ଜ୍ୟୋତିଷ

Jyotish Shastra- ଯଦି ଆପଣଙ୍କର ବି ଜନ୍ମ ରବିବାର ରେ ହୋଇଛି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଗୋଟିଏ ସପ୍ତାହ ରେ ସାତ ଦିନ ହୋଇଥାଏ ।ଏବଂ ସବୁ ଗୋଟେ ନା ଗୋଟେ ଦିନ ରେ ଗ୍ରହ ପ୍ରମୁଖ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଜନ୍ମ ଯେଉଁ ବାର ରେ ହୋଇଥାଏ । ସେହିଦିନ ର କାରକ ଗ୍ରହ ସେହି ବ୍ୟକ୍ତି ର ସ୍ଵଭାଵ , ନଜର , ସ୍ୱାସ୍ଥ୍ୟ ଆଦି ସମସ୍ତ ଜୀବନର କାରକ ଉପରେ ପ୍ରଭାବ ପକାଇଥାଏ । ସେହି ପ୍ରଭାଵ ଜୀବନରେ ରହିଥାଏ । ତେବେ ବନ୍ଧୁଗଣ ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ସ୍ଵଭାଵ କିପରି ହୋଇଥାଏ ଆଜି ଆମେ ସେ ବିଷୟରେ ଆଲୋଚନା କରିବା।

ରବିବାର ସୂର୍ଯ୍ୟ ଙ୍କର ଦିନ ହୋଇଥାଏ ।ତେଣୁ ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ସୂର୍ଯ୍ୟଗ୍ରହ ଙ୍କ ପ୍ରଭାବ ବିଶେଷ ଭାବରେ ରହିଥାଏ । ଏମାନଙ୍କ ର ମୁଁହ ରେ ଉଜ୍ଜ୍ୱଳତା ଦେଖାଯାଇଥାଏ । ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଜାତକ ସୁନ୍ଦର ହୋଇଥାଏ । ଏମାନଙ୍କର ରଙ୍ଗ ଗେରୁଆ ହୋଇଥାଏ । ଏମାନଙ୍କ ପାଖରେ ଖାସ ଆକର୍ଷଣ ରହିଥାଏ । ଯାହାଦ୍ୱାରା ଏମାନେ ସମସ୍ତଙ୍କୁ ଖୁବ ଶୀଘ୍ର ଆକର୍ଷିତ କରିପାରିଥାନ୍ତି ।

ଏମାନେ ବହୁତ ଭଲ ସ୍ଵଭାଵର । କିନ୍ତୁ ଏମାନେ ନା କାହା ଜୀବନରେ ଦଖଲ କରିଥାନ୍ତି ନା ନିଜ ଜୀବନରେ କାହାକୁ ଦଖଲ କରିବାକୁ ଦିଅନ୍ତି । ଯଦି କିଏ ମୁଣ୍ଡ ପୁରାନ୍ତି ତେବେ ସେ ଖୁବ କ୍ରୋଧିତ ହୋଇଯାଇଥାନ୍ତି । ଏମାନଙ୍କ ସ୍ଵଭାଵ ଗୋଟେ ସିଂହ ପରି ହୋଇଥାଏ । ଏବଂ ସିଂହ କୁ ସ୍ୱତନ୍ତ୍ରତା ପସନ୍ଦ ହୋଇଥାଏ । ଏମାନେ କାହା ଅଧୀନରେ କାମ କରିବାକୁ ପସନ୍ଦ କରିନଥାନ୍ତି । ସେ ନିଜକୁ ସ୍ୱତନ୍ତ୍ର ଭାବିଥାନ୍ତି ।

ସୂର୍ଯ୍ୟ ଙ୍କର ପ୍ରଭାବ ଥିବାରୁ ଏମାନେ ଖୁବ କମିକିୟା , ଉଚ୍ଚକ୍ୟାଁଖୀ ହୋଇଥାନ୍ତି । ଏମାନେ ଗୋଟେ ଭଲ ଲିଡ଼ର ବି । ଏହା ସହିତ ସେ ଭଲ ବ୍ୟବସାୟ , ରାଜନୀତି ରେ ମଧ୍ୟ ସଫଳ ହୋଇଥାନ୍ତି ।ଏହି ଦିନ ରେ ଜନ୍ମ ହୋଇଥିବା ଲୋକ ଡାକ୍ତର , ବୈଜ୍ଞାନିକ , ଇଞ୍ଜିନିୟରିଂ , ଏବଂ ଏନର୍ଜୀ ସହ ଜଡିତ ସବୁ କାମ କରିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକ ଖୁବ ଶୀଘ୍ର ସଫଳତା ଲାଭ କରିଥାନ୍ତି ।

ଧନ ସମ୍ପତ୍ତି ବିଷୟରେ ଏମାନେ ଖୁବ ଧନୀ ହୋଇଥାନ୍ତି । ଏବଂ ସେ ନିଜେ ପରିଶ୍ରମ କରି ଧନ ଲାଭ କରିଥାନ୍ତି । ଏମିତି ରେ ତ ଏହି ଦିନରେ ଜନ୍ମ ହୋଇଥିବା ଲୋକ ବହୁତ ବୁଦ୍ଧିମାନ ଏବଂ ସ୍ମାର୍ଟ ହୋଇଥାନ୍ତି । କିନ୍ତୁ ଏମାନେ ବହୁତ ସନ୍ଦେହ କରିଥାନ୍ତି । ଆଉ ଏହି କାରଣ ରୁ ଏମାନଙ୍କ ପାଖରେ ବନ୍ଧୁ ବହୁତ କମ ।

ଏମାନଙ୍କର ବହୁତ ପ୍ରେମ ସମ୍ପର୍କ ଥାଏ ।କିନ୍ତୁ ବହୁତ ସମୟ ଯାଏ ରହିପାରନ୍ତି ନାହିଁ । ଏମାନଙ୍କ ର ଵିଵାହ ଜୀବନ ଖୁସି ରେ ଯାଏ । କିନ୍ତୁ ନିଜ ଜୀବନସାଥୀ ଙ୍କ ଉପରେ ସବୁବେଳେ ରାଗିଥାନ୍ତି । ଏମାନେ ପ୍ରାୟ ତ ସୁସ୍ଥ ରୁହନ୍ତି । ଆଉ ଯଦି ବି ଅସୁସ୍ଥ ହୁଅନ୍ତି ତେବେ ହୃଦରୋଗ , ଆଖି ସମସ୍ୟା , ଉଚ୍ଚ ରକ୍ତ ଚାପ ଆଦି ଦେଖାଯାଇଥାଏ । ଆପଣଙ୍କ ପାଇଁ କିଛି ନିରାକରଣ ।

୧ . ଯଦି ସମସ୍ୟା ଆସୁଛି ଚିନ୍ତା ନ କରି ସ୍ଥିର ରୁହନ୍ତୁ ।
୨ . କାହାକୁ ବି ଏତେ ଜଲଦି ଭରସା କରନ୍ତୁ ନାହିଁ ।

ରବିବାର ରେ ଜନ୍ମ ଲୋକଙ୍କର ଶୁଭ ସଂଖ୍ୟା ୭ , ଶୁଭ ରଙ୍ଗ ନାଲି , ଏବଂ ଶୁଭ ଦିନ ଶୁକ୍ରବାର , ଶନିବାର ,ରବିବାର ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button