Sonu ଙ୍କ ଫ୍ୟାନ ସୋନୁଙ୍କୁ ଦେଲେ ଦୁନିଆର ସବୁଠୁ ବଡ ଓ ଅନୋଖା ଉପହାର, 50 ହଜାର ସ୍କୋୟାର ଫୁଟ କ୍ଷେତରେ ବନେଇଲେ ସୋନୁଙ୍କ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୋନୁ ଉଭୟ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରନ୍ତି ।
ବନ୍ଧୁଗଣ ସୋନୁ ନିଜ ପର୍ଶନାଲ ଲାଇଫ ଓ ନିଜ ପ୍ରଫେସନାଲ ଲାଇଫ ପାଇଁ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ସୋନୁ ଏକ ବଲିଉଡ ଅଭିନେତା ହେବା ସହ ଏକ ସମାଜ ସେବି ମଧ୍ୟ ଅଟନ୍ତି ।

ସେ ଏହି କରୋନା କାଳରେ ହଜାର ହଜାର ଅସହାୟ ଓ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିଛନ୍ତି । ଗତ ବର୍ଷ ସେ କେତେକ ପ୍ରଭାସି ମାନଙ୍କୁ ଲକଡାଉନ ସମୟରେ ତାଙ୍କ ଘରକୁ ପଠାଇ ଥିଲେ । ସେ ଅନେକ ଲୋକଙ୍କୁ ଚାକିରି ଓ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରିଥିଲେ । ଏମିତିକି ବର୍ତ୍ତମାନ ମଧ୍ୟ ସେ ଲୋକ ମାନଙ୍କ ସାହାର୍ଯ୍ୟ କରୁଛନ୍ତି । ସୋନୁଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।

ଆସିବା ଦିନରୁ ସୋନୁଙ୍କୁ ତାଙ୍କ କାମ ପାଇଁ ତାଙ୍କ ଫ୍ୟାନ୍ସ ମାନେ କିଛି ନ କିଛି ଗିଫ୍ଟ ଦେଇ ସମ୍ମାନିତ କରନ୍ତି । ଗତ କିଛି ଦିନ ତଳେ ତଥା ଜୁଲାଇ ୩୦ ତାରିଖରେ ସୋନୁ ନିଜ ୪୮ତମ ଜନ୍ମ ଦିନ ପାଳନ କରିଥିଲେ । ତାଙ୍କର ସେହି ଜନ୍ମ ଦିନ ଅବସରରେ ତାଙ୍କର ଏକ ଫ୍ୟାନ ଏକ ତାଙ୍କୁ ଏକ ବିଚିତ୍ର ଗିଫ୍ଟ ଦେଇଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ସୋନୁଙ୍କର ସେହି ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୋନୁଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଏକ ଫ୍ୟାନ ନିଜର ୫୦ ହଜାର ସ୍କ୍ୱଆର ଫିଟର ଫିଲ୍ଡକୁ ଖୋଳି ସୋନୁ ସୁଦଙ୍କ ପୋଟ୍ରେଟ ବନେଇଛି । ସୋନୁଙ୍କ ଏହି ଗିଫ୍ଟର ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ସୋନୁଙ୍କର ଏହି ଗିଫ୍ଟକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ସୋନୁଙ୍କୁ ଏହି ବଡ ଗିଫ୍ଟ ଦେଇଥିବା ତାଙ୍କ ଫ୍ୟାନଙ୍କ ନାମ ହେଉଛି ବିପୁଲ ମିରଜାକର ।
ବିପୁଲ ହେଉଛନ୍ତି ସୋନୁଙ୍କର ଏକ ବଡ ପ୍ରଶଂସକ । ବିପୁଲ ନିଜ ୫୦ ହଜାର ସ୍କ୍ୱଆର ଫିଟର ଫିଲ୍ଡକୁ ଖୋଳି ସୋନୁ ସୁଦଙ୍କ ପୋଟ୍ରେଟ ବନେଇଛନ୍ତି । ଯେଉଁ ମାନେ ଭି ଏହି ଫଟୋକୁ ଦେଖୁଛନ୍ତି ସେମାନେ ବିପୁଲଙ୍କର ପ୍ରଶଂସା କରୁଛନ୍ତି । ବିପୁଲ ମିରାଜାକର ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏହି ଫଟୋକୁ ସେୟାର କରିଥିଲେ । ଏହି ଫଟୋକୁ ସେୟାର କରି ସେ କ୍ୟାପ୍ସନରେ ଲେଖିଥିଲେ-‘ସୋନୁଙ୍କୁ ତାଙ୍କ ୪୮ତମ ଜନ୍ମଦିନ ଉପଲକ୍ଷେ ପାଇଁ ଉପହାର’ ।




