ଦେଶ- ବିଦେଶ

ଏହି 4 ଲକ୍ଷଣ ଥିବା ପୁରୁଷଙ୍କ ସ୍ତ୍ରୀମାନେ ତାଙ୍କ ପଛରେ ବି କରିଥାନ୍ତି ସେମାନଙ୍କ ଗୁଣଗାନ -Vidur Niti

ବିଦୁରଙ୍କୁ ଏକ ମହାନ ଜ୍ଞାନୀ କୁହାଯାଏ ଓ ଆଜି ବି ଲୋକମାନେ ବିଦୁରଙ୍କ ନୀତିର ପାଳନ କରୁଛନ୍ତି । ନିଜର ନୀତି ଜରିଆରେ ବିଦୁର ବହୁତ କିଛି ଜିନିଷ ମଣିଷକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଛନ୍ତି । ଯାହା ଦ୍ଵାରା ମନୁଷ୍ୟ ଏହି ନୀତି ଗୁଡିକର ପାଳନ କରି ନିଜର ଜୀବନରେ ସଫଳ ହୋଇ ପାରିବ । ଆଜି ଆମେ ଆପଣଙ୍କୁ ବିଦୁରଙ୍କ ଏମିତି ହିଁ ନୀତି ବିଷୟରେ କହିବାକୁ ଯାଉଛୁ । ଯାହା ସାହାର୍ଯ୍ୟରେ ବିଦୁର କହିବାକୁ ଚେଷ୍ଟା କରିଛନ୍ତି କି କେଉଁ ସବୁ ଗୁଣ ଥିବା ପୁରୁଷଙ୍କର ପଛରେ ବି ସ୍ତ୍ରୀ ମାନେ କରିଥାନ୍ତି ତାଙ୍କ ସମ୍ମାନ ।

ପ୍ରଥମ ଲକ୍ଷଣ ଦାନ କରିବା, ବିଦୁରଙ୍କ ନୀତି ଅନୁସାରେ ଏମିତି ପୁରୁଷ ଯିଏ ଦାନ ଧର୍ମରେ ବିଶ୍ଵାସ ରଖେ, ଅର୍ଥାତ୍ କମଜୋର ଏବଂ ଅସହାୟ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ଏବଂ ଦାନ ଧର୍ମ କରିବା ସମୟରେ ନିଜ ବିଷୟରେ ଭାବେ ନାହିଁ ସେହି ପୁରୁଷ ସର୍ବୋତ୍ତମ ହୋଇଥାଏ । ଏହି ପୁରୁଷଙ୍କର ପରଲୋକରେ ମଧ୍ୟ ଗୁଣଗାନ ହୋଇଥାଏ । ପାପ କର୍ମ କରିଥିବା ଲୋକ ମଧ୍ୟ ତାକୁ ଆଦରରେ ଡାକି ଥାନ୍ତି ଏବଂ ଏମାନଙ୍କ ସମ୍ମାନ କରନ୍ତି ।

ଦ୍ଵିତୀୟ ଲକ୍ଷଣ କ୍ରୋଧ ନ କରିବା : ମହାତ୍ମା ବିଦୁର କୁହନ୍ତି ସଂସାରର ସମସ୍ତ ମଣିଷ କ୍ରୋଧର ନିୟନ୍ତ୍ରଣରେ ରହିଥାନ୍ତି ମାନେ କଷ୍ଟ ହେଲେ ରାଗି ଯାଇଥାଆନ୍ତି । ଜଣେ ପୁରୁଷ ବହୁତ କଷ୍ଟକର ସମୟରେ ଜଦି ନିଜର ରାଗକୁ ନିୟନ୍ତ୍ରଣରେ ରଖେ ଏବଂ ଯିଏ କାହା ଉପରେ ନ ରାଗି ଶାନ୍ତ ରୁହେ ସିଏ ସର୍ବଶ୍ରେଷ୍ଠ ଅଟେ । ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ତ ଦେବତା ମାନଙ୍କ ପାଇଁ ମଧ୍ୟ କଷ୍ଟକର । ଜଦି କୈାଣସି କାରଣ ଯୋଗୁଁ ମନୁଷ୍ୟ ନିଜର ରାଗକୁ ନିୟନ୍ତ୍ରଣ ରଖେ ତାହେଲେ ତାକୁ ଦେବତା ମାନଙ୍କ ଠାରୁ ଉଚ୍ଚ ସ୍ଥାନକୁ ପ୍ରାପ୍ତ କରିନିଏ ।

ତୃତୀୟ ଲକ୍ଷଣ ପରିଶ୍ରମ : ଯେଉଁ ମଣିଷ ନୀତି ଦିନ ପରିଶ୍ରମ କରେ ଏବଂ କୈାଣସି କାରଣ ପାଇଁ ଅଳସୁଆ ହୁଏ ନାହିଁ ସେ ମନୁଷ୍ୟ ମାନଙ୍କ ଭିତରେ ସର୍ବୋତ୍ତମ ଅଟେ । ସାଧାରଣ ପୁରୁଷ ବିଶ୍ରାମ ନେବା ପାଇଁ ବାହାନା ଖୋଜିବାରେ ବ୍ୟସ୍ତ ରୁହନ୍ତି କିନ୍ତୁ ପରିଶ୍ରମୀ ଲୋକ କେବେବି ବିଶ୍ରାମ କରେନାହିଁ । ସିଏ ପରିଶ୍ରମ କରିବା ପାଇଁ କାର୍ଯ୍ୟ ଖୋଜିବାରେ ବ୍ୟସ୍ତ ରୁହେ । ଏମିତି ପୁରୁଷ ଜୀବନରେ ସବୁବେଳେ ଉନ୍ନତି କରିଥାଏ ।

ଚତୁର୍ଥ ଲକ୍ଷଣ କ୍ଷମା : ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଲକ୍ଷଣ ଅଟେ କ୍ଷମା । ଜଦି କୈାଣସି ବ୍ୟକ୍ତିର ଭୁଲ୍ ହେଇ ଯିବାରୁ ତାକୁ ଦଣ୍ଡ ଦେବା ବିଷୟରେ ଭାବୁଥାଏ, ମୈାକା ମିଳିଲେ ସେ ଅନ୍ୟଙ୍କୁ ଦଣ୍ଡ ଦେଇ ଦିଏ କିନ୍ତୁ ଉତ୍ତମ ମଣିଷ ସିଏ ଯିଏ ଅନ୍ୟମାନଙ୍କୁ କ୍ଷମା କରିଦିଏ । ତା ମନରେ ପଛେ ଯେତେ କଷ୍ଟ ହେଇଥାଉ, କିଏ ତାକୁ କେତେବି ଆଘାତ ଦେଇଥାଉ ସେ ସମସ୍ତଙ୍କୁ କ୍ଷମା କରିଥାଏ । ଅର୍ଥାତ୍ ଏମିତି ମଣିଷର ସ୍ବର୍ଗରେ ମଧ୍ୟ ଗୁଣଗାନ ହୋଇଥାଏ । ଜଦି ଏହି ୪ପ୍ରକାର ଲକ୍ଷଣ କୈାଣସି ପୁରୁଷଙ୍କ ପାଖରେ ଥାଏ ତେବେ ସେ ସବୁବେଳେ ଖୁସିରେ ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button