ରାଜ୍ୟ

କାଳିମୁଣ୍ଡି ପୋକ ଆତଙ୍କରେ ଚିନାବାଦାମ ଚାଷ ସଂକଟରେ

ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତର ଚଳିତ ରବି ଋତୁରେ ହୋଇଥିବା ଚିନାବାଦାମ ଚାଷ ଏବେ ଗୁରୁତର ସଙ୍କଟର ସମ୍ମୁଖୀନ। ୫ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ଏବେ କାଳିମୁଣ୍ଡି ପୋକ ଆତଙ୍କରେ ଶହଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ବେଣାପାଟ,ମହାଦେବ ପାଟ,ତିନିମୁଣ୍ଡିଆ ପାଟ,ଅଟାକୂଳ,ବାଲିଆ ପାଟ,ତିନିମାଣିକୁଳ,ଜୋର କୁଳ ପାଟ,ଗୁହାଳି ପାଟ,ବଙ୍କାତାଳଅଞ୍ଚଳରେ ଫସଲର ଭୟଙ୍କର କ୍ଷତି ହୋଇଛି।

ଚଳିତବର୍ଷ ପାଗ ଅନୁକୂଳ ଥିବା ବେଳେ ଭଲ ଲାଭ ଆଶାରେ ଚାଷୀମାନେ ଧାର କରଜ କରି ଚିନାବାଦାମ ଚାଷ କରିଥିଲେ। ହେଲେ ବର୍ଷା ଅଭାବ କାରଣରୁ କାଳିମୁଣ୍ଡି ପୋକ ଗୁଡିକ ମାଟିତଳେ ଗଛ ମୂଳରେ ଛପି ରହି ସନ୍ଧ୍ୟା ପରେ ଫସଲର କଅଁଳିଆ ପତ୍ର ସବୁକୁ ଖାଇ ଗଛ ଗୁଡିକୁ ଖୁଂଟା କରି ଦେଉଛି। ଗ୍ରାମର ଶତାଧିକ ଚାଷୀ ଚଳିତ ବର୍ଷ ଉନ୍ନତ ଓ ଅଧିକ ଅମଳ ଆଶା ରଖି ୫ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଚିନାବାଦାମ ଚାଷ କରିଥିଲେ।

ଫସଲରେ ଏହି ପୋକ ଲାଗିବା ପରେ କୃଷି ବିଭାଗଙ୍କୁ ଅବଗତ କରାଯାଇଛି। ହେଲେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଏନେଇ କୈାଣସି ସହଯୋଗ ନ ମିଳିବା ସହିତ ଏହି ପୋକକୁ ଦମନ କରିବା ପାଇଁ ଉପଯୁକ୍ତ ଔଷଧ ନ ମିଳିବା କାରଣରୁ ଚାଷୀମାନେ ହତାସ ହୋଇଛନ୍ତି। କୃଷି ଅଧିକାରୀ ବିଭୂତିଭୂଷଣ ପତି କୁହନ୍ତି ଘଟଣା କୁ ନେଇ କୃଷି ବିଜ୍ଞାନ କେନ୍ଦ୍ରକୁ ଜଣାଇଦିଆଯାଇଛି ଓ କ୍ଷେତ୍ର ପରିଦର୍ଶନ ଚାଲିଛି। ତୁରନ୍ତ ଚିନାବାଦାମ ଚାଷକୁ ସୁରକ୍ଷା ପ୍ରଦାନ କରିବାକୁ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button