ରାଜ୍ୟ

୧୮ରେ ରତ୍ନଭଣ୍ଡାର ନିରୀକ୍ଷଣ କରିବେ ASI, ଅପରାହ୍ନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ

ସନ୍ତା ୧୮ ତାରିଖରେ ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ନିରୀକ୍ଷଣ କରିବାକୁ ଥିବା ବେଳେ ଏଥିଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସେହିଦିନ ଯେଭଳି ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନହେବ ସେଥିଲାଗି ବିଶେଷ ନୀତି ନିର୍ଘଣ୍ଟ କରାଯାଇଛି।

ସେପ୍ଟେମ୍ବର ୧୮ ତାରିଖ ବୁଧବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ତେବେ ମହାପ୍ରସାଦ କିଣିବାକୁ ଇଚ୍ଛୁକ ଥିବା ଭକ୍ତ ସିଂହଦ୍ୱାର ଦେଇ ବାଇଶି ପାହାଚରେ ପ୍ରବେଶ କରି ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏଏସଆଇ ରତ୍ନଭଣ୍ଡାର ନୀରିକ୍ଷଣ କରିବେ। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି। ଏଥିସହ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି l

ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଛି। ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନୀରିକ୍ଷଣ କରିବେ ଏଏସ୍ଆଇ । ଏହାପରେ ଆବଶ୍ୟକସ୍ଥଳରେ ରତ୍ନ ଭଣ୍ଡାରର ମରାମତି କରାଯିବ । ତେବେ ଏହା ମଧ୍ୟରେ ଯେପରି ସାଧାରଣ ଦର୍ଶନ ବ୍ୟାହତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button