ସ୍ୱାସ୍ଥ୍ୟ

କଣ Joint ହାଡରୁ ଆସୁଛି କଟ-କଟ ଆବାଜ, ତ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ – Health Tips

ନମସ୍କାର ବନ୍ଧୁଗଣ ଆଜି କାଲି ର ଦୁନିଆ ରେ ବୟସ ପୂର୍ବରୁ ହିଁ ଲୋକମାନେ ଦୁର୍ବଳ ଏବଂ ସେମାନଙ୍କ ଶରୀର ଅସୁସ୍ଥ ହୋଇ ପଡୁଛି। ଏବଂ ଚୁଟି ମଧ୍ୟ ପାଚି ଯାଉଛି। ତାଛଡା ସେମାନଙ୍କ ହାଡ଼ ମଧ୍ୟ ବହୁତ ଦୁର୍ବଳ ହୋଇ ଯାଉଛି ଯାହା ଦ୍ୱାରା ଅନେକ ସମସ୍ୟା ଦେଖା ଯାଉଛି। ଆଣ୍ଠୁ ଗଣ୍ଠି ବିନ୍ଧା ବେଶୀ ସମୟ ଚାଲି ନ ପାରିବା। ଏବଂ ଅଧିକ ସମୟ ଛିଡା ହେଲେ ଗୋଡ଼ ଧରି ନେବା ଆଦି ସମସ୍ୟା ମାନ ଦେଖା ଦେଉଛି। ଏହାର କାରଣ ହେଉଛି ଉତ୍ତମ ଏବଂ ପୌଷ୍ଟିକ ଖାଦ୍ୟ ନ ଖାଇବା। ଆମେ ଏବେ ବାହାରେ ମିଳୁଥିବା ଫାଷ୍ଟ ଫୁଡ଼ କୁ ଖାଇବା ଟା ଅଧିକ ପସନ୍ଦ କରୁଛୁ।

କାରଣ ଏହା ଆମ ପାଟି କି ସ୍ୱାଦିଷ୍ଟ ଲାଗୁଛି। ଏବଂ ସବୁଜ ପନି ପରିବା କମ ଖାଉଛୁ। ଏହା ଯୋଗୁଁ ଆମ ଶରୀର ସମୟ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛି। କାରଣ ସେହି ଫାଷ୍ଟ ଫୁଡ଼ ରେ ଅନେକ କେମିକାଲ ମିଶା ଯାଉଛି ଏବଂ ତା ସହ ସେମାନେ ଅନେକ ଦିନ ର ଖାଦ୍ୟ କୁ ମଧ୍ୟ ଦେଇ ଦେଉଛନ୍ତି ।

ଯାହା ଦ୍ୱାରା ଆମ ଶରୀର ପ୍ରୋଟିନ ପାଇଁ ପାରୁନି ଏବଂ ଶରୀର ସହ ହାଡ଼ ମଧ୍ୟ ଅଧିକ ଦୁର୍ବଳ ହୋଇ ଯାଉଛି। ଆମ ଆଣ୍ଠୁ ଗଣ୍ଠି ବିନ୍ଧିବା ସହ ସେଥିରୁ କଟ କଟ ଶବ୍ଦ ମଧ୍ୟ ଆସୁଛି।ତେବେ ଚାଲନ୍ତୁ ଜାଣିନେବା ଏହାର କିଛି ଘରୋଇ ଉପଚାର ବିଷୟରେ।

ଆମ ଆଣ୍ଠୁ ରେ ଏକ କଟ କଟ ଭଳି ଶବ୍ଦ ଆସିଥାଏ। ଉଠିଲେ ବସିଲେ କିମ୍ବା ଚାଲିଲେ ଏହି ଶବ୍ଦ ଶୁଣା ଯାଇ ଥାଏ। ଏହାକୁ ମେଡ଼ିକାଲ ଭାଷାରେ କ୍ରପିଟସ କୁହାଯାଏ। ଆମ ଆଣ୍ଠୁ ରେ ଏକ ଦ୍ରବ୍ୟ ଅଛି ଏବଂ ସେଥିରେ ପବନ ଭରି ଯାଏ। ଏବଂ ସେଥିରେ ଫୋଟକା ବନିଯାଏ। ଏବଂ ଯେତେବେଳେ ସେ ଗୁଡାକ ଫୁଟି ଥାଏ ସେତେବେଳେ ଏହି ଶବ୍ଦ ଆମକୁ ଶୁଣା ଯାଇଥାଏ। ଏହି ପରି ଭାବେ ଯଦି ଚାଲିବ ତେବେ ଆଗକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେଣୁ ଏହାର ସରଳ ଏବ ସହଜ ଘରୋଇ ଉପଚାର କରିବା ଆବଶ୍ୟକ।

୧- ପ୍ରଥମରେ ହେଉଛି ମେଥି। ଯେଉଁ ମାନଙ୍କ ର ଏହି ଭଳି ଶବ୍ଦ ଆଣ୍ଠୁ ରୁ ପ୍ରାୟତଃ ଆସୁ ଥାଏ। ତେବେ ସେମାନେ ଏହି ମେଥି ଦାନାକୁ ନିଶ୍ଚୟ ଖାଇବା ଦରକାର। ମେଥି ଦାନା ରେ ବହୁତ ପ୍ରୋଟିନ ଏବଂ ଔଷଧ ଗୁଣମାନ ରହିଥାଏ। ଏହି ଯୋଗୁ ସେ ଆଣ୍ଠୁ ଗଣ୍ଠି ବିନ୍ଧା କୁ ଦୁର କରିଥାଏ। ନିଜ ବୟସ ଅନୁସାରେ ସେତୋଟି ମେଥି ଦାନା ଭିଜେଇ ଦିଅନ୍ତୁ। ଏବଂ ସକାଳେ ଏହାକୁ ଫୁଟେଇ ଏବଂ ଛାଣି କରି ପିଅନ୍ତୁ। ଏବଂ ସେ ଦାନା କୁ ଚୋବାଇ ଖାଇ ଦିଅନ୍ତୁ। ଏହା ଦ୍ୱାରା ସମସ୍ୟା ର ସମାଧାନ ହୋଇ ପାରିବ।କିନ୍ତୁ ଏହାକୁ ଗର୍ଭବତୀ ମହିଳା ସେବନ କରିବା ଉଚିତ ନୁହେଁ।

୨- ଦ୍ଵିତୀୟ ଟି ହେଉଛି କ୍ଷୀର। କ୍ଷୀର ରେ ଅନେକ ପ୍ରୋଟିନ ରହିଛି ଏବଂ ଏହାକୁ ସେବନ କଲେ ଆମେ କ୍ୟାଲସିୟମ ମଧ୍ୟ ପାଇ ପାରିବୁ ତେଣୁ ପ୍ରତିଦିନ କ୍ଷୀର ପିଇବା ଆବଶ୍ୟକ ଏହା ଦ୍ୱାରା ଆମ ଆଣ୍ଠୁରେ ଥିବା କ୍ୟାଲସିୟମ ର ଅଭାବ କୁ ଏହା ପୂରଣ କରିଥାଏ। ଏବଂ ଶବ୍ଦ ଆସେ ନାହିଁ।

୩- ତୃତୀୟ ଟି ହେଉଛି ଚଣା ଏବଂ ଗୁଡ଼। ଏହାକୁ ସେବନ କଲେ ଆମେ କାବ୍ରୋ ହାଇଡ୍ରେଡ଼, ପ୍ରୋଟିନ,କ୍ୟାଲସିୟମ, ଆଇରନ, ଏବଂ ଭିଟାମିନ ପାଇଥାଉ। ଏବଂ ଆଣ୍ଠୁରେ ଯଦି ଏହାର ଅଭାବ ଥାଏ ତେବେ ଏହି ଗୁଡ଼ ଚଣା ଖାଇବା ଦ୍ୱାରା ଏସବୁ ଆମେ ପ୍ରାପ୍ତ କରି ପାରିଥାଉ। ଏବଂ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମାନ ଦୁର ହୋଇଯାଏ। ଏବଂ ଶବ୍ଦ ମଧ୍ୟ ଆସେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button