ଅଗଷ୍ଟ ମାସର ଏହି ତାରିଖରୁ ଲାଗୁ ହେବ ନୂଆ Smart Health Card, ରାସନ୍ କାର୍ଡ ଥିବା ସବୁ ପରିବାରକୁ କରାଯିବ ସାମିଲ, କାର୍ଡ ରେ ମିଳିବ ଏହି ସବୁ ସୁବିଧା

ବନ୍ଧୁଗଣ ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି କରୋନା କାଳରେ ପ୍ରାୟତଃ ସମସ୍ତ ଲୋକ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ସ୍ଵାଧୀନତା ଦିବସ ତଥା ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ୟାରେଡ ଗ୍ରାଉଣ୍ଡରେ ଏକ ବଡ ଘୋଷଣା କରିପାରନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ପୁରୁଣା କାର୍ଡ ହଟିବାକୁ ଯାଉଛି ଓ ନୂଆ ହେଲଥ କାର୍ଡ ଆସିବ ବୋଲି ଜଣା ପଡିଛି ।

ରାଜ୍ୟରେ ବର୍ତ୍ତମାନ ୯୬ ଲକ୍ଷ ୬୦ ହଜାର ପରିବାର ପାଖରେ ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଅନୁସାରେ ରାସନ୍ କାର୍ଡ ରହିଛି । ପରିବାର ଲୋକ ବା ହିତାଧିକାରୀ ସଂଖ୍ୟାକୁ ଧରିଲେ ଏହି ସଂଖ୍ୟା ୨ କୋଟି ୨୪ ଲକ୍ଷ ପାଖାପାଖିକୁ ବଢ଼ିଯାଇଛି । ଏହାବାଦ୍ ରାଜ୍ୟର ନିଜସ୍ୱ ଖାଦ୍ୟନୀତି ଅନୁସାରେ ୧୪ ଲକ୍ଷ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି ।
ରାଜ୍ୟର ୪.୫୦କୋଟି ଜନସଂଖ୍ୟାରୁ ଅଢ଼େଇ କୋଟି ଲୋକଙ୍କୁ ନୂଆ କାର୍ଡ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯୋଜନା ହୋଇଛି । ବର୍ତ୍ତମାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଖା ପାଖି ୭୫ ଲକ୍ଷ କାର୍ଡ ବଣ୍ଟନ କରାଯାଇଛି । ଏଥିରେ ଆଉ ୨୦ ଲକ୍ଷ ନୂଆ ପରିବାରକୁ ସାମିଲ କରାଯିବ ବୋଲି ଜଣା ପଡିଛି । ନୂଆ କାର୍ଡ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଜନାରେ ସାମିଲ ଥିବା ଘରୋଇ ହସ୍ପିଟାଲକୁ ନେଇ ଏକାଧିକ ବୈଠକ ମଧ୍ୟ ହୋଇ ସାରିଛି । ଅନେକ ବିବାଦ ପରେ ମଧ୍ୟ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରି ନାହାନ୍ତି ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସ୍ୱାସ୍ଥ୍ୟ ବିଭାଗର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଯୋଜନା ଭାବେ ଚିତ୍ରଣ କରାଯାଉଛି ।

ନୂଆ କାର୍ଡକୁ ପର୍ଯ୍ୟାୟ କ୍ରମେ ପଞ୍ଚାୟତ ଅଫିସ୍ ଓ ପୌର ପରିଷଦ ଅଫିସରେ ବଣ୍ଟନ କରାଯିବ । ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛନ୍ତି । ହେଲେ ସେମାନଙ୍କର ରାସନ କାର୍ଡ ନାହିଁ । ଏଭଳି କ୍ଷେତ୍ରରେ ଏହି ହିତାଧିକାରୀଙ୍କୁ ବାଦ୍ ଦିଆଯିବ ନା ଅତିରିକ୍ତ ଭାବେ ସାମିଲ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ସରକାର ।





