ଦେଶ- ବିଦେଶ

ଗଞ୍ଜାମ ଜିଲ୍ଲାପାଳ ଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ (Biography), ଜାଣନ୍ତୁ କିପରି ଜଣେ ସାମାନ୍ଯ ଟେଲର ର ଆଜି ହେଇ ଯାଇଛନ୍ତି IAS

ନମସ୍କାର ବନ୍ଧୁଗଣ ଗଂଜାମ ଜିଲ୍ଲାର ଜିଲ୍ଲାପାଳ ଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ । ନିଜର ବିଗତ ଦିନକୁ ନେଇ ଲେଖିଛନ୍ତି ଆତ୍ମକାହାଣୀ । ବହି ଟିର ନାମ ହେଉଛି ‘ଆଜିର ଦିନ ଟି ମୋର’ ।

ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ନିଜ ଷ୍ଟ୍ରଗଲ ଜୀଵନ ଏବଂ ସେ କିପରି ସଫଳତା ହାସଲ କରିଛନ୍ତି ସେ ବିଷୟରେ ହିଁ ନିଜ ଜୀବନୀ ଲେଖିଛନ୍ତି ସେ । ସେ ନିଜ ଇଣ୍ଟରଭିଉ ରେ କହିଥିଲେ କି ଆପଣ ଯେଉଁ ଗାଁ ରୁ ଆସିଛନ୍ତି ଯେଉଁ ପରିବେଶ ରେ ବଢ଼ିଛନ୍ତି । ନିଜ ସାଙ୍ଗ,ପରିବାର,ମାତା ପିତା ଙ୍କୁ କେବେବି ଭୁଲନ୍ତୁ ନାହିଁ ସେମାନେ ହିଁ ଆପଣଙ୍କ ର ବାସ୍ତବ ସାଥି . ତାଙ୍କ ମାତା ଜଣେ ଦିନ ମଜୁରିଆ ଏବଂ ବାପା ଥିଲେ ଜଣେ ଟେଲର । ଦିନକୁ ଆୟ ମାତ୍ର ୨୦୦ ଟଙ୍କା ଥିଲା ।

ତାଙ୍କର ସ୍ୱପ୍ନ ଥିଲା ଡାକ୍ତର ହେବା ଏବଂ ସେ ହିସାବରେ ସେ ପାଠ ମଧ୍ୟ ପଢୁଥିଲେ ଭଲ ନମ୍ବର ମଧ୍ୟ ରଖିଥିଲେ କିନ୍ତୁ ଡାକ୍ତରୀ ପାଇଁ ଅଧିକ ପଇସା ଏବଂ ଅଧିକ ସମୟ ମଧ୍ୟ ଲାଗିବ ଏବଂ ତାଙ୍କ ପରିବାର ଲୋକଙ୍କୁ ତାଙ୍କୁ ସମ୍ଭାଳିବାର ମଧ୍ୟ ଥିଲା

ତେଣୁ ସେ ବାଧ୍ୟ ହୋଇ ଡାକ୍ତରୀ ପାଠ ଛାଡିଥିଲେ ଏବଂ ତାଙ୍କ ସ୍ୱପ୍ନ ଅଧା ରହିଗଲା କିନ୍ତୁ ସେ ସେଥି ପ୍ରତି ବର୍ତ୍ତମାନ ଆଉ ଅବଶୋଷ କରୁ ନାହାନ୍ତି । ଯେତେବେଳେ ସେ ଡିପ୍ଲୋମା ଇନ ଏଡୁକେଶନ ରେ ଜଏନ କଲେ ସେତେବେଳେ ତାଙ୍କୁ ଟିକେ ଅସହଜ ଲାଗିଥିଲା କିନ୍ତୁ ସେ ନିଜ ପରିବାର ଏବଂ ଯେଉଁ ରାସ୍ତା ରେ ଅଛନ୍ତି ସେହି ରାସ୍ତାରେ ବହୁତ ଭଲ କରିବେ ଏହି ଆଶା ରଖି ସେ ଆଗକୁ ବଢି ଚାଲିଲେ । ଏହାପରେ ୟୁପିଏସସି ପରୀକ୍ଷା ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ।

ସେ ଏହା ମଧ୍ୟ କହିଛନ୍ତି କି ସେ ନିଜ ସ୍କୁଲ ପାଠପଢ଼ା ରେ ବହୁତ କଷ୍ଟ କରି ନିଜ ପାଠପଢ଼ା ଶେଷ କରିଥିଲେ ମାଗି ଯାଚି ବହି ଆଣି ପାଠ ପଢୁଥିଲେ । ତେବେ ସେ ମଧ୍ୟ କଲେଜ ଟାଇମ ରେ ପ୍ରେମ ରେ ପଡ଼ିଥିଲେ ଏବଂ ତାଙ୍କୁ ଏକ ପ୍ରେମପତ୍ର ମଧ୍ୟ ଦେଇଥିଲେ କିନ୍ତୁ ସେ ଝିଅ ଟି ଚିଠି ଟି ଚିରିଦେଲେ ତେବେ ସେ ତାପରେ ନିଜ ପାଠ ପଢ଼ାରେ ଫୋକସ ରଖିଥିଲେ ।

ସେ କୁହନ୍ତି କି ନିଜ ପରିବାର ନିଜ ବାପା ମାଆ ଏବଂ ଜେଜେମାଆ ଜେଜେ ବାପା ଙ୍କ ସାହାଯ୍ୟ ବିନା ସେ କିଛି ବି କରି ପାରି ନଥାନ୍ତି । ସେମାନେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ଏବଂ ସବୁକ୍ଷେତ୍ର ରେ ସାଥ ମଧ୍ୟ ଦେଇଛନ୍ତି ସେମାନେ ସାଥ ଦେଲେ ବୋଲି ସେ ନିଜ ପାଠ ପଢ଼ାରେ ଧ୍ୟାନ ଦେଇ ପାରିଲେ ଏବଂ ଆଜି ସେ ଏହି ସ୍ଥାନରେ ଅଛନ୍ତି ।

ତେବେ ସେ କହିଛନ୍ତି କି ସମସ୍ତ ଙ୍କ ଜୀଵନ ଏକ ଭିନ୍ନ ଭିନ୍ନ କାହାଣୀ । ସମସ୍ତେ ନିଜ ଜୀଵନ ରେ ଘଟିଥିବା ଘଟଣା ରୁ ଖରାପ ହେଉ କିମ୍ବା ଭଲ ଶିଖିବା କଥା ମୁଁ ମଧ୍ୟ ନିଜ ଜୀଵନ ରୁ ହିଁ ଶିଖିଥିଲି ଏବଂ ନିକ ଜୀଵନ ବିଷୟରେ ହିଁ ଆଜି ଏହି ପୁସ୍ତକ ଲେଖିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button