ଦେଶ- ବିଦେଶ

କଣ ଅଟେ ତାଜମହଲର ରହସ୍ୟ ? କଣ ପାଇଁ ବନ୍ଦ ରଖାଯାଏ ଏହାର ବେସମେନ୍ଟକୁ ? ସତ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ତାଜମହଲ ଦୁନିଆର ୭ଟି ଅଜୁବା ମଧ୍ୟରୁ ଗୋଟିଏ ଅଟେ । ଏହା ନିଜର ଭବ୍ୟ ସୁନ୍ଦରତା, ଶାହଜହାଂ ଓ ମୁମତାଜଙ୍କ ପ୍ରେମ କାହାଣୀ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । ତାଜମହଲ ଯେତେ ପ୍ରସିଦ୍ଧ ଅଟେ ସେତିକି ହିଁ ସେ ନିଜ ପଛରେ ଲୁଚାଇ ଥିବା ରହସ୍ୟ ପାଇଁ ବଦନାମ ବି ଅଟେ । ଗତ କେତେ ଦଶକ ହେବ ଏକ ବିବାଦ ଚାଲିଛି କି ଦୁନିଆର ଏହି ଅଜୁବା ତାଜମହଲ ବାସ୍ତବରେ ତାଜମହଲ ଅଟେ ନା ତେଜୋ ମହାଳୟ ଅଟେ ।

କହିବାକୁ ଗଲେ ତାଜମହଲର ବେସମେନ୍ଟରେ ମୂଳତଃ ୨୨ଟି ରୁମ ଅଛି । ଏହି ରୁମ ଗୁଡିକ ବହୁତ ଦଶକ ହେବ ବନ୍ଦ ପଡି ରହିଛି । କଣ ଅଟେ ଏହି ବେସମେନ୍ଟଗୁଡିକର ରହସ୍ୟ ଓ କାହିଁକି ଏହା ବନ୍ଦ ରହିଛି, ଆସନ୍ତୁ ଜାଣିବା ।

ବେସମେନ୍ଟରେ ଆସୁଥିବା କାର୍ବନ ଡାଇଅକ୍ସାଇଡର ମାତ୍ରାକୁ ରୋକିବା ପାଇଁ

କିଛି ସିଦ୍ଧାନ୍ତକାରମାନଙ୍କର ମାନିବା ଅଟେ କି ତାଜମହଲର ବେସମେନ୍ଟର କକ୍ଷ ମାର୍ବଲ ଦ୍ଵାରା ପ୍ରସ୍ତୁତ ହୋଇଛି । ଯଦି କାର୍ବନ ଡାଇଅକ୍ସାଇଡର ମାତ୍ରା ଅଧିକ ହୋଇଯିବ ତେବେ ତାହା କ୍ୟାଲସିୟମ କାର୍ବୋନେଟରେ ବଦଳିଯିବ । ଯାହା ଦ୍ଵାରା କାର୍ବନ ଡାଇଅକ୍ସାଇଡ ଏହି ମାର୍ବଲ ଗୁଡିକୁ ପାଉଡର କରିଦେବ । ଯେଉଁ କାରଣରୁ କାନ୍ଥ ଗୁଡିକରେ କ୍ଷତି ପହଞ୍ଚି ପାରେ । କାନ୍ଥ ଗୁଡିକୁ କ୍ଷତି ନ ପହଞ୍ଚୁ ସେଥିପାଇଁ ଏହି ବେସମେନ୍ଟଗୁଡିକୁ ବନ୍ଦ ରଖାଯାଏ । ଏହି ସ୍ଥାନରେ ଲୋକମାନଙ୍କୁ ବି ଆସିବାକୁ ମନା ଅଟେ ।

ମୁମତାଜ ମହଲରେ ମୁମତାଜଙ୍କର ଶରୀରକୁ ମମ୍ମି ରୂପରେ ବେସମେନ୍ଟରେ ରଖା ଯାଇଛି

କିଛି ଇତିହାସକାରମାନଙ୍କର ମାନିବା ଅଟେ କି ମୁମତାଜ ମହଲରେ ତାଙ୍କର ଶରୀରକୁ ଆଜି ପର୍ଯ୍ୟନ୍ତ ସେହି ବେସମେନ୍ଟରେ ସେହିଭଳି ଅବସ୍ଥାରେ ଦଫନ କରାଯାଇଛି ଯେମିତି ତାଙ୍କର ମୁର୍ତ୍ୟୁ ପୂର୍ବରୁ ଥିଲା । କୁହାଯାଏ କି ମୁମତାଜ ମହଲରେ ତାଙ୍କର ଶରୀରକୁ ୟୁନାନୀ ଟେକନିକ ଅନୁସାରେ ସରଂକ୍ଷିତ କରାଯାଇଛି । ଏହା ଏଥିପାଇଁ କରାଯାଇଛି କାରଣ ଇସ୍ଲାମ ଧର୍ମରେ ମୁର୍ତ୍ୟୁ ପରେ ଶରୀରକୁ କାଟିବା କିମ୍ବା ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇବା ଧର୍ମ ବିରୁଦ୍ଧ ଓ ପ୍ରତିବନ୍ଧିତ ହୋଇଥାଏ ।

ମୁମତାଜଙ୍କର ନିଧନ ହେବା ପରେ ତାଙ୍କର ଶରୀରକୁ ଏକ ସିନ୍ଧୁକରେ ଏକ ଏମିତି ଜଡି – ବୁଟି ସହିତ ରଖା ଯାଇଛି କି ଯାହା ମାଂସକୁ ଶଢିବାକୁ ଦିଏ ନାହିଁ ।

ଭାରତୀୟ ପୁରାତତ୍ୱ ସର୍ବେକ୍ଷଣରେ ୨୨ ଟି ରୁମକୁ ଏଥିପାଇଁ ବନ୍ଦ ରଖାଯାଇଛି ଯାହା ଦ୍ଵାରା ଏହି ରୁମରେ ଲୁଚି ଥିବା ସତ୍ୟତା କାରଣରୁ ଭବିଷ୍ୟତରେ କୌଣସି ଗଣ୍ଡଗୋଳ ନ ହେଉ । ଯଦି ତାଜମହଲ ସତରେ କୌଣସି ହିନ୍ଦୁ ମନ୍ଦିର ହୋଇଥାଏ ତେବେ ଏହି ସତ୍ୟତା ମଧ୍ୟ ଲୋକମାନଙ୍କୁ କୁହାଯିବ ନାହିଁ । ଏହା ଦ୍ଵାରା ଦେଶରେ ଧର୍ମକୁ ନେଇ ବିଭିନ୍ନ ବିବାଦ ଆରମ୍ଭ ହୋଇଯାଇ ପାରେ । ଏଥିରେ ହିନ୍ଦୁ – ମୁସଲମାନ ମଧ୍ୟରେ ଭୟାନକ ବିବାଦ ବି ଦେଖାଯାଇ ପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button