ଜ୍ୟୋତିଷ

ପିମ୍ପୁଡି ଆପଣଙ୍କୁ କରିଦେବ କୋଟିପତି, ବାସ ଥରେ ମାତ୍ର ଏହାକୁ ପଢନ୍ତୁ- Ajira Anuchinta

ବନ୍ଧୁଗଣ ସାଧାରଣତଃ ପିମ୍ପୁଡି ମାନେ ଆମ ମାନଙ୍କ ଘର ମଧ୍ୟରେ ରହିଥାନ୍ତି । ଏହି ପିମ୍ପୁଡି ଗୁଡିକୁ ଆମେ ଜଣା ଅଜଣାତରେ ପାଦ ତଳେ ମାଡି ମାରିଦେଇଥାଉ । ପିମ୍ପୁଡି ଆସିବା ଓ ଯିବାର କିଛି ନିର୍ଦ୍ଧିଷ୍ଟ ସମୟ ରହିନଥାଏ । ହେଲେ ଆମ ଘରେ ପିମ୍ପୁଡି ଆସିଗଲେ ଆମେ ବ୍ଯସ୍ତବହୁଳ ହୋଇଯାଇଥାଉ ଓ ସେହି ପିମ୍ପୁଡି ଗୁଡିକକୁ ହୁଡାଇବା ପାଇଁ ଚେଷ୍ଟା କରିଥାଉ । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ପିମ୍ପୁଡି ପାଇଁ ଭିକାରି କୋଟିପତି ହୋଇପାରେ ଓ କୋଟିପତି ଭିକାରି ମଧ୍ୟ ହୋଇପାରେ ।

ଯଦି ଆପଣଙ୍କ ଘରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ପିମ୍ପୁଡି ଆସିଯାଇଛନ୍ତି ତା ହେଲେ ଏହା ଆପଣ ମାନଙ୍କ ପାଇଁ ଅନେକ ପ୍ରକାରର ସଙ୍କେତ ହୋଇଥାଏ ଏବଂ ଏହାର ପରିଣାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ଏଥି ସହିତ ଏହା ମଧ୍ୟ ଧ୍ୟାନ ରଖିବାକୁ ପଡେ ଯେ ସେହି ପିମ୍ପୁଡିର ରଙ୍ଗ କଣ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପିମ୍ପୁଡି ସହ ଜଡିତ କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କ ଆଗାମୀ ସମୟ କଣ ହେବ ।

୧. ଯଦି ବନ୍ଧୁଗଣ ନାଲି ପିମ୍ପୁଡି ଆପଣଙ୍କ ଘରର ରୋଷେଇ ଘରୁ ବାହାରି ଅନ୍ୟ କୌଣସି ସ୍ଥାନକୁ ଯାଇଥାଏ ତା ହେଲେ ବୁଝି ଯାନ୍ତୁ ସେହି ପିମ୍ପୁଡି ଆପଣଙ୍କ ଘରକୁ କରଜ ନେଇ ଆସୁଅଛି । ସେହି ପିମ୍ପୁଡି ଏହା ସଙ୍କେତ ଦେଇଥାଏ ଯେ ଆପଣଙ୍କ ଉପରେ କିଛି ସଙ୍କଟ ଆସିବାକୁ ଯାଉଛି ଯାହାଦ୍ୱାରା ଆପଣ କିଛି ଧର କରଜ କରିପାରନ୍ତି ।

ଯଦି ଆପଣ ଏହି ସଙ୍କେତ ବିଷୟରେ ଜାଣି ସେହି ପିମ୍ପୁଡିକୁ ମାରିଦେବେ ତା ହେଲେ ଆପଣଙ୍କ ଉପରେ ସଙ୍କଟ ଆହୁରି ବଢିଯାଇଥାଏ । ବନ୍ଧୁଗଣ ନାଲି ରଙ୍ଗର ପିମ୍ପୁଡି ବାହାରିବାକୁ ଏକ ଅଶୁଭ ସଙ୍କେତ ମାନା ଯାଇଥାଏ । ଏହା ଧନ ଜନିତ ସମସ୍ଯା ଓ ରୁଣ ଜନିତ ସମସ୍ଯାକୁ ଆଣିଥାଏ । ଏହା ବ୍ଯତୀତ ନାଲି ପିମ୍ପୁଡି ଘରେ ବାହାରିଲେ ଘରେ କଳିଝଗଡା ମଧ୍ୟ ହୋଇଥାଏ ।

ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟିଏ ଉପାୟ କରନ୍ତୁ । ପ୍ରଥମ ଉପାୟରେ ଆପଣ ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରିଦେଇ ପିମ୍ପୁଡି ବାହାରୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ବାରା ପିମ୍ପୁଡି ଘରୁ ଆପେ ଆପେ ବାହାରିଯିବେ ଓ ଘରେ ଥିବା ସମସ୍ତ ନକରାତ୍ମକ ଊର୍ଜା ବାହାରିଯିବ ।

୨. ଯଦି ବନ୍ଧୁଗଣ ଆପଣଙ୍କ ଘରେ କଳା ପିମ୍ପୁଡି ବାହାରୁଛନ୍ତି ତା ହେଲେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ଅଟନ୍ତି । ଯଦି ଆପଣଙ୍କ ଘର ମଧ୍ୟରେ କଳା ପିମ୍ପୁଡି ଧାଡି ହୋଇ ଅଣ୍ଡା ନେଇ ଯାଉଥିବେ ବା ଖାଦ୍ୟ ଖାଉଥିବେ ତା ହେଲେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।

ଏହା ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ବଢାଇବା ସହ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଝବୁତ କରାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଆସୁଛନ୍ତି ତା ହେଲେ ସେମାନଙ୍କୁ ମାରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button