ଦେଶ- ବିଦେଶ

Motivational speech; – ରାଗକୁ କେମିତି କଣ୍ଟ୍ରୋଲ କରିବେ ? ଏହି ଅମୂଲ୍ୟ ବାଣୀ ନିଶ୍ଚୟ ଜାଣନ୍ତୁ …

ବନ୍ଧୁଗଣ ମହାବୀରଙ୍କ ସହ ଜଡିତ କେତେ ପ୍ରସଙ୍ଗ ଅଟେ ଯାହା ଆମକୁ ଭଲ ଭଲ ଶିକ୍ଷା ଦେଇଥାଏ । ତାଙ୍କର ଗୋଟେ ପ୍ରସଙ୍ଗ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣଙ୍କୁ ଏହି ଶିକ୍ଷା ମିଳିଥାଏ ଯେ କ୍ରୋଧ ଉପରେ ବିଜୟ କେମିତି ପ୍ରାପ୍ତ କରନ୍ତି । ଥରେ ପ୍ରଭୁ ମହାବୀର ପୂର୍ବ ଦିଶା ଦେଖି ଠିଆ ହୋଇଥିଲେ । ସେହି ସମୟରେ କିଛି ଲୋକ ଆସି ତାଙ୍କ ପାଖରେ ପହଞ୍ଚିଲେ । ମହାବୀର ପ୍ରଭୁଙ୍କୁ ଦେଖି ସେହି ଲୋକଙ୍କୁ ହସ ଲାଗିଲା ଓ ତାଙ୍କୁ ପ୍ରଭୁଙ୍କ ସହ ଥଟ୍ଟା କରିବାକୁ ଇଛା ହେଲା ।

 

ଗୋଟେ ବ୍ୟକ୍ତି ତାଙ୍କ ଉପରେ ଧୁଳି ପକାଇଲେ କିନ୍ତୁ ପ୍ରଭୁ ଧ୍ୟାନରେ ଲୀନ ଥିଲେ । ଏହା ପରେ ଦ୍ଵିତୀୟ ଜଣ ପ୍ରଭୁଙ୍କ ଉପରେ ଗୋଡି ଫିଙ୍ଗିବା ଆରମ୍ଭ କଲେ ତଥାପି ପ୍ରଭୁ ନିଜ ଧ୍ୟାନରେ ଲୀନ ରହିଲେ । ତେବେ ତୃତୀୟ ଲୋକ ପ୍ରଭୁଙ୍କ ଉପରେ ଛେପ ପକାଇଲା କିନ୍ତୁ ପ୍ରଭୁ ଶାନ୍ତ ଠିଆ ଥିଲେ, ଏହା ଦେଖି ସେହି ଲୋକ ଗୁଡିକ ଆଖ ପାଖରେ କଥା ହେବା ଆରମ୍ଭ କଲେ, ଯେ କେମିତିକା ଲୋକ ଛେପ ପକେଇଲା ପରେ ମଧ୍ୟ ତାକୁ କ୍ରୋଧ ଆସୁ ନାହିଁ ! ନା ଏହା ଆମକୁ କିଛି ଅପଶବ୍ଦ କହୁଅଛି ।

ତେବେ ଦ୍ଵିତୀୟ ଲୋକ କହିଲା ଏହା କେହି ପାଗଳ ବ୍ୟକ୍ତି ଅଟେ କିମ୍ବା ମୁକ ଅଟେ । ତୃତୀୟ ଲୋକ କହିଲା ଏହା କେଉଁ ଢୋଙ୍ଗି ଅଟେ, ମୁଁ ଏହାକୁ କ୍ରୋଧିତ କରିବା ପାଇଁ ଚେଷ୍ଟା କରୁଛି ଓ ଏହା କହି ସେହି ଲୋକ ପ୍ରଭୁଙ୍କ ମୁଣ୍ଡ ଉପରେ ବହୁତ ଗୁଡେ ଧୁଳି ପକାଇଲା କିନ୍ତୁ ଏତେ କଲା ପରେ ମଧ୍ୟ ପ୍ରଭୁ କିଛି ଉତ୍ତର ଦେଲେ ନାହିଁ ।

 

ଏତେ ପରେ ବି ଯେତେବେଳେ ପ୍ରଭୁ କିଛି ଉତ୍ତର ଦେଲେ ନାହିଁ ସେତେବେଳେ ସେହି ଲୋକ ପାଖରେ ଥିବା ପଥର ପ୍ରଭୁଙ୍କ ଉପରେ ପକାଇଲା ଏବଂ କଣ୍ଟା ଗଛ ଦ୍ଵାରା ପ୍ରଭୁଙ୍କୁ ଆଘାତ କରିବା ଆରମ୍ଭ କଲା । ଯେତେବେଳେ ଏତେ କଲା ପରେ ମଧ୍ୟ ପ୍ରଭୁ ଶାନ୍ତ ରହିଲେ ତେବେ ଏହା ଦେଖି ସେହି ଦୁଷ୍ଟ ଲୋକଙ୍କୁ ପଶ୍ଚାତାପ ହେଲା ଏବଂ ପ୍ରଭୁ ଗୋଡ ଧରି କ୍ଷମା ମାଗିଲେ ସେତେବେଳେ ପ୍ରଭୁ ଆଖି ଖୋଲିଲେ ଏବଂ ଅଳପ ସମୟ ପାଇଁ ତାଙ୍କୁ ଦେଖିଲେ ଓ ପୁଣି ଧ୍ୟାନରେ ଲୀନ ହୋଇ ଗଲେ କିନ୍ତୁ ସେହି ଲୋକଙ୍କୁ ନିଜ କାମ ଉପରେ ଖରାପ ଲାଗିଲା ଏବଂ ସେ ସେଠାରୁ ଚାଲି ଗଲେ ।

ତେବେ ଏଥିରୁ ଆମେ ଏହା ଶିକ୍ଷା ପାଇଲେ ଯେ ଯଦି ଆମକୁ କେହି ଜାଣିକି ଉତ୍ତେଜିତ କରେବାକୁ ଚେଷ୍ଟା କରେ ତେବେ ସେହି ସ୍ଥିତିରେ ଆମକୁ ଶାନ୍ତ ରହିବାର ଅଛି ଯାହା ଫଳରେ ସେହି ଲୋକ କିଛି ସମୟ ପରେ ନିଜେ ହିଁ ହାର ମାନିଯିବ ଏବଂ ଆପଣ ମଧ୍ୟ କ୍ରୋଧରେ କିଛି ଭୁଲ କରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button