ଦେଶ- ବିଦେଶ

ସଫଳ ହେବାର ଅଛିତ ଶୁକ୍ରାଚାର୍ଯ୍ୟଙ୍କ ନୀତି ଅନୁସାରେ ବେଶ୍ୟାଠାରୁ ଅବଶ୍ଯ ଶିଖନ୍ତୁ ଏହି କଥା

ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଜଣେ ମହାନ ଜ୍ଞାନୀ ଓ ବେଦ ଗୁଡିକର ଜ୍ଞାତା ଥିଲେ । ଶୁକ୍ରାଚାର୍ଯ୍ୟ ଜଣେ ସେବକ ଠାରୁ ନେଇ ରାଜା ପର୍ଯ୍ୟନ୍ତ ସବୁ ମଣିଷ ଓ ପ୍ରାଣୀମାନଙ୍କ ପାଇଁ ନୀତି ଗୁଡିକର ରଚନା କରିଛନ୍ତି । ଏହି ନୀତି ଏତେ ପ୍ରଭାବଶାଳି ହୋଇଥାଏ କି ସ୍ଵୟଂ ଦେବତାମାନେ ବି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଆଚରଣ କରୁଥିଲେ । ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ନିଜର ନୀତି ଗୁଡିକରେ ମଣିଷକୁ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ, ମିତ୍ର ଓ ଶତ୍ରୁକୁ କେମିତି ଚିହ୍ନିବେ, ସ୍ତ୍ରୀମାନଙ୍କୁ ସମାଜରେ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ, ଗୋଟିଏ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବା ପାଇଁ କେଉଁ ସମସ୍ତ କଥା ଉପରେ ଧ୍ୟାନ ଦେବା ଉଚିତ ଏହିଭଳି ବିଷୟ ଉପରେ ବହୁତ ମହତ୍ଵପୂର୍ଣ୍ଣ ଜ୍ଞାନ ଦେଇଛନ୍ତି ।

ଯଦି ଆପଣ ଶୁକ୍ରାଚାର୍ଯ୍ୟଙ୍କ ନୀତିକୁ ଧ୍ୟାନର ସହ ଶୁଣିବେ ଓ ତାହାକୁ ନିଜ ଜୀବନରେ ପାଳନ କରିବେ ତେବେ ଆପଣଙ୍କୁ ସଫଳ ବ୍ୟକ୍ତି ହେବା ପାଇଁ କେହି ବି ଅଟକାଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ଵାରା କୁହାଯାଇଥିବା କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଯଦି ଆପଣ ନିଜ ଜୀବନରେ ପାଳନ କରିବେ ତେବେ ଆପଣଙ୍କୁ କୌଣସି ଅନ୍ୟ ବ୍ୟକ୍ତି ସାମ୍ନାରେ ଭିକ ମାଗିବାକୁ ପଡିବ ନାହିଁ ।

ଶୁକ୍ରାଚାର୍ଯ୍ୟଙ୍କ ଶ୍ଳୋକ

ପରାଧୀନଂ ନୈବ କୁର୍ୟାର୍ତ ତରୁଣୀଧନ ପୁସ୍ତକମ ।

କୁନ୍ତ ଚେଲ୍ଲଭ୍ୟତେ ଦୈବାତ ଭ୍ରଷ୍ଟ ନଷ୍ଟ ବିମିର୍ଦିତମ ।

ଏହି ଶ୍ଳୋକରେ ଶୁକ୍ରାଚାର୍ଯ୍ୟ କହିଛନ୍ତି କି ଏହି ୩ଟି ଜିନିଷକୁ କେବେ ବି କାହା ପାଖରେ ଛାଡିବା ଉଚିତ ନୁହେଁ ।

ପତ୍ନୀ

ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ କୌଣସି ମନୁଷ୍ୟକୁ ନିଜର ଯବାନ ପତ୍ନୀକୁ କେବେ କୌଣସି ଅନ୍ୟ ବ୍ୟକ୍ତିଙ୍କ ସାହାରାରେ ଛାଡିବା ଉଚିତ ନୁହେଁ । ପତ୍ନୀ ଘରର ସମ୍ମାନ ହୋଇଥାନ୍ତି । ସେଥିପାଇଁ ପତ୍ନୀକୁ ସର୍ବଦା ସୁରକ୍ଷା ଦେବା ଉଚିତ । ଯଦି ଆପଣ ନିଜ ପତ୍ନୀକୁ ଅନ୍ୟ କାହା ପାଖରେ ଛାଡି ଦେଉଛନ୍ତି ତେବେ ସେ ଭ୍ରଷ୍ଟ ହୋଇପାରେ ।

ଏହା ଛଡା କେତେକ ପୁରୁଷ ଦ୍ଵିତୀୟ ସହରକୁ କାମ ପାଇଁ ଯାଇଥାନ୍ତି ଏମିତିରେ ସେମାନେ ନିଜର ପତ୍ନୀଙ୍କୁ ଏକୁଟିଆ ଛାଡି ଦିଅନ୍ତି । ଯାହାର ଭୟଙ୍କର ପରିଣାମ ତାଙ୍କ ସାମ୍ନାକୁ ଆସିଥାଏ । ଯଦି ଆପଣ ନିଜର ସ୍ତ୍ରୀ ଠାରୁ ଦୂରରେ ଅଛନ୍ତି ତେବେ ନିଜ ସ୍ତ୍ରୀକୁ ନିଜ ପାଖରେ ରଖନ୍ତୁ କିମ୍ବା ତାକୁ ନିଜର ମାତା ପିତାଙ୍କ ନିକଟରେ ଛାଡି ଯାଆନ୍ତୁ । ତାଙ୍କୁ କେବେ ବି ଏକୁଟିଆ ଛାଡନ୍ତୁ ନାହିଁ ।

ଧନ

ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ମନୁଷ୍ୟକୁ ନିଜର ଧନକୁ କେବେ ବି କୌଣସି ଅନ୍ୟ ବ୍ୟକ୍ତି ପାଖରେ ଛାଡିବା ଉଚିତ ନୁହେଁ । କାରଣ ଧନରେ ସେହି ନକରାତ୍ମକ ଶକ୍ତି ରହିଥାଏ ଯାହା କାହାର ବି ସ୍ଵଭାବ ବଦଳାଇ ପାରିବ । ଏହା ସହିତ ଯଦି ଆପଣ କାହାକୁ ଟଙ୍କା ଧାର ଦେଉଛନ୍ତି ତେବେ ଏହି କଥାର ବି ଧ୍ୟାନ ରଖନ୍ତୁ କି ସେହି ବ୍ୟକ୍ତି ଟଙ୍କା ଫେରାଇ ପାରିବ କି ନାହିଁ । ନଚେତ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ ।

ପୁସ୍ତକ

ଶୁକ୍ରାଚାର୍ଯ୍ୟ କୁହନ୍ତି କି ଯଦି ଆପଣ ନିଜର ବହିକୁ ଅନ୍ୟ ବ୍ୟକ୍ତିଙ୍କୁ ଦେଉଛନ୍ତି ତେବେ ଆପଣ ସେହି ବହିକୁ ଫେରି ପାଇବାର ଚାନ୍ସ ବହୁତ କମ ହୋଇଥାଏ । ଏହା ଛଡା ସେହି ବହି ଆପଣଙ୍କୁ ଚିରି ଯାଇଥିବା ଅବସ୍ଥାରେ ବି ମିଳିପାରେ । ଯେତେବେଳେ ଆପଣଙ୍କ ଠାରୁ କୌଣସି ବ୍ୟକ୍ତି ବହି ନେଇଥାଏ ତେବେ ସେ ଆପଣଙ୍କ ଭଳି ସେହି ବହିର ଧ୍ୟାନ ରଖି ନ ଥାଏ । ସେଥିପାଇଁ ନିଜ ପୁସ୍ତକକୁ ଦେବା ପୂର୍ବରୁ ଅଳ୍ପ ଚିନ୍ତା କରନ୍ତୁ ।

ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ବେଶ୍ୟାଙ୍କ ଠାରୁ ବି କିଛି ଶଖିବା ଉଚିତ । ଶୁକ୍ରାଚାର୍ଯ୍ୟ କୁହନ୍ତି କି

ତଦର୍ଥ ଗୃହୀତ୍ଵାପି ତଦଧିନା ନ ଜାୟତେ

ବେଶ୍ୟା ତଥାବିଧା ବାପି ବଶିକର୍ତୁ ନରଂ କ୍ଷମା

ନେୟତ କସ୍ୟ ବଶଂ ତଦ୍ଵତ ସ୍ଵାଧୀନ କାରୟେଜ୍ଜଗତ ॥

ଏହି ଶ୍ଳୋକରେ ଶୁକ୍ରାଚାର୍ଯ୍ୟ କୁହନ୍ତି କି ଯେମିତି ଜଣେ ବେଶ୍ୟା କୌଣସି ବ୍ୟକ୍ତି ଠାରୁ ଟଙ୍କା ନେଇ ତାହାର ବଶବର୍ତ୍ତୀ ହୋଇ ନ ଥାଏ କିନ୍ତୁ ତାକୁ ନିଜର ଅଧିନରେ କରିବାରେ ସଫଳ ହୋଇଥାଏ । ଠିକ ସେହିଭଳି କୌଣସି ବି ବ୍ୟକ୍ତିକୁ କାହାର ଅଧିନରେ ନ ହୋଇ ପୁରା ଦୁନିଆକୁ ନିଜର ଅଧୀନରେ କରିବା ଉଚିତ । ବେଶ୍ୟା କେବେ ବି ଗୋଟିଏ ବ୍ୟକ୍ତିର ଦାସୀ ହୋଇ ନ ଥାଏ ଓ ନା ହିଁ କୌଣସି ବ୍ୟକ୍ତିର ଅଧିନରେ ରହିଥାଏ କିନ୍ତୁ ତାହା ଭିତରେ ଏତେ ଶକ୍ତି ଥାଏ କି ସେ କୌଣସି ବି ପୁରୁଷକୁ ନିଜର ଗୁଲାମ କରି ରଖି ପାରିବ ।

ସେହିଭଳି ମନୁଷ୍ୟକୁ ଏହି କଥାର ଧ୍ୟାନ ଦେବା ଉଚିତ କି ସେ ନିଜକୁ ଏତେ ପ୍ରତିଭାବାନ କରିବା ଉଚିତ କି ଲୋକମାନେ ତାହାର ଅଧିନକୁ ଚାଲି ଆସିବେ ନା କି ତାକୁ ସାହାର୍ଯ୍ୟ ମାଗିବା ପାଇଁ ଅନ୍ୟ ମାନଙ୍କ ସାମ୍ନାରେ ହାତ ଯୋଡିବାକୁ ପଡେ । ଏହା ଛଡା ମନୁଷ୍ୟକୁ କେବେ ବି କୌଣସି ଜିନିଷର ଅଧିକ ଲୋଭ କରିବା ଉଚିତ ନୁହେଁ । ଏହି ନୀତିଶିକ୍ଷା ଆର୍ଟିକିଲଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଏମିତି ଆହୁରି ନୀତିଶିକ୍ଷା ଗୁଡିକ ବିଷୟରେ ଜାଣିବା ପାଇଁ ପେଜକୁ ଏବେହିଁ ଲାଇକ କରିଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button