କରିବା ସଂଖ୍ୟା ବଢିଯାଇଥାଏ ।

ଜଣେ ସାଧାରଣ ବ୍ୟକ୍ତିର କୌଣସି ରୋଗ କିମ୍ବା ସ୍ଵାସ୍ଥ ଜନିତ କୌଣସି ସମସ୍ଯା ନଥାଇ ମଧ୍ୟ ବାରମ୍ବାର ପରିସ୍ରା କରିଥାଏ । ତେବେ ସେହି ବ୍ୟକ୍ତି ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ବ୍ୟକ୍ତି ଅଳ୍ପ ସମୟ ବ୍ଯବଧାନରେ ବାରମ୍ବାର ପରିସ୍ରା କରିବା ଦ୍ଵାରା ସେହି ବ୍ୟକ୍ତିର ଦୈନଦିନ ଜୀବନଶୈଳୀରେ ବ୍ୟାଘାତ ସୃଷ୍ଟି ହେଉଥାଏ ।

 

ତେବେ ଏହା ସାଧାରଣ ଲକ୍ଷଣ ନହୋଇପାରେ । କାରଣ ବାରମ୍ବାର ପରିସ୍ରା କରିବା ଦ୍ଵାରା ଦେହରେ ଜଳୀୟ ଅଂଶ କମିବା ସହିତ ଆପଣ କୌଣସି କାମରେ ଫୋକୋଶ କରିପାରିବେ ନାହିଁ ।  ତେବେ ଏଥି ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେଇଯିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button