ଜ୍ୟୋତିଷ

ଶୋଇବା ସମୟରେ ଦେଖିଥିବା ଏହି (ପାଞ୍ଚଟି ସ୍ଵପ୍ନ) କାହାକୁ ବି କୁହନ୍ତୁ ନାହିଁ, ନଚେତ ବହୁତ ଅସୁବିଧାରେ ପଡିବେ

ଆପଣ ମାନେ ସମସ୍ତେ ଶୋଇବା ବେଳେ ନିଶ୍ଚିତ ଭାବେ କୌଣସି ନା କୌଣସି ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସ୍ବାପନ ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଜର ସ୍ଵପ୍ନରେ ଦେଖୁଛନ୍ତି ତେବେ ଭୁଲରେ ବି କାହାକୁ କୁହନ୍ତୁ ନାହିଁ । ଯଦି କହି ଦେଉଛନ୍ତି ତେବେ ଆପଣ ହିଁ ଅସୁବିଧାର ସମ୍ମୁଖୀନ ହେବେ । ସ୍ଵପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ । ଏମିତି କିଛି ସ୍ଵପ୍ନ ଥାଏ ଯାହାକି ଆମର ନିଦ ଭାଙ୍ଗିବା ପରେ ଆମର ମନେ ପଡି ନ ଥାଏ ଓ କିନ୍ତୁ କିଛି ସ୍ଵପ୍ନ ମନେ ପଡିଯାଏ ।

ସାଧାରଣ ଭାବେ ନିଜ ସ୍ଵପ୍ନ ବିଷୟରେ ଆମେ ସାଙ୍ଗସାଥି ଇତ୍ୟାଦିଙ୍କୁ କହିଥାଉ । କିନ୍ତୁ ଏହିଭଳି କିଛି ସ୍ଵପ୍ନ ଅଛି ଯାହାକୁ କି କାହାକୁ କହିବା ଶାସ୍ତ୍ର ଅନୁସାରେ ବହୁତ ବଡ ବଡ ଭୁଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ସ୍ଵପ୍ନ ବିଷୟରେ ।

୧ – ପ୍ରକୃତି ସହ ଜଡିତ ସ୍ଵପ୍ନ

ଯଦି ସ୍ଵପ୍ନରେ ଆପଣ କୌଣସି ସମୁଦ୍ର,ବୃକ୍ଷ ଲତା, ପାହାଡ, ନଦୀ ପରି ଜିନିଷ ଦେଖିଛନ୍ତି ତେବେ ସ୍ଵପ୍ନରେ ଏହି ଜିନିଷକୁ ଦେଖିବାର ଅର୍ଥ ଆପଣ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ଶୁଣିବାକୁ ଯାଉଛନ୍ତି । ଯେମିତି କି ପ୍ରକୃତି ପାଖକୁ ଗଲେ ଆମ ମନ ଖୁସି ହୋଇଯାଏ ଠିକ ସେହିପରି ଆମ ଜୀବନରେ ଖୁସି ଆସିବ । ଯଦି ଏହା ବ୍ସିଃୟରେ କାହାକୁ କହିଦେବେ ତେବେ ଆପଣ ସୁଖରୁ ବଞ୍ଚିତ ହୋଇଯିବେ ।

୨ –ମୃତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ

ଯଦି ଆପଣ ସ୍ଵପ୍ନରେ ନିଜର କିମ୍ବା ସମ୍ପର୍କୀୟଙ୍କ ମୃତ୍ୟୁ ଦେଖିଛନ୍ତି । ତେବେ ଏହି ସ୍ଵପ୍ନ ଦ୍ଵାରା ଆମ ମନ ବିଚଳିତ ହୋଇଯାଏ । ଏହି ସ୍ଵପ୍ନର ଅର୍ଥ ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ହୋଇଯିବ । ଯଦି ଏହାକୁ କାହାକୁ କହିଦେବେ ତେବେ ଏହି ସ୍ଵପ୍ନ ନିରର୍ଥକ ହୋଇଯାଏ ।

୩ – ସର୍ପ ଦର୍ଶନ

ଯଦି ଆପଣ ସ୍ଵପ୍ନରେ ସାପ ଦେଖୁଛନ୍ତି ତେବେ ଆପଣ ଡରି ଯାଉଛନ୍ତି । କିନ୍ତୁ ଆପଣ ଡରନ୍ତୁ ନାହିଁ ଏହା ଏକ ଶୁଭ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ କିମ୍ବା କୌଣସି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ଓ ପ୍ରଚୁର ଧନ ଲାଭ ବି ହୋଇପାରେ ।

୪ – ଭଗବାନଙ୍କ ଦର୍ଶନ

ଯଦି ସ୍ଵପ୍ନରେ ଆପଣ କୌଣସି ଭଗବାନ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁବ ଶୀଘ୍ର ଖୁସି ଆସିବାକୁ ଯାଉଛି, ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

୫ – ମାଛ ସମ୍ବନ୍ଧୀୟ ସ୍ଵପ୍ନ

ଯଦି ଆପଣ ମାଛ ପହଂରିବାର ସ୍ଵପ୍ନ ଦେଖୁଛନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କୁ ମାଛ ଧରିବାର କିମ୍ବା ଖାଉଥିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । କାରଣ ସ୍ଵପ୍ନରେ ମାଛ ଦେଖିବାର ଅର୍ଥ ଆପଣଙ୍କୁ ଧନ ଲାଭ ହେବ । ଏହି ସ୍ଵପ୍ନ ଦେଖିବାର ଏକ ମାସ ଭିତରେ ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ମିଳିବ । ସେଥିପାଇଁ ଏହି ପରି ସ୍ଵପ୍ନ ଦେଖିଲେ କାହାକୁ ବି କହନ୍ତୁ ନାହିଁ ନଚେତ ଆପଣଙ୍କର ଏହି ସ୍ଵପ୍ନ ନିରର୍ଥକ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button