ମନୋରଞ୍ଜନ

“ଏଇଟା Babushan ର ଗୋଟେ ଦୁଷ୍ଟାମି, ସେ ପିଲାବେଳୁ ଫ୍ରିଜ ଖୋଲି ସୁସୁ କରେ, ଆଉ ଧରା ପଡିଲେ…” ଦେଖନ୍ତୁ କଣ ସବୁ ଖୁଲାସା କଲେ ଅଭିନେତ୍ରୀ Rakhi Das

ଗତ କିଛିଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କ ପାରିବାରିକ କଳହ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ପତ୍ନୀ ତୃପ୍ତି ପର୍ଦ୍ଦାଫାଶ କରିବା ପରେ ବିଚ୍ ରାସ୍ତାରେ ହାଇଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହାକି ବାବୁଶାନଙ୍କ ବ୍ୟକ୍ତିଗତ ଜୀବନ ସହ ଓଲିଉଡ ଇଣ୍ଡଷ୍ଟ୍ରିକୁ ମଧ୍ୟ ଦୋହଲାଇ ରଖି ଦେଇଥିଲା । ତେବେ ଏହି ମାମଲା ଧୀରେ ଧୀରେ ଥମିଥିବା ବେଳେ ବର୍ତ୍ତମାନ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ରାକ୍ଷୀ ଦାସ ।

ବାବୁଶାନଙ୍କ ମାମଲାକୁ ନେଇ ସେ କହିଛନ୍ତି କି, ଏକଥାର ଅନ୍ତ ହେବା ଦରକାର । କାରଣ ଏହା ସେମିତି କିଛି ଖାସ୍ କଥା ନୁହେଁ । ଯଦି ବମ୍ବେରେ ହୋଇଥାନ୍ତା ତେବେ କେହିବି ହୁଏତ ଜାଣୁ ନଥାନ୍ତେ । କିନ୍ତୁ ଯେହେତୁ ଓଡିଆ ଇଣ୍ଡଷ୍ଟ୍ରି ଆମ ସଂସ୍କୃତି ଓ ପରମ୍ପରାର ଇଣ୍ଡଷ୍ଟ୍ରି ସେଥିପାଇଁ କଥାଟା ଏତେ ହାଇଲାଇଟ ହେଲା । ଏଥିପାଇଁ ସେ ଗଣମାଧ୍ୟମଙ୍କୁ ଦୋଷ ଦେଇଛନ୍ତି କି, ଆପଣମାନେ ହିଁ ଏହି କଥାଟାକୁ ବହୁତ ହାଇକ କଲେ ।

ବହୁତ ଜଣ ଏମିତି ବହୁତ ଜଣଙ୍କୁ ଭଲ ପାଉଛନ୍ତି, ଆଉ ମୁଁ ତ ବହୁତ ଜଣଙ୍କୁ ଭଲପାଇଛି । କିନ୍ତୁ ତା’ମାନେ ନୁହେଁ କି ଆପଣ ଆଜି ଜାଣିଲେ ବୋଲି କାଲୀ ଆସିକି ମୋ ଘର ଦୁଆର ମୁହଁରେ ଠିଆ ହେବେ । ପ୍ରକୃତି ଯଦି ବମ୍ବେ ଗଲେଣି ତେବେ ବହୁତ ଭଲ କଥା ସେ ଆହୁରି ଆଗକୁ ବଢନ୍ତୁ ବୋଲି କହିଛନ୍ତି ରାକ୍ଷୀ । ଆଉ ବାବୁଶାନ ଓ ତୃପ୍ତି ତ କେବେବି ଅଲଗା ହୋଇନାହାନ୍ତି ।

ବାବୁଶାନ ପିଲାବେଳୁ ଏମିତି ଦୁଷ୍ଟାମି କରେ ବୋଲି କହି ସେ ଛୋଟାବେଳେ କେମିତି ଫ୍ରିଜ ଖୋଲି ସୁସୁ କରେ ବୋଲି କହିଥିଲେ ରାକ୍ଷୀ । ସେ ଏନେଇ କହିଛନ୍ତି, ତା’ ଦୁଷ୍ଟାମି ଯେହେତୁ ଭଲଭାବେ ଜାଣିଛି ତେଣୁ ଏଇଟା ବି ତା’ର ଗୋଟେ ଦୁଷ୍ଟାମି ବୋଲି ମୁଁ ଭାବୁଛି । ତେଣୁ ସେ ମାଉସୀ ହିସାବରେ ବାବୁଶାନଙ୍କୁ କହିଛନ୍ତି, ବାବୁରେ ଖରାପ ପ୍ରକୃତିକୁ ଛାଡି ଉତ୍ତମ ବୁଦ୍ଧି କର, ଦେଖିବ ଜୀବନରେ ଅପରାଜିତ ରହିବ ଆଉ ବହୁତ ତୃପ୍ତି ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button